ETV Bharat / city

Road Accident Report 2021: ବର୍ଷକରେ ରାଜଧାନୀରେ ଯାଇଛି ୧୪୯ ଜୀବନ

ଚଳିତ ବର୍ଷ ରାଜଧାନୀରେ ୫୩୨ଟି ସଡକ ଦୁର୍ଘଟଣା (Road Accidents in Bhubaneswar)ଘଟିଥିବା ବେଳେ ୧୪୯ଜଣଙ୍କ ଜୀବନ ଯାଇଛି । ଦୁର୍ଘଟଣାରେ ୩୦୪ ଜଣ ଗୁରୁତର ହୋଇଥିବା ବେଳେ ୧୨୫ ଜଣ ସାମାନ୍ୟ ଆହତ ହୋଇଛନ୍ତି । କମିଶନରେଟ ପୋଲିସ ତରଫରୁ ରିପୋର୍ଟ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

ରାଜଧାନୀରେ ବଢୁଛି ସଡ ଦୁର୍ଘଟଣା ଜନିତ ମୃତ୍ୟୁ , ଚଳିତ ବର୍ଷ ଯାଇଛି ୧୪୯ ଜୀବନ

author img

By

Published : Dec 24, 2021, 7:51 AM IST

ଭୁବନେଶ୍ବର: ରାଜଧାନୀ ପାଲଟିଛି ମରଣଯନ୍ତା ! ଚଳିତ ବର୍ଷ ରାଜଧାନୀରେ ୫୩୨ଟି ସଡକ ଦୁର୍ଘଟଣା (Road Accidents in Bhubaneswar)ଘଟିଥିବା ବେଳେ ୧୪୯ଜଣଙ୍କ ଜୀବନ ଯାଇଛି । ନିଶାଶକ୍ତ, ରଙ୍ଗରୁଟ ଓ ବେପାରୁଆ ଗାଡି ଚାଳନା ହୋଇଛି ଏହା‌ପଛର କାରଣ । ଡେଥ୍ ଜୋନ ପାଲଟିଛି ବାଲିଅନ୍ତା ଜଗନାନ୍ନଥ ସଡକ । ଏନେଇ କମିଶନରେଟ ପୋଲିସ ତରଫରୁ ରିପୋର୍ଟ ପ୍ରକାଶ ପାଇଛି ।

ରାଜଧାନୀରେ ବଢୁଛି ସଡ ଦୁର୍ଘଟଣା ଜନିତ ମୃତ୍ୟୁ , ଚଳିତ ବର୍ଷ ଯାଇଛି ୧୪୯ ଜୀବନ

ସେହିପରି ସଡକ ଦୁର୍ଘଟଣାରେ ୩୦୪ ଜଣ ଗୁରୁତର ହୋଇଥିବା ବେଳେ ୧୨୫ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଏନେଇ କ୍ୟାପିଟାଲ ଥାନାରେ ୬୨, ଖଣ୍ଡଗିରି ୫୩, ସହିଦନଗର ୫୦, ବାଲିଅନ୍ତା,୪୪, ଜଟଣୀ ୪୩, ଓ ନୟାପଲ୍ଲୀ ଥାନାରେ ୩୫ଟି ମାମଲା ପଞ୍ଜିକୃତ ହୋଇଛି । ଦୁର୍ଘଟଣାରେ ବାଲିଅନ୍ତା ଥାନା ଅଞ୍ଚଳରେ ସର୍ବାଧିକ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଟଣୀରେ ୧୮, ଖଣ୍ଡଗିରି ଓ ମଞ୍ଚେଶ୍ବର ୧୫, ସହିଦନଦର ୧୨ ଓ ଭରତପୁର ଅଞ୍ଚଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ବାଲିଅନ୍ତା ଥାନା ଅଞ୍ଚଳରେ ସବୁଠାରୁ ଅଧିକ ଜୀବନ ଯାଇଥିବା ବେଳେ ଏହି ଅଞ୍ଚଳର ନୂଆ ଜଗନ୍ନାଥ ସଡକ ଡେଥ ଜୋନ ପାଲଟିଥିବା ରିପୋର୍ଟରେ ପ୍ରକାଶ ପାଇଛି ।

ସେହିପରି ଗତ ବର୍ଷ ସଡକ ଦୁର୍ଘଟଣାରେ ୧୬୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହା ଚଳିତ ବର୍ଷ ବୃଦ୍ଧି ହୋଇଛି । କଡା ଫାଇନ ଓ ଟ୍ରାଫିକ‌ ଚେକିଂ ସତ୍ତ୍ବେ ଦୁର୍ଘଟଣା ରୋକିବା ସମ୍ଭବ ହୋଇନି । ଦୁର୍ଘଟଣା ରୋକିବାକୁ ପୋଲିସ ଦୁର୍ଘଟଣା ସ୍ଥାନକୁ ବ୍ଳାକ ସ୍ପଟ ଚିହ୍ନଟ କରିଛି । ସେପଟେ ଦୁର୍ଘଟଣା ରୋକିବାକୁ ସଚେତନତା ସହ ସାଇନ ଏଜ ଓ ସଚେତନତା କାର୍ଯ୍ୟ ଜାରି ରଖିଛି । ତେବେ ଟ୍ରାଫିକ ନିୟମ ଅବମାନନା କରି MVI ଆକ୍ଟରେ ୧ ଲକ୍ଷ ୯୨ ହଜାର ୯୪୩ ଜଣ ଗାଡି ଚାଳକଙ୍କଠାରୁ ମୋଟ ୩, ୦୪, ୦୫୦୦ ଟଙ୍କା ଫାଇନ ଆଦାୟ ହୋଇଛି । ସେହିପରି ଓଡିଶା ଅରବାନ ପୋଲିସ ଆକ୍ଟରେ OUP ଆକ୍ଟ ରେ ମଧ୍ୟ ୨୧,୧୧୦ ଜଣଙ୍କ ଠାରୁ ୬,୨୭,୯୧୦୦ଟଙ୍କା ଫାଇନ ଆଦାୟ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.