ETV Bharat / city

୨ମନ୍ତ୍ରୀଙ୍କୁ ଭେଟିଲା ଶୀତଳ ଷଷ୍ଠୀ କ୍ରିୟାନୁଷ୍ଠାନ କମିଟି, ସରକାରୀ ଅନୁଦାନ 10 ଲକ୍ଷକୁ ବୃଦ୍ଧି ଦାବି

author img

By

Published : May 13, 2022, 9:43 PM IST

ଶୀତଳ ଷଷ୍ଠୀଙ୍କୁ ଆଡମ୍ବରର ସହ କରିବା ଲାଗି ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଛି ଶୀତଳ ଷଷ୍ଠୀ କ୍ରିୟାନୁଷ୍ଠାନ କମିଟି । ଅଧିକ ପଢନ୍ତୁ

୨ମନ୍ତ୍ରୀଙ୍କୁ ଭେଟିଲା ଶୀତଳ ଷଷ୍ଠୀ କ୍ରିୟାନୁଷ୍ଠାନ କମିଟି, ସରକାରୀ ଅନୁଦାନ 10 ଲକ୍ଷକୁ ବୃଦ୍ଧି ଦାବି
୨ମନ୍ତ୍ରୀଙ୍କୁ ଭେଟିଲା ଶୀତଳ ଷଷ୍ଠୀ କ୍ରିୟାନୁଷ୍ଠାନ କମିଟି, ସରକାରୀ ଅନୁଦାନ 10 ଲକ୍ଷକୁ ବୃଦ୍ଧି ଦାବି

ଭୁବନେଶ୍ବର: ଶୀତଳ ଷଷ୍ଠୀଙ୍କୁ ଆଡମ୍ବରର ସହ କରିବା ଲାଗି ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଛି ଶୀତଳ ଷଷ୍ଠୀ କ୍ରିୟାନୁଷ୍ଠାନ କମିଟି । ଏନେଇ ଆଜି(ଶୁକ୍ରବାର) ଆଇନ ମନ୍ତ୍ରୀ ପ୍ରତାପ ଜେନା ଓ ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଭେଟିଛନ୍ତି ଶୀତଳ ଷଷ୍ଠୀ କ୍ରିୟାନୁଷ୍ଠାନ କମିଟି । ବନ୍ଦ ହୋଇଥିବା ସରକାରୀ ଅନୁଦାନ ପ୍ରଦାନ ଓ ବୃଦ୍ଧି ଦାବି କରିଛି କ୍ରିୟାନୁଷ୍ଠାନ କମିଟି ।

୨ମନ୍ତ୍ରୀଙ୍କୁ ଭେଟିଲା ଶୀତଳ ଷଷ୍ଠୀ କ୍ରିୟାନୁଷ୍ଠାନ କମିଟି, ସରକାରୀ ଅନୁଦାନ 10 ଲକ୍ଷକୁ ବୃଦ୍ଧି ଦାବି

ଓଡିଶା ତଥା ପଶ୍ଚିମ ଓଡ଼ିଶାର ଗଣ ପର୍ବ ଶୀତଳ ଷଷ୍ଠୀ । ଏହାକୁ ପଶ୍ଚିମ ଓଡ଼ିଶା ବିଶେଷ କରି ସମ୍ବଲପୁରରେ ଜାକଜମକରେ ପାଳନ କରାଯାଏ । ଗତ ଦୁଇ ବର୍ଷ ହେଲା କୋଭିଡ଼ ସଂକ୍ରମଣ ଓ କଟକଣା କାରଣରୁ ବନ୍ଦ ହୋଇଥିଲା ମା' ସମଲେଶ୍ବରୀଙ୍କ ଏହି ବଡ଼ ପର୍ବ । ପର୍ବ ପାଇଁ ସରକାରଙ୍କ ପକ୍ଷରୁ ମିଳୁଥିବା ଅନୁଦାନ ମଧ୍ୟ ବନ୍ଦ ହୋଇଥିଲା । ତେଣୁ ଅନୁଦାନ ପ୍ରଦାନ ଓ ବୃଦ୍ଧି ଦାବି କରିଛି ଶୀତଳ ଷଷ୍ଠୀ କ୍ରିୟାନୁଷ୍ଠାନ କମିଟି । ସରକାରୀ ଅନୁଦାନ ପ୍ରତି କମିଟି ପିଛା 5 ଲକ୍ଷ ଥିବାବେଳେ ଏବେ ଏହାକୁ 10 ଲକ୍ଷ କରିବାକୁ ଦାବି ହୋଇଛି ।

ମନ୍ତ୍ରୀ ମାନଙ୍କୁ ଭେଟିଥିବା କ୍ରିୟାନୁଷ୍ଠାନ କମିଟିରେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ରେଙ୍ଗାଲି ବିଧାୟକ ନାଉରି ନାୟକ ଥିଲେ । ଏହା ସହ କମିଟିର ବରିଷ୍ଠ ବ୍ୟକ୍ତି ବିଶେଷ ଯୋଗ ଉପସ୍ଥିତ ଥିଲେ । ସଂସ୍କୃତି ସହ ଅନ୍ୟ ବିଭାଗର ସହଯୋଗରେ ଏହି ଯାତ୍ରାକୁ ସଫଳ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.