ETV Bharat / city

UG/PG ପରୀକ୍ଷା ପାଇଁ ପ୍ରସ୍ତୁତି ଶେଷ, ପିଲାଙ୍କ ଦାୟିତ୍ବ ନେବେ ଅଧ୍ୟାପକ

author img

By

Published : Jun 25, 2021, 12:52 PM IST

Updated : Jun 25, 2021, 1:33 PM IST

UG/PG ପରୀକ୍ଷା ନେଇ କୂଳପତି ଏବଂ ଅଧ୍ୟକ୍ଷଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଆଲୋଚନା । ପରୀକ୍ଷା ପାଇଁ ପ୍ରସ୍ତୁତ ସରିଥିବା ସୂଚନା । ଅଧିକ ପଢନ୍ତୁ...

UG/PG ପରୀକ୍ଷା ପାଇଁ ପ୍ରସ୍ତୁତି ଶେଷ: ଉଚ୍ଚଶିକ୍ଷା ମନ୍ତ୍ରୀ
UG/PG ପରୀକ୍ଷା ପାଇଁ ପ୍ରସ୍ତୁତି ଶେଷ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର:ବିଶ୍ବ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ପରୀକ୍ଷା ନେଇ କୂଳପତି ଏବଂ ଅଧ୍ୟକ୍ଷଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଆଲୋଚନା । ଅନଲାଇନ ପରୀକ୍ଷା ପାଇଁ କଲେଜ କର୍ତ୍ତୃପକ୍ଷ ପ୍ରସ୍ତୁତ ଥିବା ମନ୍ତ୍ରୀଙ୍କ ସୂଚନା । ଅଗଷ୍ଟ ସୁଦ୍ଧା ପରୀକ୍ଷା ସାରିବାକୁ ପୂର୍ବରୁ ନିଆଯାଇଥିଲା ନିଷ୍ପତ୍ତି ।

UG/PG ପରୀକ୍ଷା ପାଇଁ ପ୍ରସ୍ତୁତି ଶେଷ: ଉଚ୍ଚଶିକ୍ଷା ମନ୍ତ୍ରୀ

ମେଣ୍ଟରିଂ ସିଷ୍ଟମ ପାଇଁ କୁଳପତି ଏବଂ ଅଧ୍ୟକ୍ଷ ମାନଙ୍କୁ ପରାମର୍ଶ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ଯଦି ଗୋଟିଏ ବିଭାଗରେ 32 ଜଣ ଛାତ୍ରଛାତ୍ରୀଙ୍କ ପାଇଁ 4 ଜଣ ଅଧ୍ୟାପକ ଥିବେ ତେବେ ପ୍ରତି 8 ଜଣ ପରୀକ୍ଷାର୍ଥୀଙ୍କ ଦାୟିତ୍ବ ନେଇ ଅନଲାଇନ ପରୀକ୍ଷା କାର୍ଯ୍ୟ ତୁଲାଇବେ ବୋଲି ମନ୍ତ୍ରୀ କହିଛନ୍ତି। ଏନେଇ ଆଜିଠାରୁ ଅଧ୍ୟକ୍ଷମାନଙ୍କୁ ଦାୟିତ୍ବ ଦିଆଯିବ ।

ଅନଲାଇନରେ ପରୀକ୍ଷା ଦେବା ପାଇଁ ସୁବିଧା ନଥିଲେ କଲେଜକୁ ଆସି ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ । ତେବେ ଅନଲାଇନରେ ଚଳିତ ବର୍ଷ ଯୁକ୍ତ ତିନି ଶେଷ ସେମିଷ୍ଟର ଅବା ଷଷ୍ଠ ସେମିଷ୍ଟର ପରୀକ୍ଷା ଏବଂ ସ୍ନାତକର ଶେଷ ସେମିଷ୍ଟର ଅଥବା ଚତୁର୍ଥ ସେମିଷ୍ଟର ପରୀକ୍ଷା ହେବ । ଅଗଷ୍ଟ ସୁଦ୍ଧା ପରୀକ୍ଷା ସାରି ସେପ୍ଟେମ୍ବରରେ ଫଳାଫଳ ପ୍ରକାଶ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jun 25, 2021, 1:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.