ETV Bharat / city

PACର ଉଦବେଗ; ଶିଳ୍ପ ସଂସ୍ଥା ବଢୁଛି, CSR ପାଣ୍ଠି କମୁଛି

author img

By

Published : Oct 25, 2019, 10:13 PM IST

ସିଏସଆର ପାଣ୍ଠିକୁ ନେଇ ପିଏସିର କ୍ଷୋଭ । ଅନ୍ୟାନ୍ୟ ବର୍ଷ ଅପେକ୍ଷା ଗତ ବର୍ଷ ସିଏସଆର ପାଣ୍ଠି କମୁଥିବାରୁ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପିଏସ ।

PACର ଉଦବେଗ; ଶିଳ୍ପ ସଂସ୍ଥା ବଢୁଛି, CSR ପାଣ୍ଠି କମୁଛି

ଭୁବନେଶ୍ବର: ଶିଳ୍ପ ସଂସ୍ଥା ଗୁଡିକ ଓଡ଼ିଶାକୁ ପ୍ରଦାନ କରୁଥିବା ସିଏସଆର ପାଣ୍ଠିକୁ ନେଇ ପିଏସିର କ୍ଷୋଭ । ଗତ ବିଗତ ୫ ବର୍ଷର ସିଏସଆର ପାଣ୍ଠିକୁ ଅନୁଧ୍ୟାନ କଲେ ଗତ ବର୍ଷ ରାଜ୍ୟକୁ ମିଳିଥିବା ଅର୍ଥ ଅତ୍ୟନ୍ତ ନ୍ୟୁନ ରହିଛି । ଶିଳ୍ପ ସଂଖ୍ୟା ବୃଦ୍ଧି ପାଉଛି, ଶିଳ୍ପମାନଙ୍କର ଲାଭ ମଧ୍ୟ ବୃଦ୍ଧି ପାଉଥିବା ବେଳେ ସିଏସଆର ପାଣ୍ଠି ପ୍ରଦାନ ହ୍ରାସ ଘଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ପିଏସି କହିଛନ୍ତି ।

PACର ଉଦବେଗ; ଶିଳ୍ପ ସଂସ୍ଥା ବଢୁଛି, CSR ପାଣ୍ଠି କମୁଛି

ଏ ନେଇ ରାଜ୍ୟସରକାରଙ୍କ ପକ୍ଷରୁ ତୀକ୍ଷ୍ମଣ ନଜର ରଖାଯିବା ସହ କମ୍ପାନୀ ମାନଙ୍କ ଉପରେ ଚାପ ପ୍ରୟୋଗ କରାଯିବାକୁ କମିଟି ପରାମର୍ଶ ଦେଇଛି । ବିରୋଧୀଦଳ ନେତା ପ୍ରଦୀପ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପିଏସି ବୈଠକରେ କ୍ଷୋଭ ପ୍ରକାଶ କରାଯିବା ସହ ଏହା ଉପର ତୀକ୍ଷ୍ମଣ ନଜର ରଖାଯିବାକୁ ରାଜ୍ୟସରକାରଙ୍କୁ ପରାମର୍ଶ ଦିଆଯାଇଛି ।

ଗତ 2014-15ରେ ରାଜ୍ୟକୁ 438 କୋଟି ଟଙ୍କା ସିଏସଆର ବାବଦରେ ମିଳିଥିବା ବେଳେ 2015-16ରେ 603 କୋଟି ମିଳିଛି । ସେହିପରି 2016-17 494କୋଟି, 2017-18ରେ 541 କୋଟି, 2018-19ରେ 299 କୋଟି, 2019-20ରେ ମାତ୍ର ୧୫୬ କୋଟି ସିଏସଆର ପାଣ୍ଠି ବାବଦରେ ମିଳିଛି । ଯାହା ଅତ୍ୟନ୍ତ ଉଦ୍‌ବେଗ ଜନକ ।


