ETV Bharat / city

World Pakhal Divas: ପଖାଳରେ ମାଛ ଭଜା, ବଢି ଚୁରା ମୋର ଭାରି ପସନ୍ଦ କହିଲେ ସୁର

author img

By

Published : Mar 20, 2022, 4:13 PM IST

ଆଜି ହେଉଛି ମାର୍ଚ୍ଚ ୨୦ ତାରିଖ ତଥା ବିଶ୍ବ ପଖାଳ ଦିବସ । ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ନିଆରା ଅନ୍ଦାଜ ସହିତ ଏହି ଦିବସକୁ ପାଳନ କରିଛନ୍ତି । ଅଧିକ ପଢନ୍ତୁ

World Pakhal Divas: ପଖାଳ କଂସା ସହ ସୁରଙ୍କ ନିଆରା ଅନ୍ଦାଜ
World Pakhal Divas: ପଖାଳ କଂସା ସହ ସୁରଙ୍କ ନିଆରା ଅନ୍ଦାଜ

ଭୁବନେଶ୍ବର: ଆଜି ହେଉଛି ମାର୍ଚ୍ଚ ୨୦ ତାରିଖ ତଥା ବିଶ୍ବ ପଖାଳ ଦିବସ । ପ୍ରତିଟି ଓଡ଼ିଆଙ୍କ ପାଇଁ ଆଜି ହେଉଛି ଗର୍ବ ଓ ଗୌରବର ଦିନ । ଆଜିର ଦିନରେ ଓଡ଼ିଆମାନେ ଯେଉଁଠି ବି ରହିଥାନ୍ତୁ ନା କାହିଁକି ଖୋଜିଥାନ୍ତି ପଖାଳ କଂସା । ଏହି ଅବସରରେ ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ପଖାଳ ଖାଇ ଖୁବ ଆନନ୍ଦ ଉଲ୍ଲାସର ସହିତ ଏହି ଦିବସକୁ ପାଳନ କରିଛନ୍ତି ।

World Pakhal Divas: ପଖାଳ କଂସା ସହ ସୁରଙ୍କ ନିଆରା ଅନ୍ଦାଜWorld Pakhal Divas: ପଖାଳ କଂସା ସହ ସୁରଙ୍କ ନିଆରା ଅନ୍ଦାଜ

ସୁରଙ୍କ ପାଇଁ ପ୍ରତିଦିନ ହୋଇଥାଏ ପଖାଳ ଦିବସ । ଦୈନିକ ସେ ଥରେ କି ଦୁଇ ଥର ପଖାଳ ଖାଇଥାନ୍ତି । ପଖାଳ ନ ଖାଇଲେ ତାଙ୍କ ମନ ଉଣା ହୁଏ ବୋଲି ସେ କହିଛନ୍ତି । ତେବେ ପଖାଳ ଭାତ ସାଙ୍ଗକୁ ମାଛ ଭଜା, ବଡ଼ି ଚୁରା, ଆଳୁ ଭର୍ତ୍ତା, ଶାଗ ଭଜା ଖାଇବାକୁ ଖୁବ ଭଲ ଲାଗେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର । ପଖାଳ ଶରୀରରେ ଶକ୍ତି ଭରି ଦିଏ । ତାଙ୍କ ଶରୀର ହେଉଛି ପଖାଳ ବୋଲି କହିଛନ୍ତି ସୁର ।

ଓଡ଼ିଆ ଓ ପଖାଳ ଉଭୟ ଅଭିନ୍ନ । ଓଡ଼ିଆ ଜାତିର ସଂସ୍କୃତି ଓ ପରମ୍ପରାର ଗୁରୁତ୍ବ ବହନ କରୁଥିବା ପଖାଳ ଏବେ ସାରା ବିଶ୍ବରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଓଡ଼ିଆ ଘରର ପଖାଳ ଓଡ଼ିଆ ଜାତିର ପରିଚୟ ସଦୃଶ । ଖରା ଦିନେ ପଖାଳ କଂସା ଏବଂ ମୁନ୍ଦେ ତୋରାଣି ଦୈନନ୍ଦିନ ଜୀବନକୁ ଶୀତଳ କରେ । ପେଟକୁ ଅହେତୁକ ଆନନ୍ଦ ପ୍ରଦାନ କରେ । ତେବେ ପାରମ୍ପରିକ ଖାଦ୍ୟକୁ ଲୋକପ୍ରିୟ କରିବା ତଥା ଗ୍ରୀଷ୍ମକୁ ସ୍ବାଗତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ 20କୁ ବିଶ୍ବବ୍ୟାପୀ ପଖାଳ ଦିବସ ଭାବରେ ପାଳନ କରାଯାଏ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.