ETV Bharat / city

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ସହ ମିଶିବ ରାଜ୍ୟ ଖାଦ୍ୟ ଯୋଜନା

author img

By

Published : Sep 6, 2019, 2:44 PM IST

ରାଜ୍ୟ ସରକାର ଏବେ ନିଜସ୍ବ ଯୋଜନାର ସବୁ ହିତାଧିକାରୀଙ୍କୁ ଜାତୀୟ ଯୋଜନା ସହିତ ମିଶ୍ରଣ କରିବାକୁ ବିଚାର କରୁଛନ୍ତି । ଏବେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ସହ ମିଶିବ ରାଜ୍ୟ ଖାଦ୍ୟ ଯୋଜନା । ଏବେ ନବୀନଙ୍କ ବିଭିନ୍ନ ଯୋଜନାକୁ ନେଇ ତାତ୍ସଲ୍ୟ କରିଛନ୍ତି ବିଜେପି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ।

ଫାଇଲ ଫଟୋ

ଭୁବନେଶ୍ବର: ରାଜ୍ୟରେ ବହୁ ଜାଲ ହିତାଧିକାରୀ ସରକାରୀ ସୁବିଧା ସୁଯୋଗ ଉପଭୋଗ କରିଚାଲିଛନ୍ତି । ପ୍ରକୃତ ହିତାଧିକାରୀ ଅନେକଥିରୁ ବଞ୍ଚିତ ହେଉଛନ୍ତି । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରାଜ୍ୟରେ ଭୁତ ହିତାଧିକାରୀ ଖାଦ୍ୟଶସ୍ୟ ନେଉଛନ୍ତି । ପ୍ରାୟ 10 ଲକ୍ଷ ହିତାଧିକାରୀ ଚାଉଳ ଓ ଗହମ ଲୁଟିଛନ୍ତି । ଏବେ ଏହି ତଥ୍ୟ ସାମନାକୁ ଆସିବା ପରେ ସରକାରଙ୍କ ନିଦ ହଜି ଯାଇଛି । ରାସନ କାର୍ଡ ସହିତ ଆଧାର ସଂଯୋଗ କରିବା ପରେ ଏହି ତଥ୍ୟ ପଦାକୁ ଆସିଛି । ଏବେ ନବୀନଙ୍କ ବିଭିନ୍ନ ଯୋଜନାକୁ ନେଇ ତାତ୍ସଲ୍ୟ କରିଛନ୍ତି ବିଜେପି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁସାରେ ରାଜ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବ୍ୟାପକ ଜାଲ ହିତାଧିକାରୀ ଥିବା ତଥ୍ୟ ଆସିଛି । ପ୍ରାୟ 10 ଲକ୍ଷ ହିତାଧିକାରୀ ଚାଉଳ ଓ ଗହମ ଲୁଟିଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଏମାନେ ସାମିଲ ଥିଲେ । ଏମାନଙ୍କୁ ବାଦ୍‌ ଦେଇ ସେହି ସ୍ଥାନରେ ରାଜ୍ୟ ସରକାରଙ୍କ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନରୁ ହିତାଧିକାରୀଙ୍କୁ ସାମିଲ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଧାର ଲିଙ୍କ ପ୍ରକ୍ରିୟା ଆସନ୍ତା15 ଯାଏ ଥିବାରୁ ଆହୁରି ଜାଲ ହିତାଧିକାରୀ ବାହାରିବେ ବୋଲି ଅନୁମାନ କରାଯାଉଛି । ମୋଟ 3 କୋଟି26 ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ 3 କୋଟି 6 ଲକ୍ଷ ହିତାଧିକାରୀଙ୍କ ଆଧାର ସଂଯୋଗ ହୋଇଛି । ଆହୁରି ବାକି 20 ଲକ୍ଷ ହିତାଧିକାରୀଙ୍କ ସଂଯୋଗ ଚାଲିଛି।


ରାଜ୍ୟ ସରକାର ନିଜସ୍ବ ଖାଦ୍ୟ ନିରାପତ୍ତା ଯୋଜନାରେ ପ୍ରାୟ 25 ଲକ୍ଷ ହିତାଧିକାରୀଙ୍କୁ ଖାଦ୍ୟ ଶସ୍ୟ ଯୋଗାଇ ଦେଉଛନ୍ତି । ଏହି ଅର୍ଥ ସରକାର ଭରଣା କରୁଛନ୍ତି । ଏଥିରୁ ହିତାଧିକାରୀଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବା ପରେ ରାଜ୍ୟ ସରକାରଙ୍କ ଉପରୁ ଆର୍ଥିକ ବୋଝ କମିବ । ଏପରିକି ରାଜ୍ୟ ସରକାର ଆଉ ନିଜସ୍ବ ଯୋଜନା ଚଳାଇବା ପାଇଁ ଆର୍ଥିକ ବୋଝ ସମ୍ଭାଳିବା ଅବସ୍ଥାରେ ନାହାଁନ୍ତି । ତେଣୁ ନିଜସ୍ବ ଯୋଜନାର ସବୁ ହିତାଧିକାରୀଙ୍କୁ ଜାତୀୟ ଯୋଜନା ସହିତ ମିଶ୍ରଣ କରିବାକୁ ବିଚାର କରୁଛନ୍ତି । ଏବେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ସହ ମିଶିବ ରାଜ୍ୟ ଖାଦ୍ୟ ଯୋଜନା । ଯାହାକୁ ସମାଲୋଚନା କରିଛନ୍ତି ବିରୋଧୀ ।

