ETV Bharat / city

ସ୍କୁଲ ଓ କଲେଜସ୍ତରରେ ଚେସର ପ୍ରଚାର ପ୍ରସାର କରୁଛନ୍ତି ସରକାର: ମୁଖ୍ୟମନ୍ତ୍ରୀ

author img

By

Published : Jul 15, 2022, 10:27 PM IST

ସ୍କୁଲ ଓ କଲେଜସ୍ତରରେ ଚେସର ପ୍ରଚାର ଓ ପ୍ରସାର କରୁଛନ୍ତି ରାଜ୍ୟ ସରକାର । 44 ତମ ଚେସ ଅଲିମ୍ପିଆଡର ମଶାଲକୁ ସ୍ୱାଗତ କରିବା ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସ୍କୁଲ ଓ କଲେଜସ୍ତରରେ ଚେସର ପ୍ରଚାର ଓ ପ୍ରସାର କରୁଛନ୍ତି ରାଜ୍ୟ ସରକାର । 44 ତମ ଚେସ ଅଲିମ୍ପିଆଡର ମଶାଲକୁ ସ୍ୱାଗତ କରିବା ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଲୋକସେବା ଭବନରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି ଯେ, ଚେସର ଉତ୍ପତି ସ୍ଥଳ ଭାରତ । ଚେସ ଚତୁରଙ୍ଗ ଭାବେ ଖେଳାଯାଉଥିଲା । ଚେସରେ ଭଲ ପ୍ରଦର୍ଶନ କରିଛି ଓଡ଼ିଶା । ଅନେକ ଓଡ଼ିଆ ଖେଳାଳି ସଫଳତା ଚେସରେ ପାଇଛନ୍ତି । ଓଡ଼ିଶାକୁ ମଶାଲ ଆସିଥିବାରୁ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭାରତ ଓ ଓଡ଼ିଶା ପାଇଁ ଏକ ଗୌରବମୟ ମୁହୂର୍ତ୍ତ । କାହିଁକିନା ଏହି ମେଗା ଇଭେଣ୍ଟର ଆୟୋଜକ ସାଜିଛି । ସେଥିରେ ଅଲିମ୍ପିଆଡ ପଦ୍ମିନୀ ରାଉତଙ୍କ ସହ 6 ଖେଳାଳି ଚେନ୍ନାଇରେ ଆୟୋଜନ ହେବାକୁ ଥିବା ଖେଳରେ ସାମିଲ ଅଛନ୍ତି । ମୁଖ୍ୟମନ୍ତ୍ରୀ ମଶାଲକୁ ଚେସ ଅଲିମ୍ପିଆଡ ପଦ୍ମିନୀ ରାଉତଙ୍କୁ ହସ୍ତାନ୍ତର କରିଛନ୍ତି ।

ସ୍କୁଲ ଓ କଲେଜ ସ୍ତରରେ ଚେସର ପ୍ରଚାର ପ୍ରସାର କରୁଛନ୍ତି ସରକାର: ମୁଖ୍ୟମନ୍ତ୍ରୀ

ଏହାପରେ କିଟ କନଭେନସନ ପରେ ସିଧାସଳଖ ପୁରୀ ଏବଂ ପୁରୀରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ଯାଇ ସେଠାରୁ ଭୁବନେଶ୍ୱର ବିମାନବନ୍ଦରକୁ ଆସି ରାୟପୁର ଅଭିମୁଖେ ବାହାରିବ ମଶାଲ । ଲୋକସଭା ଭବନରେ ଅନୁଷ୍ଠିତ ହୋଇଥିବା ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ସାଂସଦ ଅଚ୍ୟୁତ ସାମନ୍ତ, ଚେସ ଖେଳାଳି ପଦ୍ମିନୀ ରାଉତ ଓ କିରଣ ମନିଷା ମହାନ୍ତି ଉପସ୍ଥିତ ଥିଲେ । ଜୁଲାଇ 19 ତାରିଖରେ ମଶାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରହଣ କରିବେ । ପରେ ସେ ଏହାକୁ ସେ ଗ୍ରାଣ୍ଡ ମାଷ୍ଟର ବିଶ୍ୱନାଥ ଆନନ୍ଦଙ୍କୁ ହସ୍ତାନ୍ତର କରିବେ । ଓଡ଼ିଶାର ଭୁବନେଶ୍ୱର, ପୁରୀ ଓ କୋଣାର୍କ ସମେତ ଦେଶର 75 ଐତିହାସିକ ସ୍ଥାନ ପରିଭ୍ରମଣ କରିବ ମଶାଲ । କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟର କ୍ରୀଡ଼ାର ବିକାଶ ହେଉଛି ।

ରାଜ୍ୟରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିର୍ତ୍ତିଭୂମୀର ବିକାଶ ହୋଇଛି । ରାଜ୍ୟ ବିଶ୍ୱସ୍ତରୀୟ କ୍ରୀଡା ଆୟୋଜନ କରିବାରେ ସଫଳ ହୋଇଛି । ସାଂସଦ ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଦେଇ କ୍ରୀଡ଼ାର ବିକାଶ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.