ETV Bharat / city

‘କୃଷକଙ୍କ ଉନ୍ନତି ମୋଦିଙ୍କ ଲକ୍ଷ୍ୟ’

author img

By

Published : Aug 9, 2021, 10:31 PM IST

ପିଏମ କିଷାନ ନିଧି ଯୋଜନା ଯେବେଠୁ ଆରମ୍ଭ ହୋଇଛି କେବେ ବନ୍ଦ ହୋଇ ନାହିଁ । କୃଷକ ମାନେ କିପରି ଉପକୃତ ହେବେ ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟ । ଓଡ଼ିଶା ସରକାର କାହିଁକି ରାଜ୍ୟରେ ଚାଷୀଙ୍କ ତାଲିକା ଦେବାପାଇଁ କୁଣ୍ଠାବୋଧ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ରାଜ୍ୟ ଉପସଭାପତି ନାଉରୀ ନାଏକ । ଅଧିକ ପଢନ୍ତୁ...

PM Kissan pressmeet by BJP MLA Nauri Nayak
ପିଏମ କିଷାନ ଯୋଜନାରେ ଟଙ୍କା ଘୋଷଣା ପରେ ନାଉରି ନାଏକ ପ୍ରେସମିଟ

ଭୁବନେଶ୍ବର : ପିଏମ କିଷାନ ନିଧି ଯୋଜାନାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କ ପାଇଁ କିସ୍ତି ଘୋଷଣା କରିଛନ୍ତି । ପିଏମ କିଷାନ ନିଧି ଯୋଜନା 2021ର 2ୟ କିସ୍ତି ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାକୁ ନେଇ ବିଜେପି ରାଜ୍ୟ ଉପସଭାପତି ନାଉରୀ ନାଏକ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।

‘କୃଷକଙ୍କ ଉନ୍ନତି ମୋଦିଙ୍କ ଲକ୍ଷ୍ୟ’

ବିଜେପି ବିଧାୟକ ନାଉରୀ ନାଏକ କହିଛନ୍ତି ଯେ ଏହି ଯୋଜନା ଯେବେଠୁ ଆରମ୍ଭ ହୋଇଛି କେବେ ବନ୍ଦ ହୋଇ ନାହିଁ । କୃଷକ ମାନେ କିପରି ଉପକୃତ ହେବେ ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟ । ଓଡ଼ିଶା ସରକାର କାହିଁକି ରାଜ୍ୟରେ ଚାଷୀ ମାନଙ୍କ ତାଲିକା ଦେବାପାଇଁ କୁଣ୍ଠାବୋଧ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଓଡ଼ିଶାରେ ଏହି ଯୋଜନାରୁ ବହୁ ଚାଷୀ ବଞ୍ଚିତ ହେଉଛନ୍ତି । କୃଷକ ମାନେ କିଭଳି ଆତ୍ମନିର୍ଭରଶୀଳ ହେବେ ତାହା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ।

ସେହିପରି କୋଟିଆ ପ୍ରସଙ୍ଗରେ ବି ମନ୍ତବ୍ୟ ରଖିଥିଲେ ନାଉରି ନାଏକ । କୋଟିଆକୁ ନେଇ ବିଜେଡି ରାଜନୀତି କରୁଛି । ରାଜ୍ୟ ସରକାର ଏହି ପ୍ରସଙ୍ଗ କୁ ଅତି ହାଲୁକା ଭାବରେ କାହିଁକି ନେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ନାଏକ । ବିଜେପିର ଏକ ନିର୍ଦ୍ଦିଷ୍ଟ ଟିମ କୋଟିଆ ଯାଇ ତଦାରଖ କରିଥିଲା । ବିଜେପି ତଦାରଖ କରିବା ପରେ ପାରିପାର୍ଶ୍ବିକ ସ୍ଥିତି ଦେଖି ଜାଣି ବାକି ପାଇଥିଲା ଏଥିରେ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାର ଦାୟୀ । ରାଜ୍ୟ ସରକାର ଙ୍କ ଖାମଖିଆଲ ନୀତି ପାଇଁ ଯାହା ଆଜି କୋଟିଆ ର କିଛି ଅଂଶକୁ ଆନ୍ଦ୍ର ନେବାରେ ସଫଳ ହୋଇଛି ।

ଯେଉଁ ରାଜ୍ୟ ସରକାର ନିଜ ରାଜ୍ୟ ସୀମା ନେଇ ଚିନ୍ତିତ ନୁହେଁ ସେଠି ଆମେ କଣ କରିବୁ ବୋଲି ପ୍ରଶ୍ନ କରିଛନ୍ତି ନାଉରି ନାଏକ । ବିଧାନସଭା ରେ ଏହି ବିଷୟରେ ଆଲୋଚନା ହୋଇଥିଲା କିନ୍ତୁ କିଛି ସୁଫଳ ମିଳିଲା ନାହିଁ । ରାଜ୍ୟ ସରକାର ନିଜ ରାଜ୍ ର ସୀମା ସୁରକ୍ଷା ପାଇଁ ତତ୍ପର ହେଉ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.