ETV Bharat / city

ସବ୍ୟସାଚୀ ବଢାଇଲେ ସହାୟତାର ହାତ, କିଡନୀ ଦଲାଲଙ୍କ ଠାରୁ ରକ୍ଷାକଲେ ଜୀବନ

author img

By

Published : Aug 24, 2020, 10:48 PM IST

Updated : Aug 25, 2020, 4:07 PM IST

ସୋମନାଥ ଗହଣ ନାମକ ଜଣେ ବ୍ୟକ୍ତି ବିଭିନ୍ନ ପ୍ରକାର ଅସୁବିଧାରେ ଥିବା କଥା ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସାହାଯ୍ୟ ମାଗିଥିଲେ । ଯାହାଙ୍କୁ ସାହାଯ୍ୟ କରିବା ସହ ତାଙ୍କୁ ଏକ ବଡ ବିପଦରୁ ରକ୍ଷା କରିଛନ୍ତି ।

ollywood-actor-sabyasachi
ସବ୍ୟସାଚୀ ବଢାଇଲେ ସହାୟତାର ହାତ

ଭୁବନେଶ୍ବର: ନିକଟରେ ଅନେକ ଅସହାୟଙ୍କୁ ସହାୟତାର ହାତ ବଢାଇ ଦୀନଦରିଦ୍ରଙ୍କ ମସିହା ସାଜିଛନ୍ତି ସବ୍ୟସାଚୀ ମିଶ୍ର । ହଁ ଆମେ ଓଡିଉଡ ଜଗତର ଚକଲେଟ ହିରୋ ସବ୍ୟସାଚୀଙ୍କ କଥା କହୁଛୁ । ଯିଏ ରିଲ ନୁହେଁ ରିୟଲ ଲାଇଭରେ ମଧ୍ୟ ଏବେ ସମସ୍ତଙ୍କ ପ୍ରିୟ ହିରୋ ହୋଇପାରିଛନ୍ତି । ନିକଟରେ କୋରୋନା ଛାତ୍ରଛାତ୍ରଙ୍କ ଠାରୁ ଆରମ୍ଭ କରି ଅନେଖ ଅସହାୟଙ୍କୁ ସାହାଯ୍ୟ କରି ବେଶ ଚର୍ଚ୍ଚାରେ ଥିବା ସବ୍ୟସାଚୀ ଏବେ ଜଣେ ଅସହାୟଙ୍କୁ କିଡନୀ ବିକ୍ରି କରିବାରୁ ରକ୍ଷା କରିଛନ୍ତି ।

ସବ୍ୟସାଚୀ ବଢାଇଲେ ସହାୟତାର ହାତ

ସୋମନାଥ ଗହଣ ନାମକ ଜଣେ ବ୍ୟକ୍ତି ବିଭିନ୍ନ ପ୍ରକାର ଅସୁବିଧାରେ ଥିବା କଥା ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସାହାଯ୍ୟ ମାଗିଥିଲେ । ଏପରିକି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲିଉଡ ହିରୋ ଅକ୍ଷୟ କୁମାର ଓ ଓଲିଉଡ ହିରୋ ସବ୍ୟସାଚୀଙ୍କୁ ନିଜର ଦୁଃଖ ଜଣାଇବା ସହ ସାହାଯ୍ୟ କରିବାକୁ ନିବେଦନ କରିଥିଲେ ।

ollywood-actor-sabyasachi
କିଡନୀ ବିକିବାକୁ କରିଥିବା ଚାଟ

ତେବେ ତାଙ୍କ ଦୁଃଖ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚି ପାରି ନଥିବାବେଳେ ଏହି କୋରୋନା କାଳରେ ଅସହାୟଙ୍କ ଦେବଦୂତ ସାଜିଥିବା ଅଭିନେତା ସବ୍ୟସାଚୀଙ୍କ ନଜରେ ଆସିଥିଲା । ସେ ତାଙ୍କ ସହିତ ଯୋଗାଯୋଗ କରି ଜାଣିବାକୁ ପାଇଥିଲେ ଯେ, ନିଜର ପରିବାରର ଅର୍ଥିକ ପରିସ୍ଥିତି ଶୋଚନୀୟ ଥିବାବେଳେ ଦୁଃଖ ଦୂର କରିବା ପାଇଁ ସୋମନାଥ ନିଜ କିଡନୀ କୌଣସି ଏକ ଦିଲ୍ଲୀରେ ଥିବା ସଂସ୍ଥାକୁ ବିକ୍ରି କରିବାକୁ ସ୍ଥିର କରିଛନ୍ତି ।

ollywood-actor-sabyasachi
ସବ୍ୟସାଚୀ ବଢାଇଲେ ସହାୟତାର ହାତ

ତେଣୁ ସେ ତୁରନ୍ତ ସୋମନାଥଙ୍କ ସହ ଯୋଗାଯୋଗ କରିବା ସହ ଦିଲ୍ଲୀରେ ଥିବା ସେହି ସଂସ୍ଥା ଏକ କିଡନୀ ରାକେଟ ହୋଇଥିବା ସନ୍ଦେହ କରି ତାଙ୍କୁ ସେଥିରୁ ବିରତ ରଖିବା ସହ ତାଙ୍କୁ ଆର୍ଥିକ ଭାବେ ସାହାଯ୍ୟ ସହଯୋଗ କରିବାକୁ ପ୍ରତିଶ୍ରୃତି ଦେଇଛନ୍ତି ।

ollywood-actor-sabyasachi
ସୋସିଆଲ ମିଡିଆରେ ମାଗିଥିବା ସାହାଯ୍ୟ
ollywood-actor-sabyasachi
ହ୍ବାଚସପରେ ଚକରିଥିବା ଚାଟ

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Last Updated : Aug 25, 2020, 4:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.