ETV Bharat / city

ସାଆନ୍ତଙ୍କ ସ୍ନାନଯାତ୍ରା, ବାହାରିନରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ

author img

By

Published : Jun 15, 2022, 10:54 AM IST

ବାହାରିନରେ ସାଗାୟା ଇସ୍କନ ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଜନ୍ମଦିନ ଏବଂ ଦେବସ୍ନାନ ପୂର୍ଣ୍ଣିମା ଧୁମଧାମରେ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

ବାହାରିନରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ
ବାହାରିନରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ

ଭୁବନେଶ୍ବର: ସେ ପରା ସାଆନ୍ତ । କପଟିଆ ହେଲେ ବି କୋଟି ଓଡିଆଙ୍କ କଳାଠାକୁର । ଅଖିଳ ବ୍ରହ୍ମାଣ୍ତ ନାଥ ସେ ପ୍ରଭୁ ଜଗନ୍ନାଥ । ସେ ସବୁଠି ବିଦ୍ୟମାନ । ବାହାରିନରେ ସାଗାୟା ଇସ୍କନ ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଜନ୍ମଦିନ ଏବଂ ଦେବସ୍ନାନ ପୂର୍ଣ୍ଣିମା ଧୁମଧାମରେ ଅନୁଷ୍ଠିତ ହୋଇଛି । ବାହାରିନ ଓଡିଆ ସମାଜ ଅନୁକୂଲ୍ୟରେ ଏହା ଆୟୋଜନ କରାଯାଇଛି । ଓଡିଆ ଏବଂ ଅନ୍ୟାନ୍ୟ ଭକ୍ତଙ୍କ ଏକ ବିଶାଳ ସମାବେଶରେ ଦୁର୍ଲଭ ସେବା ଅନୁଷ୍ଠିତ ହୋଇଛି ।

ବାହାରିନରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ

ପାରମ୍ପାରିକ ରୀତିନୀତି ଅନୁଯାୟୀ ଭଗବାନ ବଳଭଦ୍ର, ଜଗନ୍ନାଥ, ସୁଭଦ୍ରା ଏବଂ ସୁଦର୍ଶନଙ୍କ ପବିତ୍ର ଜଳ ଏବଂ କ୍ଷୀରରେ ସ୍ନାନ କରାଯାଇଥିଲା । ମୂର୍ତ୍ତିଗୁଡ଼ିକୁ ମଧ୍ୟ ହାତୀ ରୂପରେ ସୁନ୍ଦର ଭାବରେ ସଜା ଯାଇଛି । କାର୍ଯ୍ୟକ୍ରମରେ ସାମିଲ ହୋଇଥିବା କଲିକତାର ମାୟାପୁରୀର ଓଡିଆ ସାଧୁ ପୁରୁଷୋତ୍ତମ ସ୍ବାମୀ ମହାରାଜାଙ୍କୁ ସମ୍ମାନିତ କରାଯାଇଛି । ପ୍ରଭୁ ଜଗନ୍ନାଥଙ୍କ ସୁନ୍ଦର ପରମ୍ପରାକୁ ବ୍ୟାଖ୍ୟା କରିଛନ୍ତି ସାଧୁ ପୁରୁଷୋତ୍ତମ ସ୍ବାମୀ । ସେ କହିଛନ୍ତି ଯେ, ଜଗନ୍ନାଥ ବ୍ରହ୍ମାଣ୍ଡର ପ୍ରଭୁ ଅଟନ୍ତି । କାରଣ ସେ କୌଣସି ଅସ୍ତ୍ର ବହନ କରନ୍ତି ନାହିଁ ।

ଏହା ପରେ ପାରମ୍ପାରିକ ରୀତିନୀତି ସହିତ ଆରତୀ ଏବଂ ପ୍ରସାଦ ବଣ୍ଟନ କରାଯାଇଥିଲା । ବାହାରିନ ଓଡିଆ ସମାଜର ପ୍ରତିଷ୍ଠାତା ଡ ଅରୁଣ କୁମାର ପ୍ରହାରାଜ କହିଛନ୍ତି ଯେ, ଏହା ଏକ ଗର୍ବର ମୂହୁର୍ତ୍ତ । ଆମେ ଆମର ପାରମ୍ପାରିକ ତଥା ଧାର୍ମିକ ରୀତିନୀତିକୁ ଏକ ଇସଲାମ ଦେଶରେ ପାଳନ କରିବାରେ ସକ୍ଷମ ଅଟୁ । ଧାର୍ମିକତା ପାଇଁ ସେ ବାହାରିନର ରାଜାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବାହାରିନର 200 ବର୍ଷ ପୁରୁଣା ମନାମା ଶ୍ରୀନାଥ ଜୀ ମନ୍ଦିରରେ ISKCON ସହଯୋଗରେ ବାହାରିନ ଓଡିଆ ସମାଜ ପବିତ୍ର ରଥଯାତ୍ରା ପାଳନ କରିବାକୁ ଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.