ଅପରପକ୍ଷରେ କମ୍ପାନୀ ମାନଙ୍କର ସିଏସଆର ପାଣ୍ଠି ପ୍ରଦାନ ନେଇ ରାଜ୍ୟସରକାରଙ୍କର କୌଣସି କର୍ତ୍ତୃତ୍ବ ନଥିବା କହିଛନ୍ତି ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ । ରାଜ୍ୟ ସରକାର କେବଳ କମ୍ପାନୀ ମାନଙ୍କୁ ଆମ ରାଜ୍ୟରେ ଖର୍ଚ୍ଚ କରିବାକୁ ଅନୁରୋଧ କରିଥାନ୍ତି । ରାଜ୍ୟସରକାରଙ୍କ ପକ୍ଷରୁ ସିଏସଆର ପାଣ୍ଠି ପ୍ରଦାନ ନେଇ ଏକ ସ୍ବତନ୍ତ୍ର ଆଇ କେୟାର ପୋର୍ଟାଲ କରାଯାଇଛି । ଯେଉଁଥିରେ କମ୍ପାନୀ ମାନେ ସେମାନଙ୍କର ସିଏସଆର ପାଣ୍ଠି ପ୍ରଦାନ ନେଇ ତାଙ୍କର ଇଚ୍ଛା ପ୍ରକାଶ କରିପାରିବେ । ପିଏସସି କମିଟି ମାଗିଥିବା ସମସ୍ତ ତଥ୍ୟ ପ୍ରଦାନ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଶିଳ୍ପ ସଂସ୍ଥା ଗୁଡିକ ଓଡ଼ିଶାକୁ ପ୍ରଦାନ କରୁଥିବା ସିଏସଆର ପାଣ୍ଠିକୁ ନେଇ ପିଏସିର କ୍ଷୋଭ । ଗତ ବିଗତ ୫ ବର୍ଷର ସିଏସଆର ପାଣ୍ଠିକୁ ଅନୁଧ୍ୟାନ କଲେ ଗତ ବର୍ଷ ରାଜ୍ୟକୁ ମିଳିଥିବା ଅର୍ଥ ଅତ୍ୟନ୍ତ ନୁ୍ନ ରହିଛି । ଶିଳ୍ପ ସଂଖ୍ୟା ବୃଦ୍ଧି ପାଉଛି, ଶିଳ୍ପମାନଙ୍କର ଲାଭ ମଧ୍ୟ ବୃଦ୍ଧି ପାଉଥିବା ବେଳେ ସିଏସଆର ପାଣ୍ଠି ପ୍ରଦାନ ହ୍ରାସ ଘଟିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ପିଏସି କହିଛନ୍ତି । ଏ ନେଇ ରାଜ୍ୟସରକାରଙ୍କ ପକ୍ଷରୁ ତୀଖଣ ନଜର ରଖାଯିବା ସହ କମ୍ପାନୀ ମାନଙ୍କ ଉପରେ ଚାପ ପ୍ରୟୋଗ କରାଯିବାକୁ କମିଟି ପରାମର୍ଶ ଦେଇଛି । ବିରୋଧୀଦଳ ନେତା ପ୍ରଦୀପ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପିଏସି ବୈଠକରେ କ୍ଷୋଭ ପ୍ରକାଶ କରାଯିବା ସହ ଏହା ଉପର ତୀଖଣ ନଜର ରଖାଯିବାକୁ ରାଜ୍ୟସରକାରଙ୍କୁ ପରାମର୍ଶ ଦିଆାଯାଇଛି । ୨୦୧୪ -୧୫ରେ ରାଜ୍ୟକୁ ୪୩୮ କୋଟି ଟଙ୍କା ସିଏସଆର ବାବଦରେ ମିଳିଥିବା ବେଳେ ୧୫-୧୬ରେ ୬୦୩କୋଟି, ୧୬-୧୭ରେ ୪୯୪କୋଟି, ୧୭-୧୮ରେ ୫୪୧କାଟି, ୧୮-୧୯ରେ ୨୯୯କୋଟି, ୧୯-୨୦ରେ ମାତ୍ର ୧୫୬ କୋଟି ସିଏସଆର ପାଣ୍ଠି ବାବଦରେ ମିଳିଛି । ଯାହା ଅତ୍ୟନ୍ତ ଉଦବେଗ ଜନକ । ଅପରପକ୍ଷରେ କମ୍ପାନୀ ମାନଙ୍କର ସିଏସଆର ପାଣ୍ଠି ପ୍ରଦାନ ନେଇ ରାଜ୍ୟସରକାରଙ୍କର କୌଣସି କର୍ତ୍ତୃତ୍ବ ନଥିବା କହିଛନ୍ତି ଅର୍ଥ ବିଭାଗ ପ୍ରମୁଶ ଶାସନ ସଚିବ । ରାଜ୍ୟ ସରକାର କେବଳ କମ୍ପାନୀ ମାନଙ୍କୁ ଆମ ରାଜ୍ୟରେ ଖର୍ଚ୍ଚ କରିବାକୁ ଅନୁରୋଧ କରିଥାନ୍ତି । ରାଜ୍ୟସରକାରଙ୍କ ପକ୍ଷରୁ ସିଏସଆର ପାଣ୍ଠି ପ୍ରଦାନ ନେଇ ଏକ ସ୍ବତନ୍ତ୍ର ଆଇ କେୟାର ପୋର୍ଟାଲ କରାଯାଇଛି । ଯେଉଁଥିରେ କମ୍ପାନୀ ମାନେ ସେମାନଙ୍କର ସିଏସଆର ପାଣ୍ଠି ପ୍ରଦାନ ନେଇ ତାଙ୍କର ଇଚ୍ଛା ପ୍ରକାଶ କରିପାରିବେ । ପିଏସସି କମିଟି ମାଗିଥିବା ସମସ୍ତ ତଥ୍ୟ ପ୍ରଦାନ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।Body:ବାଇଟ ପ୍ରଦୀପ୍ତ ନାଏକ, ବିରୋଧି ଦଳ ନେତା
ବାଇଟ ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା
ବାଇଟ ଅଶୋକ ମୀନା, ପ୍ରମୁଖ ସଚିବ, ଅର୍ଥ ବିଭାଗConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.