ETV Bharat / city

ବ୍ୟାନ ପରେ ବି ବେଧଡ଼କ ବ୍ୟବହାର

author img

By

Published : Oct 3, 2019, 12:04 AM IST

ଗାନ୍ଧୀ ଜୟନ୍ତୀରୁ ଅର୍ଥାତ୍ ଆଜିଠାରୁ ସାରା ଦେଶରେ ବ୍ୟାନ ହୋଇଛି ପ୍ଲାଷ୍ଟକ । ରାଜ୍ୟରେ ମଧ୍ୟ କଡ଼ାକଡ଼ି ଭାବେ ସମାନ ନିୟମ ଲାଗୁ ହୋଇଛି । କିନ୍ତୁ ନିୟମ ଜାରିହେବା ସ୍ବତେ ମଧ୍ୟ ରାଜଧାନୀରେ ବେଧଡ଼କ ବ୍ୟବହାର ହେଉଛି ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଓ ପଲଥିନ୍ ।

ଡ଼ିଜାଇନ୍ ଫଟୋ

ଭୁବନେଶ୍ବର: ଆଜି ଠାରୁ ସମସ୍ତ ରାଜ୍ୟରେ ପ୍ଲାଷ୍ଟିକ ବ୍ୟବହାର ଉପରେ ଲଗାଯାଇଛି କଟକଣା । ବିଶେଷ କରି ‘ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ’ର ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଯେପରି ପ୍ଲାଷ୍ଟିକ ଗ୍ଲାସ, ପଲିଥିନ, ଚାମଚ, ବାଉଲ ଆଦି ବ୍ୟବହାର ଉପରେ ବ୍ୟାନ ଲାଗାଯାଇଛି ।ଏହା ସହ ୨୦୦ ମିମିର ପ୍ଲାଷ୍ଟିକ ପାଣି ବୋତଲ ଉପରେ ମଧ୍ୟ ବ୍ୟାନ କରାଯାଇଛି । ଯଦି କେହି ପ୍ଲାଷ୍ଟିକ ପଲିଥିନ ବ୍ୟବହାର କରୁଥିବାର ନଜର ଆସନ୍ତି ତେବେ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯିବା ନେଇ ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଛି ।

ବ୍ୟାନ ପରେ ବି ବେଧଡ଼କ ବ୍ୟବହାର ପ୍ଲାଷ୍ଟିକ

ହେଲେ ଏହି ନିୟମ ଜାରି ହେବା ସ୍ଵତେ ମଧ୍ୟ ତାହାର ଟିକିଏ ବି ପ୍ରଭାବ ପଡିନଥିବା ଦେଖିବାକୁ ମିଳିଛି । ଭୁବନେଶ୍ବରରେ ବିଭିନ୍ନ ମାର୍କେଟ କମ୍ପେଲ୍ସ ,ପରିବା ଦୋକାନ ,ରେଳ ଷ୍ଟେସନ ,ଏବଂ ଏକ ନମ୍ବର ମାର୍କେଟ ରେ ବେଧଡକ ଭାବରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଓ ପଲଥିନ୍ ବ୍ୟବହାର କରାଯାଉଛି । ଏପରିକି ପ୍ଲାଷ୍ଟିକ ଦୋକାନ ମଧ୍ୟ ଖୋଲା ରହିଛି । ବେଧଡକ ଭାବରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର କରୁଛନ୍ତି ।

କମ୍ପାନୀ ଉପରେ କଟକଣା ନକରି ଦୋକାନୀ ଓ ଗ୍ରାହକ ମାନଙ୍କୁ ଧରିଲେ ଏହାର ସୁଫଳ ମିଳିବ ନାହିଁ ବୋଲି ଆରୋପ ଲଗାଇଛନ୍ତି ଗ୍ରାହକ । ଏଥିପାଇଁ ବ୍ୟାପକ ସଚେତନତା ସହ, ଦୃଢ କାର୍ଯ୍ୟାନୁଷ୍ଠାନ, ପ୍ଲାଷ୍ଟିକ ଆମଦାନୀ ଓ କମ୍ପାନୀ ମାନଙ୍କ ଉପରେ ରୋକ ଲଗାଇଲେ କିଛିମାତ୍ରାରେ ସୁଫଳ ମିଳିପାରିବ ବୋଲି ଅନେକ କହିଛନ୍ତି । ସେପଟେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି, ପ୍ରଥମେ ସ୍କୁଲ ଗୁଡିକୁ ପ୍ଲାଷ୍ଟିକ ମୁକ୍ତ କରିବା ସହ ସ୍କୁଲର ପିଲାଙ୍କୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବ ।

ସୂଚନା ଅନୁସାରେ ରାଜ୍ୟ ସରକାର ପ୍ରଥମେ ୨୦୧୮ ମସିହାରେ ୫ଟି ମହାନଗର ନିଗମରେ ପଲିଥିନ ଓ ପ୍ଲାଷ୍ଟିକ ବ୍ୟାନ କରିଥିଲେ । ମାତ୍ର କିଛି ଦିନର ଚଢାଉ ପରେ ଅବସ୍ଥା ଯାହା ଥିଲା ସମାନ ଅବସ୍ଥାକୁ ଫେରିଆସିଲା । ଆଉ ଏବେ ସାରା ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନ ଗୁଟଖା ଓ ପଲିଥିନ ବ୍ୟାନ ପରି ପ୍ରହସନ ହେବ ନାହିଁ ତ ?

