ETV Bharat / city

Panchayat Poll: ନିର୍ବାଚନ କମିଶନଙ୍କୁ ଭେଟିଲା କଂଗ୍ରେସ

author img

By

Published : Feb 22, 2022, 5:01 PM IST

ରାଜ୍ୟ ନିର୍ବାଚନ କମିଶନରଙ୍କୁ ଫେରାଦ ହେଲା କଂଗ୍ରେସ । ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା କଂଗ୍ରେସର ପ୍ରତିନିଧି ଦଳ । ଜଗତସିଂପୁର ଢିଙ୍କିଆରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗରେ ଭେଟିଲା ଦଳ । ଅଧିକ ପଢନ୍ତୁ

ନିର୍ବାଚନ କମିଶନଙ୍କୁ ଭେଟିଲା କଂଗ୍ରେସ
v ନିର୍ବାଚନ କମିଶନଙ୍କୁ ଭେଟିଲା କଂଗ୍ରେସ

ଭୁବନେଶ୍ବର: ରାଜ୍ୟ ନିର୍ବାଚନ କମିଶନରଙ୍କୁ ଫେରାଦ ହେଲା କଂଗ୍ରେସ । ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା କଂଗ୍ରେସର ପ୍ରତିନିଧି ଦଳ । ଜଗତସିଂପୁର ଢିଙ୍କିଆରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗରେ ଭେଟିଲା ଦଳ । ଶାସକ ଦଳର ଲୋକେ ଭୋଟରଙ୍କୁ ଧମକାଉଛନ୍ତି । ଭୋଟ କେନ୍ଦ୍ରକୁ ଆସିବାକୁ ଦେଉନାହାଁନ୍ତି । ତେଣୁ ଭୋଟରମାନଙ୍କ ନିଜ ଅଞ୍ଚଳରେ ଅର୍ଥାତ ସେହି ଗାଁରେ ମତଦାନ କେନ୍ଦ୍ର ଖୋଲିବାକୁ କଂଗ୍ରେସ ଦାବି କରିଛି ।

ନିର୍ବାଚନ କମିଶନଙ୍କୁ ଭେଟିଲା କଂଗ୍ରେସ

ସେହିପରି ସାମ୍ବାଦିକ ଉପରେ ହେଉଥିବା ଆକ୍ରମଣ ପାଇଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଭଦ୍ରକ ଚାନ୍ଦବାଲି ଘଟଣାରେ ଜଣେ ବି ଦୋଷୀଙ୍କୁ ଧରା ଯାଇନଥିବାରୁ ତୁରନ୍ତ ସମସ୍ତ ଙ୍କୁ ଧରିବା ପାଇଁ କଂଗ୍ରେସର ଦାବି କରିଛି । ଏହାବାଦ ସାଲେପୁର ବିଇଓ ଶାସକ ଦଳ ପାଇଁ ପ୍ରଚାର କରୁଥିବା ଭିଡିଓ ଭାଇରାଲ ହେଉଥିବାରୁ କଂଗ୍ରେସ ସମ୍ପୃକ୍ତ ବିଇଓଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.