ETV Bharat / city

ଶାରଳା ସୂତାକଳ ସିଲ ଘଟଣା, କାର୍ଯ୍ୟକ୍ଷମ ଦାବିରେ ତିର୍ତ୍ତୋଲବାସୀଙ୍କ ଭୁବନେଶ୍ବର ପଦଯାତ୍ରା

author img

By

Published : Aug 3, 2022, 10:40 PM IST

ଜଗତସିଂହପୁର ତିର୍ତ୍ତୋଲ ସ୍ଥିତ ଶାରଳା ସୂତାକଳ ପୁନଃରୁଦ୍ଧାର ପାଇଁ ତିର୍ତ୍ତୋଲବାସୀଙ୍କ ଭୁବନେଶ୍ବର ପଦଯାତ୍ରା । ଋଣମୁକ୍ତ କରିବା ସହ କାର୍ଯ୍ୟକ୍ଷମ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ । ଅଧିକ ପଢ଼ନ୍ତୁ

public of tirtol demands to function sarala spinning mill
ଶାରଳା ସୂତାକଳ ସିଲ ଘଟଣା, କାର୍ଯ୍ୟକ୍ଷମ ଦାବିରେ ତିର୍ତ୍ତୋଲବାସୀଙ୍କ ଭୁବନେଶ୍ବର ପଦଯାତ୍ରା

ଭୁବନେଶ୍ବର: ଋଣ ଶୁଝି ନପାରିବାରୁ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ସ୍ଥିତ ଶାରଳା ସୂତାକଳକୁ ଏସବିଆଇ ବ୍ୟାଙ୍କ ସିଲ କରିଛି । ସୂତାକଳକୁ ଋଣମୁକ୍ତ କରିବା ସହ ପୁନଃରୁଦ୍ଧାର କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି । ଏହି ପରିପ୍ରେକ୍ଷୀରେ ତିର୍ତ୍ତୋଲବାସୀ ପଦଯାତ୍ରା କରି ଭୁବନେଶ୍ବରର ମାଷ୍ଟରକ୍ୟାଣ୍ଟିନରେ ପହଞ୍ଚିଛନ୍ତି । ସୂତାକଳକୁ ପୁନଃ କାର୍ଯ୍ୟକ୍ଷମ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।

ଶାରଳା ସୂତାକଳ କାର୍ଯ୍ୟକ୍ଷମ ଦାବିରେ ତିର୍ତ୍ତୋଲବାସୀଙ୍କ ଭୁବନେଶ୍ବର ପଦଯାତ୍ରା

୧୯୮୨ ମସିହାରୁ ଏହି ସୂତାକଳ ସ୍ଥାପନା ହୋଇଥିବା ବେଳେ ୧୯୮୪ରେ କାର୍ଯ୍ୟକ୍ଷମ ହୋଇଥିଲା । ରକ୍ଷଣାବେକ୍ଷଣ ଓ ଯନ୍ତ୍ରାଂଶର ଅଭାବରୁ ମହାବାତ୍ୟା ୧୯୯୯ ଠାରୁ ବନ୍ଦ ହୋଇପଡିଛି । ଏପରିକି ସରକାର ଏହାକୁ ଆନୁମାନିକ ମୂଲ୍ୟଠାରୁ ବି କମରେ ବିକ୍ରି କରିବାର ଯୋଜନା କରୁଥିବା ତିର୍ତ୍ତୋଲବାସୀ ଅଭିଯୋଗ କରିଛନ୍ତି । ଆନ୍ଦୋଳନକାରୀ କହିଛନ୍ତି," ସରକାର ଶାରଳା ସୂତାକଳକୁ ଋଣମୁକ୍ତ କରି କାର୍ଯ୍ୟକ୍ଷମ କରନ୍ତୁ । ନଚେତ ଏହା ପରିବର୍ତ୍ତେ ଅନ୍ୟ କୌଣସି କମ୍ପାନୀ ତିଆରି କରନ୍ତୁ ।" ସୂତାକଳ ପୁନଃରୁଦ୍ଧାର ହୋଇପାରିଲେ ୧୦ ହଜାରରୁ ଉର୍ଦ୍ଧ୍ବ ସ୍ଥାନୀୟ ଲୋକେ ରୋଜଗାରକ୍ଷମ ହୋଇପାରିବେ । ଏଥିପାଇଁ ସ୍ଥାନୀୟ ୧୦ ହଜାର ଲୋକଙ୍କ ଦସ୍ତଖତ ମଧ୍ୟ ନିଆଯାଇଛି । ତେଣୁ ଲୋକଙ୍କ ସ୍ବାର୍ଥ ଓ ପେଟପାଟଣାକୁ ନଜରରେ ରଖି ସରକାର ଏହି ଦିଗରେ ନିଷ୍ପତ୍ତି ନିଅନ୍ତୁ ବୋଲି ତିର୍ତ୍ତୋଲ ବାସିନ୍ଦା ଦାବି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.