ETV Bharat / city

କୋଭିଡ ପରିଚାଳନା: 10 ଦିନ ପାଇଁ ଟିକା ଦାବି କଲେ ମୁଖ୍ୟମନ୍ତ୍ରୀ

author img

By

Published : Apr 8, 2021, 10:48 PM IST

ଦେଶର କୋଭିଡ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ବୈଠକରେ ରାଜ୍ୟର ଆବଶ୍ୟକତା ବାବଦରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦୁଇଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ । 2020-21ରେ ଜରୁରୀକାଳୀନ କୋଭିଡ୍ ରେସପନ୍ସ ପ୍ଲାନ୍ (ECRP) ଅଧୀନରେ ଓଡିଶା 400 କୋଟି ଟଙ୍କା ମାଗିଥିଲା । କିନ୍ତୁ କେନ୍ଦ୍ର ସରକାର ମାତ୍ର 146 କୋଟି ଟଙ୍କା ଦେଇଛନ୍ତି । କୋଭିଡର ଦ୍ଵିତୀୟ ଲହରୀକୁ ଦୃଷ୍ଟିରେ ରଖି କୋଭିଡ ମ୍ୟାନେଜମେଣ୍ଟ ପାଇଁ 2021-22 ପାଇଁ ଓଡିଶାକୁ ଅତି କମରେ 300 କୋଟି ଟଙ୍କା ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

କୋଭିଡ ପରିଚାଳନା ଲାଗି ଟଙ୍କା ଓ 10 ଦିନର ଟିକା ଷ୍ଟକ ଦାବି କଲା ଓଡିଶା
କୋଭିଡ ପରିଚାଳନା ଲାଗି ଟଙ୍କା ଓ 10 ଦିନର ଟିକା ଷ୍ଟକ ଦାବି କଲା ଓଡିଶା

ଭୁବନେଶ୍ବର: ଦେଶର କୋଭିଡ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭିସିରେ ଉପସ୍ଥିତ ଥିଲେ । ବୈଠକରେ ରାଜ୍ୟର ଆବଶ୍ୟକତା ବାବଦରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦୁଇଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ । 2020-21ରେ ଜରୁରୀକାଳୀନ କୋଭିଡ୍ ରେସପନ୍ସ ପ୍ଲାନ୍ (ECRP) ଅଧୀନରେ ଓଡିଶା 400 କୋଟି ଟଙ୍କା ମାଗିଥିଲା । କିନ୍ତୁ କେନ୍ଦ୍ର ସରକାର ମାତ୍ର 146 କୋଟି ଟଙ୍କା ଦେଇଛନ୍ତି । କୋଭିଡର ଦ୍ଵିତୀୟ ଲହରୀକୁ ଦୃଷ୍ଟିରେ ରଖି କୋଭିଡ ମ୍ୟାନେଜମେଣ୍ଟ ପାଇଁ 2021-22 ପାଇଁ ଓଡିଶାକୁ ଅତି କମରେ 300 କୋଟି ଟଙ୍କା ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଦେଶର ସର୍ବନିମ୍ନ ଟିକା ଅପଚୟ ଓଡ଼ିଶାରେ ହୋଇଛି । ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ଦେବାରେ ଦକ୍ଷ ପ୍ରଣାଳୀ ସହିତ ଓଡିଶା ଟୀକାକରଣ କାର୍ଯ୍ୟକ୍ରମରେ ଭଲ ପ୍ରଦର୍ଶନ କରୁଛି । ଯୋଗାଣ ସମସ୍ୟା ହେତୁ ରାଜ୍ୟ ଟୀକାକରଣକୁ ବୃଦ୍ଧି କରିବାରେ ସକ୍ଷମ ହୋଇ ପାରିନାହିଁ । ବର୍ତ୍ତମାନ ଦୈନିକ 2.5 ଲକ୍ଷ ଲୋକଙ୍କୁ ଟିକା ଦେବାରେ ରାଜ୍ୟ ସକ୍ଷମ । ଆଗକୁ ଏହାକୁ ବଢାଇବା ଲାଗି ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି । ଓଡିଶା ପାଇଁ ଅତି କମରେ 10 ଦିନର ଟିକା ଷ୍ଟକ୍ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ଅନ୍ୟପଟେ ରାଜ୍ୟ ସୀମାବର୍ତ୍ତୀ ଜିଲ୍ଲାମାନଙ୍କରେ କୋଭିଡ ମାମଲା ବୃଦ୍ଧି ପାଇଛି । ଏହାର ମୁକାବିଲା କରିବା ପାଇଁ ଆମେ ସିଷ୍ଟମକୁ ପୁନଃ ସକ୍ରିୟ କରାଯାଇଛି । ସେହିପରି SDRF ନିର୍ଦ୍ଦେଶାବଳୀ ଅନୁଯାୟୀ ରାଜ୍ୟମାନଙ୍କୁ କୋଭିଡ ସମ୍ବନ୍ଧୀୟ କାର୍ଯ୍ୟକଳାପ ପାଇଁ ବାର୍ଷିକ ଆବଣ୍ଟନର 50% ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ଅନୁମତି ଦେଇଥିବାରୁ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । 2021-22 ବର୍ଷ ପାଇଁ ମଧ୍ୟ ସମାନ ନିର୍ଦ୍ଦେଶାବଳୀ ଜାରି କରିବା ଲାଗି ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ମହାମାରୀ ବିରୋଧରେ ସମଗ୍ର ଦେଶକୁ ମିଳିତ ହୋଇ ଦେଶର ସଂଗ୍ରାମକୁ ରାଜ୍ୟ ସରକାର ସମର୍ଥନ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.