ETV Bharat / city

ନ୍ୟୁଡ କଲ ପରେ ଆଇପିଏସ୍‌ ଅଫିସର କହି ଲୁଟିନେଲା ସାଇବର ଲୁଟେରା

author img

By

Published : Oct 5, 2022, 10:36 PM IST

ନ୍ୟୁଡ କଲ୍‌ ପରେ ଆଇପିଏସ୍‌ ଅଫିସରର ପରିଚୟ ଦେଇ ଲୁଟିନେଲା ସାଇବର ଠକ । ଏଭଳି ଠକାମୀରେ ଶିକାର ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ଜଣେ ଯୁବକ । ଅଧିକ ପଢନ୍ତୁ

ନ୍ୟୁଡ କଲ ପରେ ଆଇପିଏସ୍‌ ଅଫିସର କହି ଲୁଟିନେଲେ ସାଇବର ଲୁଟେରା
ନ୍ୟୁଡ କଲ ପରେ ଆଇପିଏସ୍‌ ଅଫିସର କହି ଲୁଟିନେଲେ ସାଇବର ଲୁଟେରା

ଭୁବନେଶ୍ବର: ସାଇବର ଠକଙ୍କ ନୂଆ ଚାଲ । ନ୍ୟୁଡ କଲ ଆସୁଥିଲେ ହୋଇଯାଆନ୍ତୁ ସାବଧାନ ! ନହେଲେ ଠକାମିର ଶିକାର ହୋଇପାରନ୍ତି । ଅଶ୍ଲୀଳ ଭିଡିଓ କଲ୍‌ ପରେ ଆଇପିଏସ୍‌ ଅଫିସରର ପରିଚୟ ଦେଇ ଲୁଟିନେଲା ସାଇବର ଠକ । ସାଇବର ଥାନାରେ ଅଭିଯୋଗ ପରେ ସାମ୍ନାକୁ ଆସିଛି ପୂରା କାହାଣୀ । ଏପରି ଠକାମୀରେ ଶିକାର ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ଜଣେ ଯୁବକ। ଏନେଇ ଭୁବନେଶ୍ୱର ସାଇବର ଥାନାରେ ଲିଖିତ ଅଭିଯୋଗ ପରେ ଘଟଣାର ତନାଘନା ଚଳାଇଛି ପୋଲିସ୍‌।

ନ୍ୟୁଡ କଲ ପରେ ଆଇପିଏସ୍‌ ଅଫିସର କହି ଲୁଟିନେଲେ ସାଇବର ଲୁଟେରା

ଏହା ମଧ୍ୟ ପଢନ୍ତୁ: Cyber Crime: ସାଇବର ଠକଙ୍କ ଜାଲରେ ଯନ୍ତ୍ରୀ, ଆକାଉଣ୍ଟରୁ ଉଡ଼ିଗଲା 25 ଲକ୍ଷ

ସୂଚନାଅନୁସାରେ, ଜଟଣୀ ଅଞ୍ଚଳର ଜଣେ ମେଡ଼ିସିନ୍‌ ରିପ୍ରେଜେଣ୍ଟିଭ୍‌ ଭାବେ କାର୍ଯ୍ୟ କରୁଛନ୍ତି ବିପିନ କୁମାର ମୁଦୁଲି । ହ୍ୱାଟ୍ସଆପ୍‌ରେ ତାଙ୍କ ପାଖକୁ ଅନେକ ସମୟରେ ମେସେଜ୍‌ ଆସିଥିଲା । ହେଲେ ସେହି ମେସେଜ୍‌ର ସେ କୌଣସି ଉତ୍ତର ଦେଉନଥିଲେ । ଥରେ ରାତିରେ ତାଙ୍କ ପାଖକୁ ଏକ ଭିଡିଓ କଲ୍‌ ଆସିଥିଲା । ସେହି କଲ୍‌କୁ ସେ ରିସିଭ୍‌ କରି ଦେଇଥିଲେ । ଏହି ସମୟରେ ଯୁବତୀ ଜଣଙ୍କ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଯାଇଥିଲେ । ଆଉ ସେହି ସମୟର ଭିଡିଓକୁ ରେକର୍ଡିଂ କରି ନେଇଥିଲେ । ତାପରେ ଆରମ୍ଭ କରି ଦେଇଥିଲେ ବ୍ଲାକମେଲିଂ । ନିଜକୁ ଆଇପିଏସ ଅଫିସର କହି ଧମକ ଚମକ ଦେଇଥିଲେ । ଏହାପରେ ଯୁବକ ଜଣକ ଭୟଭୀତ ହୋଇ ୭୧ହଜାର ଟଙ୍କା ମଧ୍ୟ ଦେଇଥିଲେ । ଏତେ ପରିମାଣର ଟଙ୍କା ନେବାପରେ ମଧ୍ୟ ଆହୁରି ଟଙ୍କା ନେବା ପାଇଁ ଚାହିଁଥିଲା ଠକ । ଶେଷରେ ଯୁବକ ଜଣକ ଭୁବନେଶ୍ବରର ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି । ପୋଲିସ ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ନ୍ୟୁଡ କଲରେ କିପରି କରନ୍ତି ବ୍ଲାକମେଲ ?

