ETV Bharat / city

ଦିଲ୍ଲୀରୁ ଟ୍ବିଟ ପରେ ଓଡ଼ିଶାରେ ଆକ୍ସନ, ଆଶୁତୋଷଙ୍କୁ ମିଳିଲା ସ୍ବାସ୍ଥ୍ୟ ସେବା

author img

By

Published : Sep 5, 2022, 8:43 AM IST

ବ୍ରେନ୍ ଟ୍ୟୁମରରେ ପୀଡିତ ଯାଜପୁରର ଆଶୁତୋଷ । ରାସନ କାର୍ଡରେ ନାମ ନଥିବାରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(Biju Swasthya Kalyan Yojana)ରେ ମିଳୁନଥିଲା ସୁବିଧା । ଦିଲ୍ଲୀରେ ରହୁଥିବା ଓଡିଆ ଯୁବକଙ୍କ ଟ୍ବିଟ ପରେ ସାତ ବର୍ଷର ଆଶୁତୋଷଙ୍କୁ ସ୍ମାର୍ଟ କାର୍ଡରେ ମିଳିଲା ସ୍ବାସ୍ଥ୍ୟ ସେବା । ଅଧିକ ପଢନ୍ତୁ

ଦିଲ୍ଲୀରୁ ଟ୍ବିଟ ପରେ ଓଡ଼ିଶାରେ ଆକ୍ସନ, ଆଶୁତେଷଙ୍କୁ ମିଳିଲା ସ୍ବାସ୍ଥ୍ୟ ସେବା
ଦିଲ୍ଲୀରୁ ଟ୍ବିଟ ପରେ ଓଡ଼ିଶାରେ ଆକ୍ସନ, ଆଶୁତେଷଙ୍କୁ ମିଳିଲା ସ୍ବାସ୍ଥ୍ୟ ସେବା

ଭୁବନେଶ୍ବର: ବ୍ରେନ୍ ଟ୍ୟୁମରରେ ପୀଡିତ ୭ ବର୍ଷର ଆଶୁତୋଷ ପଣ୍ଡା । ଘର ଯାଜପୁର ଜିଲ୍ଲା ଦଶରଥ ପୁର ବ୍ଲକ୍ ରହସୋଇ ଗ୍ରାମରେ । ସେ ବ୍ରେନ ଟ୍ୟୁମରରେ ପୀଡିତ ଥିଲେ ମଧ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରୁ ବଞ୍ଚିତ ଥିଲେ । ଆଶୁତୋଷଙ୍କ ଆରୋଗ୍ୟ କାମନା କରି ସୋସିଆଲ ମିଡିଆରେ ଅନେକ ପୋଷ୍ଟ ହେବା ସହ ଏହି ଖବର ଭାଇରାଲ ହୋଇଥିଲା । ଯାହା ଦିଲ୍ଲୀରେ ଥିବା ଓଡିଆ ଯୁବକ ଅହମ୍ମଦ ଅଲ୍ଲୀ ଖାନଙ୍କ ନଜରକୁ ଆସିଥିଲା । ଏହା ଦେଖିବା ପରେ ସେ ସିଏମଓଙ୍କୁ ଆଶୁତୋଷଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇନଥିବା ନେଇ ଟ୍ବିଟ କରିଥିଲେ । ଟ୍ବିଟ କରିବାର ମାତ୍ର ୨୦ ମନିଟ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନେ ଲାଗି ପଡିଲେ କାମରେ । ଆଉ ଶେଷରେ ଆଶୁତୋଷଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇଥିଲା । ଅହମ୍ମଦ ଅଲ୍ଲୀ ଖାନ ଯାଜପୁର ବିଞ୍ଝାରପୁରର ହୋଇଥିବା ବେଳେ ସେ ଦିଲ୍ଲୀରେ ୧୦ ବର୍ଷ ହେବ ରହୁଛନ୍ତି ଏବଂ ସେ ଏୟାର ଲାଇନ୍ସରେ କାମ କରୁଛନ୍ତି।

କଣ ଟ୍ବିଟ କରିଥିଲେ ଅହମ୍ମଦ ଅଲ୍ଲୀ ଖାନ ?

ଯାଜପୁର ବିଞ୍ଝାପୁରର ଆଶୁତୋଷ ପଣ୍ଡା, ବୟସ ୭ ବର୍ଷ, ସେ ଏବେ ବ୍ରେନ ଟ୍ୟୁମରରେ ପୀଡିତ ହୋଇ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ତାଙ୍କ ନାମ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(Biju Swasthya Kalyan Yojana)ରେ ନଥିବାରୁ ସେ ମାଗଣା ଚିକିତ୍ସା ପାଇ ପାରୁନାହାନ୍ତି । ତେଣୁ ତାଙ୍କ ନାମ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପଞ୍ଜିକରଣ କରାଯାଇ ମାଗଣାରେ ଚିକିତ୍ସା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-Teachers Day 2022: ଗୁର-ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନ ଗୁରୁ ଦିବସ

ଏହି ଟ୍ବିଟ ଦେଖିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ କରାଯାଇ ରାସନ କାର୍ଡରେ ଆଶୁତୋଷଙ୍କ ନାମ ଯୋଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରାଇ ନିମିଷକେ ମଧ୍ୟରେ ତାଙ୍କ ନାମ ଯୋଡା ଯିବା ପରେ ବିଜୁ ସ୍ମାର୍ଟ କାର୍ଡରେ ସୋ କରିଥିଲା ଆଶୁତୋଷଙ୍କ ନାମ ।

ଆଶୁତୋଷ ଏବେ ଭୁବନେଶ୍ଵର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ । ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡିଛି । ତାଙ୍କ ପରିବାର ଓ ଟ୍ବିଟ କରିଥିବା ଯୁବକଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଅଫିସ ମଧ୍ୟ ଯୋଗାଯୋଗରେ ଥିବା ଜଣାପଡିଛି । ଯଦି ଆବଶ୍ୟକ ପଡ଼େ ଆହୁରି ଅଧିକ ଚିକିତ୍ସା ଯୋଗାଇ ଦିଆଯିବା ନେଇ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିଛି । ଏନେଇ ଅହମ୍ମଦ ଅଲ୍ଲୀ ଖାନ କହିଛନ୍ତି " ମୋ ଟୁଇଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିଛନ୍ତି, ତା ସହିତ କାର୍ଯ୍ୟକାରୀ କରିଛନ୍ତି, ଯାହା ମୋତେ ବେଶ୍ ଖୁସି ଦେଇଛି ।’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.