ETV Bharat / city

ବଜ୍ରକାପ୍ତା ଚୋରାଚାଲଣ ବେଳେ ମାଡି ବସିଲା STF, ଜଣେ ଗିରଫ

author img

By

Published : Apr 25, 2022, 10:51 PM IST

ବଜ୍ରକାପ୍ତାକୁ ମାରି ଛାଲି କାଢିବାକୁ ଉଦ୍ୟମ ବେଳେ ଧରିଲା ବନ ବିଭାଗ । କ୍ରାଇମବ୍ରାଞ୍ଚ ଏସଟିଏଫ ସହାୟତାରେ ଜଣେ ଯୁବକ ଗିରଫ କରିଛି ବନ ବିଭାଗ । ୧୧ କେଜିର ବଜ୍ରକାପ୍ତା ଛାଲ ସହ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଧାର କରିଛି ଏସଟିଏଫ ଟିମ । ଅଧିକ ପଢନ୍ତୁ

ବଜ୍ରକାପ୍ତା ଚୋରାଚାଲଣ: ମାଡି ବସିଲା ଏସଟିଏଫ, ଜଣେ ଗିରଫ
ବଜ୍ରକାପ୍ତା ଚୋରାଚାଲଣ: ମାଡି ବସିଲା ଏସଟିଏଫ, ଜଣେ ଗିରଫ

ଭୁବନେଶ୍ବର: ବଜ୍ରକାପ୍ତାକୁ ମାରି ଛାଲି କାଢିବାକୁ ଉଦ୍ୟମ ବେଳେ ଧରିଲା ବନ ବିଭାଗ । କ୍ରାଇମବ୍ରାଞ୍ଚ STF ସହାୟତାରେ ଜଣେ ଯୁବକ ଗିରଫ କରିଛି ବନ ବିଭାଗ । ୧୧ କେଜିର ବଜ୍ରକାପ୍ତା ଛାଲ ସହ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି ଏସଟିଏଫ ଟିମ ।

ବଜ୍ରକାପ୍ତା ଚୋରାଚାଲଣ: ମାଡି ବସିଲା ଏସଟିଏଫ, ଜଣେ ଗିରଫ

ସୂଚନା ଅନୁସାରେ, ବୌଦ୍ଧ ବାଘରପୁର ଜଗନ୍ନାଥ ରାସ୍ତାରେ ଜଣେ ବ୍ୟକ୍ତି ବଜ୍ରକାପ୍ତା ଧରିଥିବା ଖବର ପାଇଥିଲା । ଏନେଇ ଛାଲି କାଢିବାକୁ ଯୋଜନା କରୁଥିବା ବେଳେ ଖବର ପାଇ ପହଞ୍ଚି ଥିଲା ବୌଦ୍ଧ ଜିଲ୍ଲା ବନ ବିଭାଗ ସହ ଏସଟିଏଫ ଟିମ । ଏହି ଘଟଣାରେ ବୌଦ୍ଧ ଜିଲ୍ଲାର ମଙ୍ଗଳପୁରର ପ୍ରକାଶ ମହାକୁଡକୁ ଗିରଫ କରିଛି ଏସଟିଏଫ ।

ଅନ୍ୟପଟେ ଅଭିଯୁକ୍ତକୁ ବନ୍ୟପ୍ରାଣୀ ଆଇନରେ କୋର୍ଟ ଚାଲାଣ କରାଯାଇଛି । ତେବେ ଏସଟିଏଫ ଡିଆଇଜି ଜୟ ନାରାୟଣ ପଙ୍କଜ କହିଛନ୍ତି, ଏନେଇ ଏସଟିଏଫ ଅଭିଯାନ‌ ଜାରି ରହିଛି । ବନ୍ୟପ୍ରାଣୀ ତସ୍କରୀଙ୍କୁ ଧରିବାକୁ ପ୍ରୟାସ ଜାରି‌ ରହିଛି ।

ଅପରପକ୍ଷରେ ୨୦୨୦ରୁ ଏଯାବତ୍‌ ଏସଟିଏଫ ୨୭ଟି ବାଘ ଛାଲ ସହ ୧୮ଟି ହାତୀ ଦାନ୍ତ ଜବତ ହୋଇଛି । ଏଥିସହ ୭ଟି ହରିଣ ଛାଲ ସହ‌ ୧୩ଟି ଜୀବନ୍ତ ବଜ୍ରକାପ୍ତା ସହ ୩୦ କେଜି ୪୦୦ ଗ୍ରାମର ବଜ୍ରକାପ୍ତା ଛାଲ ଜବତ କରିଛି । ଏଥିସହ ୬୬ ଜଣ ବନ୍ୟପ୍ରାଣୀ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.