ETV Bharat / city

ରାଜଧାନୀରେ ଭୟଙ୍କର ଦୁର୍ଘଟଣା, 18 ଚକିଆକୁ ପିଟିଲା 12 ଚକିଆ ଟ୍ରକ୍‌

author img

By

Published : Oct 14, 2020, 7:01 PM IST

Updated : Oct 14, 2020, 7:49 PM IST

ରାଜଧାନୀ ଭୁବନେଶ୍ବରରେ ଭୟଙ୍କର ଦୁର୍ଘଟଣା । ଟ୍ରକକୁ ପିଟିଲା ଟ୍ରକ୍‌ । ଜଣେ ମୃତ, 2 ଗୁରୁତର ଆହତ । ଅଧିକ ପଢନ୍ତୁ...

ରାଜଧାନୀରେ ଭୟଙ୍କର ଦୁର୍ଘଟଣା, 18 ଚକିଆକୁ ପିଟିଲା 12 ଚକିଆ ଟ୍ରକ୍‌
ରାଜଧାନୀରେ ଭୟଙ୍କର ଦୁର୍ଘଟଣା, 18 ଚକିଆକୁ ପିଟିଲା 12 ଚକିଆ ଟ୍ରକ୍‌

ଭୁବନେଶ୍ବର: ଫାୟାର ଷ୍ଟେସନ ଓଭରବ୍ରିଜ ଉପରେ ଦୁର୍ଘଟଣା । 18 ଚକିଆ ଟ୍ରକକୁ ପଛପଟୁ ଧକ୍କା ଦେଲା 12 ଚକିଆ ଟ୍ରକ । ଟ୍ରକ ଉପରେ ଟ୍ରକଟି ମାଡିଯିବାରୁ ଘଟଣାସ୍ଥଳରେ ଜଣେ ଡ୍ରାଇଭର ମୃତ । ଦୁଇ ଜଣ ଗୁରୁତର ଆହତ ।

ରାଜଧାନୀରେ ଭୟଙ୍କର ଦୁର୍ଘଟଣା, 18 ଚକିଆକୁ ପିଟିଲା 12 ଚକିଆ ଟ୍ରକ୍‌

ମୃତକ ଜଣକ ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲ୍ଲା ଗୁଣ୍ଟୁରର ଫାରୁକ ବୋଲି ଜଣାପଡିଛନ୍ତି । ସେ AP39TB6148 ନମ୍ବର ଥିବା ଟ୍ରକ ଚଳାଉଥିଲେ । ଏପଟେ ଟ୍ରକ ଉପରେ ଟ୍ରକ ଚଢିଯାଇଥିବାରୁ ଆହତ ମାନଙ୍କୁ ଉଦ୍ଧାର କରିବା କଷ୍ଟ ହୋଇପଡିଥିଲା ।

ଘଟଣାସ୍ଥଳରେ ଓଡ୍ରାଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ସୂଚନା ଅନୁସାରେ, 18 ଚକିଆ ଟ୍ରକଟି ଯାନ୍ତ୍ରିକ ତ୍ରୁଟି ପାଇଁ ଓଭର ବ୍ରିଜ ଉପରେ ଠିଆ ହୋଇଥିବାବେଳେ ପଛପଟୁ ଆସୁଥିବା ଏକ 12 ଚକିଆ ଟ୍ରକ ଏହି ଟ୍ରକରେ ପିଟି ହୋଇଯାଇଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Oct 14, 2020, 7:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.