ETV Bharat / city

ହୋଲ୍ଡିଂ ଟିକସ ନେଇ ବିଏମସିକୁ ଟାର୍ଗେଟ

author img

By

Published : Mar 5, 2021, 3:55 PM IST

Updated : Mar 5, 2021, 7:18 PM IST

ଭୁବନେଶ୍ବରରେ ହୋଲଡିଂ ଟିକସ ଆଦାୟକୁ ନେଇ ରାଜ୍ୟ ସରକାରଙ୍କ 5ଟି ଯୋଜନାକୁ ସମାଲୋଚନା କଲା ବିଜେପି । ଅଧିକ ପଢନ୍ତୁ...

ହୋଲିଡଂ ଟିକସ ନେଇ ବିଏମସିକୁ ଟାର୍ଗେଟ
ହୋଲିଡଂ ଟିକସ ନେଇ ବିଏମସିକୁ ଟାର୍ଗେଟ

ଭୁବନେଶ୍ବର: ଟିକସ ଆଦାୟକୁ ଭିତ୍ତିକରି ରାଜ୍ୟ ସରକାରଙ୍କ 5‘ଟି’ ଯୋଜନାକୁ ସମାଲୋଚନା କରିବା ସହ ବିଏମସିକୁ ଟାର୍ଗେଟ କଲା ବିଜେପି । 5‘ଟି’ ସମୟରେ ଭୁବନେଶ୍ବରରେ ହୋଲଡିଂ ଟିକସ ଆଦାୟରେ ଟ୍ରାନ୍ସପରେନ୍ସି ନାହିଁ କି ଟେକ୍ନୋଲୋଜି ନାହିଁ । ତରବରିଆ ଭାବେ ବିନା ପ୍ରସ୍ତୁତି ଓ ଆଲୋଚନାରେ ହୋଲଡିଂ ଟିକସ ଆଦାୟ ମଧ୍ୟବିତ୍ତ ଓ ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ବୋଲି ଶୁକ୍ରବାର ଭୁବନେଶ୍ବରରେ ଏକ ସମ୍ବାଦିକ ସମ୍ମିଳନୀ ଜରିଆରେ ଅଭିଯୋଗ କରିଛନ୍ତି ଜିଲ୍ଲା ବିଜେପି ସଭାପତି ବାବୁ ସିଂ ।

ହୋଲିଡଂ ଟିକସ ନେଇ ବିଏମସିକୁ ଟାର୍ଗେଟ

ଆହୁରିମଧ୍ୟ, ସରକାରଙ୍କ 5‘ଟି’ ରୁ ଉଭାନ ହୋଇଯାଇଛି ଟ୍ରାନ୍ସପରେନ୍ସି(ସ୍ବଚ୍ଛତା) ଏବଂ ଟେକ୍ନୋଲଜି । ବିଏମସି ଭୁବନେଶ୍ବରବାସୀଙ୍କ ଉପରେ ହୋଲିଡଂ ଟିକସ ଲଦୁଛି । ଭୁବନେଶ୍ବରରେ ହୋଲଡିଂ ଟିକସ ଆଦାୟ ପ୍ରକ୍ରିୟା ଏବଂ ପ୍ରତ୍ୟେକ ଅଟ୍ଟାଳିକାରେ ନିର୍ଦ୍ଦିଷ୍ଟ ଟ୍ୟାକ୍ସ ନିର୍ଦ୍ଧାରଣକୁ ପାରଦର୍ଶୀ ବା ଟ୍ରାନ୍ସପରେଣ୍ଟ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷ ପ୍ରସ୍ତୁତ ନୁହଁନ୍ତି । ଏଭଳି ଟିକସ ବୃଦ୍ଧି ଦ୍ବାରା ଓଡିଶା ମୁନିସିପାଲ କର୍ପୋରେସନ ଆକ୍ଟ 2003ର ଖୁଲମ ଖୁଲା ଉଲଙ୍ଘନ ହୋଇଛି ବୋଲି ବିଜେପି ଅଭିଯୋଗ କରିବା ସହ ଏହି ଟିକସ ପ୍ରତ୍ୟାହାର ପାଇଁ ଦାବି କରିଛି ।

ହୋଲ୍ଡିଂ ଟିକସ ନେଇ ବିଏମସିକୁ ଟାର୍ଗେଟ

ଅନ୍ୟପଟେ ବିଜେପିର ଅଭିଯୋଗକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବିଏମସି ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର । 5ଟି ର ଟ୍ରାନ୍ସପରେନ୍ସି ଏବଂ ଟେକ୍ନୋଲୋଜି ଆଧାରରେ ହୋଲଡିଂ ଟିକସ ଆଦାୟକୁ ଆହୁରି ସ୍ବଚ୍ଛ ଓ ସହଜ କରାଯାଇଛି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Mar 5, 2021, 7:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.