ବିରୋଧୀ ଦଳ ଉପ ନେତା ବିଷ୍ଣୁ ଚରଣ ସେଠୀ ଆୟୁଷ୍ମାନ ଯୋଜନା ଠାରୁ ଆରମ୍ଭ କରି ସୌଭାଗ୍ୟ ଯୋଜନା ସବୁଥିରେ ସରକାରଙ୍କୁ ଟାର୍ଗେଟ କରି କଟାକ୍ଷ କରିଛନ୍ତି । ରାଜ୍ୟ ସରକାର ସବୁବେଳେ ଧପାବାଜି କରି ଭୂଆଁ ବୁଲେଇବା ପାଇଁ ଚେଷ୍ଟା କରୁଥିବା କଥା କହିଛନ୍ତି । ମୋଦି ଅଛନ୍ତି ବୋଲି ସରକାର ଅଛି ଓ ଋଣରେ ସରକାର ଚାଲିଛି ବୋଲି ସେ କହିଛନ୍ତି ।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ସାଧାରଣ ବଣ୍ଟନ ବ୍ୟବସ୍ଥା ରେ ଜାଲ ହିତାଧିକାରୀ। ପ୍ରାୟ 10 ଲକ୍ଷ ହିତାଧିକାରୀ ଚାଉଳ ଓ ଗହମ ଲୁଟିଛନ୍ତି। ଏବେ ଏହି ତଥ୍ୟ ସାମନାକୁ ଆସିବା ପରେ ସରକାର ଙ୍କ ନିଦ ହଜି ଯାଇଛି। ରାସନ କାର୍ଡ ସହିତ ଆଧାର ସଂଯୋଗ କରିବା ପରେ ଏହି ତଥ୍ୟ ପଦାକୁ ଆସିଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଏମାନେ ସାମିଲ ଥିଲେ। ଏମାନଙ୍କୁ ବାଡ଼ ଦେଇ ସେହି ସ୍ଥାନରେ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନରୁ ହିତାଧିକାରୀନକୁବସମିଲ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଧାର ଲିଙ୍କ ପ୍ରକ୍ରିୟା ଆସନ୍ତା15 ଯାଏ ଥିବାରୁ ଆହୁରି ଜାଲ ହିତାଧିକାରୀ ବାହାରିବେ ବୋଲି ଅନୁମାନ କରାଯାଉଛି। ମୋଟ 3 କଟିଂ26 ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ 3 କୋଟି 6 ଲକ୍ଷ ହିତାଧିକାରୀଙ୍କ ଆଧାର ସଂଯୋଗ ହୋଇଛି। ଆହୁରି ବାକି 20 ଲକ୍ଷ ହିତାଧିକାରୀଙ୍କ ସଂଯୋଗ ଚାଲିଛି।


Body:ରାଜ୍ୟ ସରକାର ନିଜସ୍ବ ଖାଦ୍ୟ ନିରାପତ୍ତା ଯୋଜନାରେ ପ୍ରାୟ 25 ଲକ୍ଷ ହିତାଧିକାରୀଙ୍କୁ ଖାଦ୍ୟ ଶସ୍ଯ ଯୋଗାଇ ଦେଉଛନ୍ତି। ଏହି ଅର୍ଥ ସରକାର ଭରଣା କରୁଛନ୍ତି। ଏଥିରୁ ହିତାଧିକାରୀଙ୍କୁ ଜାତୀୟ ଖଫାୟ ସୁରକ୍ଷା ଯୋଜନାରେ ସାମିଲ କରିବା ପରେ ରାଜ୍ୟ ସରକାରଙ୍କ ଉପରୁ ଆର୍ଥିକ ବୋଝ କମିବ। ଏପରିକି ରାଜ୍ୟ ସରକାର ଆଉ ନିଜସ୍ୱ ଯୋଜନା ଚଳାଇବା ପାଇଁ ଆର୍ଥିକ ବୋଝ ସମ୍ଭାଳିବା ଅବସ୍ଥାରେ ନାହାଁନ୍ତି। ତେଣୁ ନିଜସ୍ବ ଯୋଜନାର ସବୁ ହିତାଧିକାରୀଙ୍କୁ ଜାତୀୟ ଯୋଜନା ସହିତ ମୁଶ୍ରଣ କରିବାକୁ ବିଚାର କରୁଛନ୍ତି। ଯାହାକୁ ସମାଲୋଚନା କରିଛନ୍ତି ବିରୋଧୀ।
ବାଇଟ ବିଷ୍ଣୁ ସେଠୀ, ବିରୋଧୀ ଦଳ ଉପନେତା


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.