ETV Bharat / city

କୋଭିଡ ଲକ୍ଷଣ ଦେଖାଗଲେ ନିଜକୁ ସଂଗରୋଧରେ ରଖନ୍ତୁ: ସ୍ବାସ୍ଥ୍ୟ ବିଭାଗ

author img

By

Published : Jan 17, 2022, 10:02 PM IST

ରାଜ୍ୟରେ ବହୁତ ଲୋକେ ଥଣ୍ଡା, କାଶ ଓ ଜ୍ବରରେ ଆକ୍ରାନ୍ତ ହେଉଛନ୍ତି । ଏଭଳି ଲକ୍ଷଣ ଦେଖାଗଲେ ନିଜକୁ ସଂଗରୋଧରେ ରଖିବା ସହ କୋଭିଡ୍ ଟେଷ୍ଟ କରିବାକୁ ସ୍ବାସ୍ଥ୍ୟ ବିଭାଗରେ ପରାମର୍ଶ । ସାଧାରଣ ଥଣ୍ଡା ,କାଶ ଓ ଜ୍ବର କରୋନାର ଡେଲ୍ଟା ବା ଓମିକ୍ରନ ହୋଇପାରେ ଅଥାବା ଏହା ସାଧାରଣ ଜ୍ବର ବି ହୋଇପାରେ। ଅଧିକ ପଢନ୍ତୁ

health expert niraj mishra reaction on state covid
ଲକ୍ଷଣ ଦେଖାଗଲେ ନିଜକୁ ସଂଗରୋଧରେ ରଖନ୍ତୁ; ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର: ରାଜ୍ୟରେ ବହୁତ ଲୋକ ଥଣ୍ଡା, କାଶ ଓ ଜ୍ବରରେ ଆକ୍ରାନ୍ତ ହେଉଛନ୍ତି । ଏଭଳି ଲକ୍ଷଣ ଦେଖାଗଲେ ନିଜକୁ ସଂଗରୋଧରେ ରଖିବା ସହ କୋଭିଡ୍ ଟେଷ୍ଟ କରିବାକୁ ସ୍ବାସ୍ଥ୍ୟ ବିଭାଗରେ ପରାମର୍ଶ । ସାଧାରଣ ଥଣ୍ଡା ,କାଶ ଓ ଜ୍ବର କରୋନାର ଡେଲ୍ଟା ବା ଓମିକ୍ରନ ହୋଇପାରେ ଅଥାବା ଏହା ସାଧାରଣ ଜ୍ବର ବି ହୋଇପାରେ।

ଲକ୍ଷଣ ଦେଖାଗଲେ ନିଜକୁ ସଂଗରୋଧରେ ରଖନ୍ତୁ; ସ୍ବାସ୍ଥ୍ୟ ବିଭାଗ

ତେବେ କୋଭିଡର କୌଣସି ଲକ୍ଷଣ ଦେଖାଯିବା ମାତ୍ରେ ନିଜକୁ ସଂଗରୋଧରେ ରଖିବା ସହ ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । କୌଣସି ଔଷଧ ନଖାଇ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଆନ୍ତୁ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ଅନ୍ୟପଟେ ଫେବୃଆରୀ ଶେଷ ଓ ମାର୍ଚ୍ଚ ଆରମ୍ଭରୁ କରୋନା ସଂକ୍ରମଣ ହାର କମି ଯାଇଥିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର କହିଛନ୍ତି । ଯଦି ଥଣ୍ଡା କାଶ ହେଉଛି ତେବେ 5-7ରୁ ଦିନ ପର୍ଯ୍ୟନ୍ତ ନିଜକୁ ସଂଗରୋଧରେ ରଖନ୍ତୁ । ବାହାରକୁ ଯିବା ସମୟରେ ସବୁବେଳେ ମାସ୍କ ବ୍ୟବହାର କରନ୍ତୁ । ସେହିଭଳି କିଛି ଲକ୍ଷଣ ଦେଖାଗଲେ ତେବେ ପାରାସିଟାମଲ ଖାଆନ୍ତୁ ଆଉ ଅନ୍ୟ କୌଣସି ମେଡ଼ିସିନ ଖାଆନ୍ତୁ ନାହିଁ ।

ଅପରପକ୍ଷେ ଗତ କିଛି ଦିନ ହେଲା ଥଣ୍ଡା, କାଶ ଏବଂ ଜ୍ଵର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଔଷଧ ଦୋକାନରେ ଲେଭୋ ସେଟ୍ରିଜନ୍, ମଣ୍ଡୁଲକାଷ୍ଟ, ଆଜିଥ୍ରୋମାଇସିନ୍, ପାରାସିଟାମଲ୍, କଫ୍ ସିରପ ଭଳି ଔଷଧର ଚାହିଦା ଅହେତୁକ ଭାବେ ବୃଦ୍ଧି ପାଇଛି।

ବିଶେଷକରି ଶିଶୁଙ୍କ କଫ୍ ସିରଫ ବିକ୍ରି ଅଧିକ ହେଉଛି। ଏଥିସହ ଇମ୍ୟୁନିଟି ବୁଷ୍ଟ ପାଇଁ ଲୋକେ ଭିଟାମିନ୍-ସି, ଜିଙ୍କ୍ ଆଦି ଔଷଧ ବି କିଣି ନେଉଥିବା ସୂଚନା ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.