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:ଆଜି ଠାରୁ ସମସ୍ତ ରାଜ୍ୟ ରେ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲାଗାଯାଇଛ । ବିଶେଷ କରି ‘ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ’ର ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।
ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଯେପରି ପ୍ଲାଷ୍ଟିକ ଗ୍ଲାସ, ପଲିଥିନ, ଚାମଚ, ବାଉଲ ଆଦି ବ୍ୟବହାର ଉପରେ ବ୍ୟାନ ଲାଗାଯାଇଛି ।ଏହା ସହ ୨୦୦ ମିମିର ପ୍ଲାଷ୍ଟିକ ପାଣି ବୋତଲ ଉପରେ ମଧ୍ୟ ବ୍ୟାନ କରାଯାଇଛି । ଯଦି କେହି ପ୍ଲାଷ୍ଟିକ ପଲିଥିନ ବ୍ୟବହାର କରୁଥିବାର ନଜର ଆସନ୍ତି ତେବେ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯିବା ନେଇ ନିର୍ଦ୍ଦେଶ ଜାରି ହୋଇଛି

Body:ହେଲେ ଏହି ନିୟମ ଜାରି ହେବା ସ୍ଵେତେ ମଧ୍ୟ ତାହାର ଟିକିଏ ବି ପ୍ରଭାବ ପଡିନଥିବା ଦେଖିବାକୁ ମିଳିଛି ।ଭୁବନେଶ୍ୱର ରେ ବିଭିନ୍ନ ମାର୍କେଟ କମ୍ପେଲ୍ସ ,ପରିବା ଦୋକାନ ,ରେଳ ଷ୍ଟେସନ ,ଏବଂ ଏକ ନମ୍ବର ମାର୍କେଟ ରେ ବେଧଡକ ଭାବରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଓ ପଲଥିନ୍ ବ୍ୟବହାର କରାଯାଉଛି ।ଏପରିକି ପ୍ଲାଷ୍ଟିକ ଦୋକାନ ମଧ୍ୟ ଖୋଲା ରହିଛି ।ଗ୍ରାହକ ଙ୍କ ମଧ୍ୟ ଭିଡ ଜମୁଛି । ବେଧଡକ ଭାବରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ହେଉଛି ।

Conclusion:ଏନେଇ କେହି କେହି ସଚେତନ କରିବା କଥା କହୁଥିବା ବେଳେ

କାଁ ଭାଁ ବ୍ୟବହାର କରୁନଥିବା ଦେଖିବାକୁ ମିଳିଥିଲା ହେଲେ ଅନେକ ଦୋକାନୀ ଓ ଗ୍ରାହାକ ମାନଙ୍କ ଗୋଟିଏ ଅଭିଯୋଗ ଥିଲା ଯେ, ସରକାର ଏହାର ଏକ ବିକଳ୍ପ ବାହାର କରନ୍ତୁ। ଯାହା ଦ୍ବାରା ବେପାରୀ ସମେତ ଗ୍ରାହକ ମଧ୍ୟ ଉପକୃତ ହୋଇପାରିବେ। ଆମେ ମଧ୍ୟ ସଚେତନ ଅଛୁ ଯାହା ଦ୍ବାରା ଲୋକମାନଙ୍କୁ କପଡ଼ା ବ୍ୟାଗ ଆଣିବା ପାଇଁ କହୁଛି ।ହେଲେ ଯଦି କମ୍ପାନୀ ଉପରେ କଟକଣା ନକରି ଦୋକାନୀ ଓ ଗ୍ରାହାକ ମାନଙ୍କୁ ଧରିଲେ ଏହାର ସୁଫଳ ମିଳିବ ନାହିଁ ବୋଲି କହିଛନ୍ତି ।ଏଥିପାଇଁ ବ୍ୟାପକ ସଚେତନତା ସହ ,ଦୃଢ କାର୍ଯ୍ୟାନୁଷ୍ଠାନ ଏବଂ ପ୍ଲାଷ୍ଟିକ ଆମଦାନୀ ଓ କମ୍ପାନୀ ମାନଙ୍କ ଉପରେ ରୋକଲଗାଇଲେ କିଛିମାତ୍ରାରେ ସୁଫଳ ମିଳିପାରିବ ବୋଲି କହିଛନ୍ତି ।



ସେପଟେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ଯେ ପ୍ରଥମେ ସ୍କୁଲ ଗୁଡିକୁ ପ୍ଲାଷ୍ଟିକ ମୁକ୍ତ କରିବା ସହ ସ୍କୁଲ ର ପିଲାଙ୍କୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବ ।

ସୂଚନା ଅନୁସାରେ ରାଜ୍ୟ ସରକାର ୨୦୧୮ ମସିହାରେ ମଧ୍ୟ ୫ ମହାନଗର ନିଗମ ରେ ପଲିଥିନ ଓ ପ୍ଲାଷ୍ଟିକ ବ୍ୟାନ କରିଥିଲେ ,ମାତ୍ର କିଛି ଦିନର ଛଢାଉ ପରେ ଅବସ୍ଥା ଯାହା ଥିଲା ସେଇୟା ଆଉ ଏବେ ସାରା ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନ ଗୁଟଖା ଓ ପଲିଥିନ ବ୍ୟାନ ପରି ପ୍ରହସନ ହେବ ନାହିଁ ତ ?



ଭୁବନେଶ୍ୱର ରୁ ତପନ କୁମାର ଦାସ ଇଟିଭି ଭାରତ



ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.