ETV Bharat / city

ସାଇଶକ୍ତି ଟ୍ରଷ୍ଟ କରୁଛି ସହାୟତା, ଅସହାୟଙ୍କ ପାଖେ ପହଞ୍ଚାଉଛନ୍ତି ଅକ୍ସିଜେନ ସିଲିଣ୍ଡର

author img

By

Published : May 9, 2021, 5:49 PM IST

କରୋନାର ଦ୍ୱିତୀୟ ଲହରୀରେ ଅକ୍ସିଜେନର ଅଭାବ ଦେଖିବାକୁ ମିଳିଛି । ଏହାକୁ ଆଖି ଆଗରେ ରଖି ପଟିଆ ସାଇ ଶକ୍ତି ଟ୍ରଷ୍ଟର କର୍ମକର୍ତ୍ତା ୧୦ ଗୋଟି ସିଲିଣ୍ଡର ଯୋଗେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଅକ୍ସିଜେନ ଆବଶ୍ୟକ ଥିବା ଲୋକଙ୍କର ସାହାଯ୍ୟ ପାଇଁ ହାତ ବଢାଇଛନ୍ତି । ଅଧିକ ପଢନ୍ତୁ...

ପଟିଆ ସାଇ ଶକ୍ତି ଟ୍ରଷ୍ଟର ମହାନତା, ଅସହାୟଙ୍କ ପାଖେ ପହଞ୍ଚାଉଛନ୍ତି ଅକ୍ସିଜେନ ସିଲିଣ୍ଡର
ପଟିଆ ସାଇ ଶକ୍ତି ଟ୍ରଷ୍ଟର ମହାନତା, ଅସହାୟଙ୍କ ପାଖେ ପହଞ୍ଚାଉଛନ୍ତି ଅକ୍ସିଜେନ ସିଲିଣ୍ଡର

ଭୁବନେଶ୍ବର: କଥାରେ ଅଛି ମାନବ ସେବା ହିଁ ମାଧବ ସେବା । ଏହାକୁ ଆଧାର କରି ପଟିଆ ସାଇ ଶକ୍ତି ଟ୍ରଷ୍ଟର କର୍ମକର୍ତ୍ତା ମାନେ ଅନେକ ସାମାଜିକ କାର୍ଯ୍ୟ କରି ଉଦାହରଣ ସୃଷ୍ଟି କରିଛନ୍ତି । ସେମାନେ ଶୀତ ଋତୁରେ ଅସହାୟ ବୃଦ୍ଧ-ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ, ଗରିବ ନିରାଶ୍ରୟ ଝିଅଙ୍କ ବାହାଘର , ଅଞ୍ଚଳର ଲୋକମାନଙ୍କ ପାଇଁ ଦେୟ ମୁକ୍ତ ସ୍ୱର୍ଗରଥ ଗାଡିର ବ୍ୟବସ୍ଥା, ଖରାଦିନେ ଭ୍ରାମ୍ୟମାଣ ଜଳସେବା, ବର୍ଷା ଦିନେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ଅନେକ ଗରିବ ଶ୍ରେଣୀୟ ଲୋକଙ୍କୁ କୁତ୍ରିମ ଅଙ୍ଗ ଦାନ କରି ଅଞ୍ଚଳର ଲୋକମାନଙ୍କ ଦ୍ବାରା ପ୍ରଂଶସିତ ହୋଇଛନ୍ତି ।

ପଟିଆ ସାଇ ଶକ୍ତି ଟ୍ରଷ୍ଟର ମହାନତା, ଅସହାୟଙ୍କ ପାଖେ ପହଞ୍ଚାଉଛନ୍ତି ଅକ୍ସିଜେନ ସିଲିଣ୍ଡର

ଗତ ବର୍ଷ କରୋନା ମହାମାରୀରେ ଏକକ ମନ୍ଦିର ହିସାବରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ମାନ୍ୟବର ଏଡିଏମଙ୍କ ଦ୍ଵାରା ୬୦୦୦୦ ଟଙ୍କା ଦାନ କରିବା ସହିତ ଗରିବ ଅସହାୟ ବସ୍ତି ବାସିନ୍ଦାଙ୍କୁ ଶୁଖିଲା ଖାଦ୍ୟ ପୁଡ଼ିଆ ଦେଇ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରଥିଲେ । ଏବର୍ଷ କୋରୋନାର ଦ୍ୱିତୀୟ ଲହରୀରେ ଅକ୍ସିଜେନର ଅଭାବ ଦେଖିବାକୁ ମିଳିଛି ।

ଏହାକୁ ଆଖି ଆଗରେ ରଖି ପଟିଆ ସାଇ ଶକ୍ତି ଟ୍ରଷ୍ଟର କର୍ମକର୍ତ୍ତା ୧୦ ଗୋଟି ସିଲିଣ୍ଡର ଯୋଗେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଅକ୍ସିଜେନ ଆବଶ୍ୟକ ଥିବା ଲୋକଙ୍କର ସାହାଯ୍ୟ ପାଇଁ ହାତ ବଢାଇଛନ୍ତି । ପଟିଆ ସାଇ ମନ୍ଦିର କର୍ମକର୍ତ୍ତା ସହଯୋଗର ହାତ ବଢ଼ାଇଥିବାରୁ ସମସ୍ତଙ୍କୁ ସାଇ ଶକ୍ତି ଟ୍ରଷ୍ଟର ମୁଖ୍ୟ ଟ୍ରଷ୍ଟି ତଥା ଜଣାଶୁଣା ସମାଜ ସେବୀ ମିହିର କୁମାର ରାଉତ କୃତ୍ୟଜ୍ଞାତ ଜ୍ଞାପନ ଜଣାଇଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.