ETV Bharat / city

Cyber Crime: ସାଇବର ଠକଙ୍କ ଜାଲରେ ଯନ୍ତ୍ରୀ, ଆକାଉଣ୍ଟରୁ ଉଡ଼ିଗଲା 25 ଲକ୍ଷ

author img

By

Published : Aug 1, 2022, 7:26 PM IST

ହ୍ବାଟ୍ସଆପ୍‌ ମାଧ୍ୟମରେ ସାଇବର ଠକଙ୍କ ଜାଲରେ ପଡ଼ିଲେ ଯନ୍ତ୍ରୀ । ନ୍ୟୁଡ୍‌ କଲ୍‌ରେ ଛଦ୍ମବେଶୀ ଯୁବତୀଙ୍କ ସହ ଚାଟିଂ କରିବା ପରେ ଧମକାଇଲା ଠକ । ଆଉ ଠକି ନେଇଗଲା 25 ଲକ୍ଷ ଟଙ୍କା । ଅଧିକ ପଢନ୍ତୁ

Cyber Crime: ସାଇବର ଠକଙ୍କ ଜାଲରେ ଯନ୍ତ୍ରୀ, ଆକାଉଣ୍ଟରୁ ଉଡ଼ିଗଲା 25 ଲକ୍ଷ
Cyber Crime: ସାଇବର ଠକଙ୍କ ଜାଲରେ ଯନ୍ତ୍ରୀ, ଆକାଉଣ୍ଟରୁ ଉଡ଼ିଗଲା 25 ଲକ୍ଷ

ଭୁବନେଶ୍ବର: ସାଇବର ଠକଙ୍କ ଜାଲରେ ଯନ୍ତ୍ରୀ । 50 ବର୍ଷୀୟ ଯନ୍ତ୍ରୀଙ୍କୁ ନ୍ୟୁଡ୍‌ କଲ୍‌ରେ ଛଦ୍ମବେଶୀ ଯୁବତୀ । ପ୍ରଥମେ ଅଜଣା ହ୍ବାଟସପ (Cyber Fraud through WhatsApp) ନମ୍ବରରେ ଯୁବତୀ ବେଶରେ ଯୋଗାଯୋଗ କରିବା ପରେ ନ୍ୟୁଡ କଲ (Nude Call) ଜରିଆରେ ଯନ୍ତ୍ରୀଙ୍କୁ ଟ୍ରାପ କରିଛନ୍ତି ଠକ । ପରେ ବ୍ଲାକ୍ ମେଲ କରି ପର୍ଯ୍ୟାୟ କ୍ରମେ ନେଇଗଲେ 25 ଲକ୍ଷ ଟଙ୍କା । ସାଇବର ଥାନାରେ ଏଭଳି ଅଭିଯୋଗ କରିଛନ୍ତି ଖୋଦ ଯନ୍ତ୍ରୀ ।

Cyber Crime: ସାଇବର ଠକଙ୍କ ଜାଲରେ ଯନ୍ତ୍ରୀ, ଆକାଉଣ୍ଟରୁ ଉଡ଼ିଗଲା 25 ଲକ୍ଷ

ସାଇବର ଠକମାନେ ପ୍ରଥମେ ହ୍ବାଟସପ୍‌ ନମ୍ବର ନେଇ ଯୁବତୀଙ୍କ ବେଶରେ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲେ । ଏହାପରେ ଯନ୍ତ୍ରୀଙ୍କୁ ନ୍ୟୁଡ଼ କଲ୍‌ କରିଥିଲେ । ଏଭଳି ଯନ୍ତ୍ରୀଙ୍କୁ ଫସାଇବା ପରେ ଚାଟିଂର ସ୍କ୍ରିନସଟ୍‌ ନେଇଥିଲେ । ଏହାପରେ ଛଦ୍ମବେଶରୁ ଅସଲ ରୂପକୁ ଆସିଥିଲେ ଏହି ସାଇବର ଠକ ଏବଂ ଯନ୍ତ୍ରୀଙ୍କୁ ବ୍ଲାକମେଲ୍‌ କରିବା ଆରମ୍ଭ କରିଥିଲେ । କେତେବେଳେ CBI ତ ଆଉ କେତେବେଳେ ଗୁଇନ୍ଦା ଅଧିକାରୀର ପରିଚୟ ଦେଇ ଟଙ୍କା ମାଗିଥିଲେ ।

ଟଙ୍କା ନ ଦେଲେ ଟ୍ରାପ ହେବାର ଭୟ ଦେଖାଇ ପ୍ରଥମେ 20 ହଜାର‌ ପରେ ପରେ ପର୍ଯ୍ୟାୟ କ୍ରମେ 25 ଲକ୍ଷ ଟଙ୍କା ଠକି ନେଇଥିବା ସୂଚନା ମିଳିଛି । ଏନେଇ ମୁହଁ ଖୋଲିଛନ୍ତି ଅଭିଯୋଗକାରୀ ଯନ୍ତ୍ରୀ । ତେବେ ଝିଅ ବାହାଘର ପାଇ ସେ ଅର୍ଥ ସଞ୍ଚିଥିଲେ । ଠକେଇ ପରେ ଭୁବନେଶ୍ବର ସାଇବର ଥାନାରେ ଗତ 21 ତାରିଖରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଏବେ ପୋଲିସ ସାଇବର ଠକଙ୍କୁ ଖୋଜୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.