ETV Bharat / city

ନୀଳଗିରି ନାବାଳିକା ହତ୍ୟା ଘଟଣା, ଅନୁଧ୍ୟାନ ପାଇଁ ପିସିସି ଗଠନ କଲା କମିଟି

author img

By

Published : Dec 3, 2020, 6:52 PM IST

ନୀଳଗିରି ଥାନା ସ୍ଥିତ ଇଟାଭାଟିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ୧୨ ବର୍ଷର ନାବାଳିକା ହତ୍ୟା ଘଟଣା ସମ୍ପର୍କରେ ତଥ୍ୟ ଅନୁଧ୍ୟାନ କରିବାକୁ ଗଠନ ହେଲା ତଥ୍ୟ ଅନୁଧ୍ୟାନ କମିଟି ।

PCC has set up a committee
ପିସିସି ଗଠନ କଲା ତଥ୍ୟ ଅନୁଧ୍ୟାନ କମିଟି

ଭୁବନେଶ୍ବର: ନୀଳଗିରି ନାବାଳିକା ହତ୍ୟା ଘଟଣାର ଅନୁଧ୍ୟାନ ପାଇଁ ପିସିସି ଗଠନ କଲା ତଥ୍ୟ ଅନୁଧ୍ୟାନ କମିଟି । ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ଏନେଇ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି ।

ପିସିସି ଗଠନ କଲା ତଥ୍ୟ ଅନୁଧ୍ୟାନ କମିଟି
ପିସିସି ଗଠନ କଲା ତଥ୍ୟ ଅନୁଧ୍ୟାନ କମିଟି

ଏହି କମିଟି ନୀଳଗିରି ଥାନା ସ୍ଥିତ ଇଟାଭାଟିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ୧୨ ବର୍ଷର ନାବାଳିକା ହତ୍ୟା ଘଟଣା ସମ୍ପର୍କରେ ତଥ୍ୟ ଅନୁଧ୍ୟାନ କରିବେ । ଏହି କମିଟିରେ କଂଗ୍ରେସ ନେତ୍ରୀ ବନ୍ଦିତା ପରିଡା, ପ୍ରଜ୍ଞା ପରମିତା ମହାନ୍ତି, ଅର୍ଚ୍ଚନା ନନ୍ଦୀ, ମନୋଜା ମଞ୍ଜରୀ ଦେବୀ ଓ ମମତା କୁଣ୍ଡୁ ରହିଛନ୍ତି ।

ଉକ୍ତ କମିଟି ତୁରନ୍ତ ଘଟଣାସ୍ଥଳ ଗସ୍ତ କରି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବା ସହ ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟକୁ ପ୍ରଦାନ କରିବାକୁ ପିସିସି ସଭାପତି ନିର୍ଦ୍ଦେଶ ଦେଇଛନ୍ତି । ଏହି ଗସ୍ତ ସମୟରେ କମିଟି ସେଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ ।

ବାଲେଶ୍ବର ଜିଲ୍ଲା କଂଗ୍ରେସ କମିଟି ସଭାପତି ଉକ୍ତ ତଥ୍ୟ ଅନୁଧ୍ୟାନ କମିଟିକୁ ଗସ୍ତ ସମୟରେ ସମସ୍ତ ପ୍ରକାର ସହଯୋଗ କରିବା ସହ ସାମ୍ବାଦିକ ସମ୍ବିଳନୀର ଆୟୋଜନ କରିବାକୁ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.