ETV Bharat / city

କୁକୁଡ଼ା ଅଣ୍ଡାର ମୂଲ୍ୟ ବୃଦ୍ଧି ଦାବି ପ୍ରସଙ୍ଗ, NECC ସହ ଆଲୋଚନା କଲେ ରାଜ୍ୟ ସରକାର

author img

By

Published : Apr 5, 2022, 1:14 PM IST

କୁକୁଡ଼ା ଅଣ୍ଡାର ସର୍ବନିମ୍ନ ମୂଲ୍ୟ ବୃଦ୍ଧି ଦାବି ପ୍ରସଙ୍ଗ । ଜାତୀୟ ଅଣ୍ଡା ସମନ୍ୱୟ କମିଟି (ଏନଇସିସି) ସହ ଆଲୋଚନା । ତେବେ କୁକୁଡ଼ା ଅଣ୍ଡାର ସର୍ବନିମ୍ନ ମୂଲ୍ୟ ବୃଦ୍ଧି ଦାବି ପ୍ରସଙ୍ଗରେ କୃଷି, ମତ୍ସ୍ୟ ଓ ପଶୁପାଳନ ବିଭାଗ ମନ୍ତ୍ରୀ ଅରୁଣ ସାହୁ ଜାତୀୟ ଅଣ୍ଡା ସମନ୍ୱୟ କମିଟି (ଏନଇସିସି) ସହ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

କୁକୁଡ଼ା ଅଣ୍ଡାର ମୂଲ୍ୟ ବୃଦ୍ଧି ଦାବି ପ୍ରସଙ୍ଗ, ଏନଇସିସି ସହ ଆଲୋଚନା କଲେ ରାଜ୍ୟ ସରକାର
କୁକୁଡ଼ା ଅଣ୍ଡାର ମୂଲ୍ୟ ବୃଦ୍ଧି ଦାବି ପ୍ରସଙ୍ଗ, ଏନଇସିସି ସହ ଆଲୋଚନା କଲେ ରାଜ୍ୟ ସରକାର

ଭୁବନେଶ୍ବର: କୁକୁଡ଼ା ଅଣ୍ଡାର ସର୍ବନିମ୍ନ ମୂଲ୍ୟ ବୃଦ୍ଧି ଦାବି ପ୍ରସଙ୍ଗ । ଜାତୀୟ ଅଣ୍ଡା ସମନ୍ୱୟ କମିଟି (ଏନଇସିସି) ସହ ଆଲୋଚନା । ତେବେ କୁକୁଡ଼ା ଅଣ୍ଡାର ସର୍ବନିମ୍ନ ମୂଲ୍ୟ ବୃଦ୍ଧି ଦାବି ପ୍ରସଙ୍ଗରେ କୃଷି, ମତ୍ସ୍ୟ ଓ ପଶୁପାଳନ ବିଭାଗ ମନ୍ତ୍ରୀ ଅରୁଣ ସାହୁ ଜାତୀୟ ଅଣ୍ଡା ସମନ୍ୱୟ କମିଟି (ଏନଇସିସି) ସହ ଆଲୋଚନା କରିଛନ୍ତି ।

କୁକୁଡ଼ା ଅଣ୍ଡାର ମୂଲ୍ୟ ବୃଦ୍ଧି ଦାବି ପ୍ରସଙ୍ଗ, ଏନଇସିସି ସହ ଆଲୋଚନା କଲେ ରାଜ୍ୟ ସରକାର

ସେହିପରି ଅଣ୍ଡା ଚାଷୀ ମାନଙ୍କ ସହ ଆଲୋଚନା ପରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ଅଣ୍ଡା ଦର ବୃଦ୍ଧି ହେବ ବୋଲି ପ୍ରତିଶୃତି ଦେଇଛି ଏନଇସିସି (NECC) । ତେବେ ଚାଷୀଙ୍କ କ୍ଷତି ଓ ୩ ଦଫା ଦାବି ସମ୍ପର୍କରେ ଏନଇସିସି (NECC) ଓଡ଼ିଶା ପକ୍ଷରୁ ଉପରୋକ୍ତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।ସୂଚନା ଅନୁସାରେ ଏନଇସିସି(NECC)ର ମନମାନି ବିରୋଧରେ ଓ ୬ଦଫା ଦାବି ନେଇ ରାଜରାସ୍ତାରେ ଆଜି ଅଲ ଓଡ଼ିଶା ଲେୟର ଫାର୍ମର୍‌ସ ଆସୋସିଏସନ ପକ୍ଷରୁ ଧାରଣା ଦିଆଯାଇଥିଲା ।

ସେହିଭଳି ରାଜ୍ୟରେ ଦିନକୁ ପ୍ରାୟ ୯୨ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି । ୨୦୦ ଚାଷୀ ନିଜ ଫାର୍ମରେ ୫୦ ହଜାର ପ୍ରତ୍ୟକ୍ଷ ଓ ୨ ଲକ୍ଷ ପରୋକ୍ଷ ନିଯୁକ୍ତି ଦେଇଛନ୍ତି ।ହେଲେ ଦେଶରେ ଅଣ୍ଡାର ଦର ସ୍ଥିର କରୁଥିବା ଏନଇସିସି (NECC)ର ମନମାନି ଓ ପକ୍ଷପାତିତା ଯୋଗୁଁ ରାଜ୍ୟର ଲେୟର ଚାଷୀ ସଙ୍କଟରେ ପଡ଼ିଛନ୍ତି । ଅଣ୍ଡା ଉତ୍ପାଦନ ଖର୍ଚ୍ଚଠାରୁ କମ ଦରରେ ଅଣ୍ଡା ବିକ୍ରି ହେଉଛି ।

ଏଥିସହ ଗୋଟିଏ ଅଣ୍ଡାର ଉତ୍ପାଦନ ଖର୍ଚ୍ଚ ପ୍ରାୟ ୪ ଟଙ୍କା ୭୦ ପଇସା ପଡୁଥିବା ବେଳେ ଚାଷୀଙ୍କ ଠାରୁ ବ୍ୟବସାୟୀ ଅଣ୍ଡା କିଣିବାର ଦର ହେଉଛି ମାତ୍ର ୩ ଟଙ୍କା ୭୦ ପଇସା । ଖାଉଟିଙ୍କୁ ବ୍ୟବସାୟୀ ସାଢ଼େ ୬ ଟଙ୍କାରୁ ୭ ଟଙ୍କାରେ ବିକ୍ରି କରୁଛନ୍ତି । ଉତ୍ପାଦନ ଖର୍ଚ୍ଚଠାରୁ କମ୍ ଦରରେ ଅଣ୍ଡା ବିକ୍ରି କରୁଥିବାରୁ ଚାଷୀ ଅଭାବୀ ବିକ୍ରିର ସାମ୍ନା କରୁଥିବା କହିଛନ୍ତି ମନ୍ତ୍ରୀ ।

ଏଣୁ ଉଚ୍ଚିତ ପଦକ୍ଷେପ ନେବାକୁ ଏନଇସିସି (NECC) ସହ ଆଲୋଚନା ହୋଇଥିବା କହିଛନ୍ତି କୃଷି ମନ୍ତ୍ରୀ । ଅନ୍ୟପକ୍ଷରେ ପ୍ରତିଶ୍ରୁତି ପୂରଣ ନହୁଏ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଚାଷୀ ମାନେ ଚେତାବନୀ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.