ETV Bharat / city

ସୁରଙ୍କ ଉପରେ କଂଗ୍ରେସ ଚାପ ପ୍ରସଙ୍ଗ, ପ୍ରତିକ୍ରିୟା ରଖିଲେ ଶରତ ପଟ୍ଟନାୟକ

author img

By

Published : Jun 26, 2022, 7:35 PM IST

Updated : Jun 26, 2022, 7:59 PM IST

NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇବା ନେଇ କଂଗ୍ରେସ ନେତା ସୁର ରାଉତରାୟ ମତ ରଖିବା ପରେ ପୁନର୍ବାର ମତ ବଦଳାଇବାକୁ ନେଇ ଚର୍ଚ୍ଚା । ପ୍ରତିକ୍ରିୟା ରଖିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢନ୍ତୁ

ସୁର ରାଉତରାୟଙ୍କ ଉପରେ କଂଗ୍ରେସ ଚାପ ପ୍ରସଙ୍ଗ: ପ୍ରତିକ୍ରିୟା ରଖିଲେ ଶରତ ପଟ୍ଟନାୟକ
ସୁର ରାଉତରାୟଙ୍କ ଉପରେ କଂଗ୍ରେସ ଚାପ ପ୍ରସଙ୍ଗ: ପ୍ରତିକ୍ରିୟା ରଖିଲେ ଶରତ ପଟ୍ଟନାୟକ

ଭୁବନେଶ୍ବର: ବରିଷ୍ଠ ନେତା ସୁର ରାଉତରାୟଙ୍କ ଉପରେ କଂଗ୍ରେସ ଚାପ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ତାଙ୍କ ଉପରେ କୌଣସି ଚାପ କେହି ପକାଇ ନାହାଁନ୍ତି । ସୁର ରାଉତରାୟଙ୍କ ବାବଦରେ କୌଣସି କଥା କହିବା ଠିକ୍ ନୁହଁ ବୋଲି ଶରତ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, 'ସୁର ବାବୁ ଜଣେ ବରିଷ୍ଠ ବିଧାୟକ । ତାଙ୍କ ଉପରେ କୌଣସି ଚାପ କେହି ପକାଇ ନାହାଁନ୍ତି । ତାଙ୍କ କଥାକୁ ସେ ସ୍ପଷ୍ଟ କରିଛନ୍ତି । କଂଗ୍ରେସ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତାକୁ ଆମେ ମାନିବୁ । ଏହା କଂଗ୍ରେସର ପରିବାର କଥା, ସୁର ବାବୁଙ୍କ ବିଷୟରେ କୌଣସି କଥା କହିବା ଠିକ ନୁହେଁ ।'

ସୁରଙ୍କ ଉପରେ କଂଗ୍ରେସ ଚାପ ପ୍ରସଙ୍ଗ, ପ୍ରତିକ୍ରିୟା ରଖିଲେ ଶରତ ପଟ୍ଟନାୟକ

ଗତକାଲି ସୁର, NDAର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ହାଇକମାଣ୍ଡଙ୍କୁ ଅନୁରୋଧ କରିବେ ବୋଲି କହିଥିଲେ । ମାତ୍ର ଆଜି ସୁର ନିଜ କଥାକୁ ଫେରାଇ ନେଇ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ ଜଣାଇବେ ବୋଲି କହିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଚାପରେ ସୁର ନିଷ୍ପତ୍ତିର ଓହରି ଯାଇଥିବା ଆଲୋଚନା ହେଉ ଥିବାବେଳେ ଏହାକୁ ଖଣ୍ଡନ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।



ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 26, 2022, 7:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.