ଅଜଣା ଭିଡିଓ କଲରେ ଠକେଇ ପାଇ ଉଦ୍ୟମ । ଭିଡିଓ କଲ ଉଠାଇଲେ ଯୁବତିଙ୍କର ଆସୁଛି ନ୍ୟୁଡ ଭିଡିଓ । ପରେ ସେହି କଲ କଟିବା ପରେ ପୋଲିସ ଚେହେରାରେ ଟଙ୍କା ମାଗୁଛି ଠକ । ବିଭିନ୍ନ ହ୍ବାଟସପ ନମ୍ବରରେ ପୋଲିସର ଡିପି ରଖି ବା ଆଇପିଏସଙ୍କ ଫଟୋ ଲଗାଇ ନିଜକୁ ସାଇବର ସେଲର ଇନସପେକ୍ଟର ତ କେତେବେଳେ ସିବିଆଇ ଅଫିସର ଆଉ କେତେବେଳେ ଦିଲ୍ଲି କ୍ରାଇମବ୍ରାଞ୍ଚ ଓ ମୁମ୍ବାଇ କ୍ରାଇମବ୍ରାଞ୍ଚ କହି ଟଙ୍କା ମାଗୁଛି ଠକ । ପୋଲିସ ଭୟରେ ଲୋକେ ଠକର ଇନଷ୍ଟ୍ରକସନ୍ ମାନି ଲୋକେ କରୁଛନ୍ତି ପେମେଣ୍ଟ । ଆଉ ଠକାମିର ଶିକାର‌ହୋଇ ନିରିହ ଲୋକ ହରାଉଛନ୍ତି ଠକ । ଏବେ ନିତିଦିନ ଏପରି ଅଜଣା ଭିଡିଓ କଲ ଆତଙ୍କ ଖେଳାଇଥିବା ବେଳେ ରାତି ଅଧରେ ଆସୁଛି ଏପରି‌ ଅଜଣା ଭିଡିଓ କଲ । ରିସିଭ କଲେ ଜଣେ ଉଲଗ୍ନ ଚେହେରାରେ କଥା ହେଉଛି ଯୁବତୀ ।

ଅର୍ଥାତ ନ୍ୟୁଡରେ ଜଣେ ଯୁବତୀ କଥା ହେବାର ଲୋଭ ଦେଖାଇ ନେଉଛି ସ୍କ୍ରିନସଟ । ପରେ ସେହି ସ୍କ୍ରିନସଟ ଦେଖାଇ ପର ମୁହୂର୍ତ୍ତରେ ନ୍ୟୁଡ କଲରେ ଯୁବତୀଙ୍କ ସହ କଥା ହେଉଛ କହି ବ୍ଲାକମେଲ କରି ଦେଉଛି ଧମକ। ଟଙ୍କା ଦିଅ ନଚେତ ପୋଲିସ ଲଗାଇ ଗିରଫ କରିବାର ଦେଉଛି‌ ଧମକ। ନମାନିଲେ ପର ମୁହୂର୍ତ୍ତରେ ଏପରି ବିଭିନ ଆଇପିଏସଙ୍କ ଫଟୋ ଥିବା ନମ୍ବରରୁ ମେସେଜ କରି ଟଙ୍କା ପଠାଇବାକୁ ଦେଉଛନ୍ତି ଧମକ । ନଚେତ ଗିରଫ କରି‌ବା ସହ ଘରୁ ଉଠାଇନେବାର‌ଧମକ ଦେଉଛନ୍ତି । ପୋଲିସର ଫଟୋ ଦେଖି ଏକାଧିକ ଯୁବକ ଏପରି ଠକାମିର ଶିକାର ହେଉଛନ୍ତି । ଅନେକ ଲୋକ ଏପରି ଭିଡିଓ ବା ଲୋକର ଟଙ୍କା ମାଗିବାକୁ ମାନସିକ ଅବସାଦରେ ରହୁଛନ୍ତି । କେହି କେହି ଭୟରେ ଠକକୁ ଟଙ୍କା ପଠାଉଥିବା ବେଳେ ଏନେଇ ଠକ ଏହି ପରି‌ ଗୋଟିଏ ପରେ ଗୋଟିଏ ବ୍ଲାକମେଲ କରି‌ଚାଲିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.