ETV Bharat / city

Budget Session: ଖାଦ୍ୟ ସୁରକ୍ଷା ଯୋଜନାରେ ୩ କୋଟିରୁ ଅଧିକ ଉପକୃତ

author img

By

Published : Mar 30, 2022, 1:56 PM IST

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩ କୋଟିରୁ ଅଧିକ ଉପକୃତ । ବିଧାନସଭାରେ ତଥ୍ୟ ରଖିଲେ ଯୋଗାଣ ମନ୍ତ୍ରୀ । ଅଧିକ ପଢନ୍ତୁ

Budget Session: ଖାଦ୍ୟ ସୁରକ୍ଷା ଯୋଜନା ୩ କୋଟିରୁ ଅଧିକ ଉପକୃତ
Budget Session: ଖାଦ୍ୟ ସୁରକ୍ଷା ଯୋଜନା ୩ କୋଟିରୁ ଅଧିକ ଉପକୃତ

ଭୁବନେଶ୍ବର: ଖାଦ୍ୟ ସୁରକ୍ଷା ଯୋଜନାରେ ଏକ ଲକ୍ଷରୁ ଅଧିକ ଆବେଦନ ପତ୍ର ପଡିଛି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ 3 କୋଟି 25 ଲକ୍ଷ 18 ହଜାର 495 ହିତାଧିକାରୀ ଉପକୃତ ହେଉଛନ୍ତି । ଚଳିତ ବର୍ଷ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ 61,550 ଜଣ ସାମିଲ ହୋଇଥିବାବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ 29,676 ଜଣ ସାମିଲ ହୋଇଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବା ପାଇଁ 30 ଜିଲ୍ଲାରେ 1 ଲକ୍ଷ 97 ହଜାର 469 ଜଣ ଆବେଦନ କରିଛନ୍ତି । ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ସାମିଲ କରାଯାଇନାହିଁ । ଆଜି ବିଧାନସଭା ବଜେଟ ଅଧିବେଶନରେ ଏହି ତଥ୍ୟ ରଖିଛନ୍ତି ଯୋଗଣା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂହ ।

Budget Session: ଖାଦ୍ୟ ସୁରକ୍ଷା ଯୋଜନା ୩ କୋଟିରୁ ଅଧିକ ଉପକୃତ

ଭୁବନେଶ୍ବରରୁ ରୁଦ୍ରନାରାୟଣ ଦାସ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.