ETV Bharat / city

ତିନି ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ

author img

By

Published : Dec 23, 2021, 9:56 PM IST

ପୁରୁଣା ପେନସନ ଦାବିରେ ଗାନ୍ଧୀମାର୍ଗରେ ଗର୍ଜିଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ ସହ ତୁରନ୍ତ ଦାବି ପୂରଣ ପାଇଁ ଦାବି କରିଛି ସଂଘ । ଅଧିକ ପଢନ୍ତୁ

primary school teachers association demand old pension system
ତିନି ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ

ଭୁବନେଶ୍ବର: ପୁରୁଣା ପେନସନ ଦାବିରେ ଗାନ୍ଧୀମାର୍ଗରେ ଗର୍ଜିଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । (primary school teachers association) ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ ସହ ତୁରନ୍ତ ଦାବି ପୂରଣ ପାଇଁ ଦାବି କରିଛି ସଂଘ । ୩ ଦଫା ଦାବି ନେଇ ଭୁବନେଶ୍ଵର ଗାନ୍ଧୀ ମାର୍ଗରେ ଆନ୍ଦୋଳନ କରିଛନ୍ତି ଶିକ୍ଷକ ।

ନୂତନ ପେନସନ ୨୦୦୫ ବ୍ୟବସ୍ଥାକୁ ହଟାଇ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା, ୬ ବର୍ଷ ଠିକା ନିଯୁକ୍ତି ସମୟକୁ ମୂଳ ଚାକିରୀରେ ଗଣନା ଏବଂ ପ୍ରାଥମିକ ଶିକ୍ଷକଙ୍କୁ ସ୍ବାସ୍ଥ୍ୟ ବୀମା ସୁବିଧା ଯୋଗାଇ ଦେବାକୁ ଦାବି କରିଛି ସଂଘ ।

ଏହାମଧ୍ୟ ପଢନ୍ତୁ: Cabinet Meeting: ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ଗୁରୁତ୍ବପୂର୍ଣ୍ଣ ବୈଠକ

ସରକାର ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷକ ମାନଙ୍କ ପାଇଁ କୌଣସି ସୁଚିନ୍ତିତ ଯୋଜନା କରୁନଥିବା ସଂଘ ଅଭିଯୋଗ କରିଛି । ଯାହାଦ୍ବାରା ଗୁଣାତ୍ମକ ଶିକ୍ଷା ତଥା ୨୦୧୦ ଶିକ୍ଷାଧିକାର ଆଇନ କାର୍ଯ୍ୟକାରୀ ହେଉନାହିଁ । ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ୮୦ ହଜାରରୁ ଊର୍ଦ୍ଧ୍ବ ଶିକ୍ଷକ ପଦବୀ ଖାଲି ପଡିଛି ।

ସର୍ବୋଚ୍ଚ ଅଦାଲତ ସମାନ କାମକୁ ସମାନ ଦରମା ଦେବା ପାଇଁ କହିଥିବାବେଳେ ରାଜ୍ୟ ସରକାର ଶିକ୍ଷକଙ୍କ କ୍ଷେତ୍ରରେ ଅଣଦେଖା କରୁଥିବା ସଂଘ ଅଭିଯୋଗ କରିଛି । ତେଣୁ ଏହି ୩ ଦଫା ଦାବି ତୁରନ୍ତ ପୂରଣ ନ କଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଜବାବ ଦେବେ ବୋଲି ସଂଘର ସଦସ୍ୟମାନେ କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.