ETV Bharat / city

ତାତିରୁ ମିଳିବ ଆଶ୍ବସ୍ତି: 21 ଜିଲ୍ଲାରେ ବର୍ଷା !

author img

By

Published : Apr 4, 2021, 7:37 PM IST

ରାଜ୍ୟରେ କାଳବୈଶାଖୀ ନେଇ 21 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ । ଅଧିକ ପଢନ୍ତୁ...

ତାତିରୁ ମିଳିବ ଆଶ୍ବସ୍ଥି: 21 ଜିଲ୍ଲାରେ ବର୍ଷା ସମ୍ଭାବନା
ତାତିରୁ ମିଳିବ ଆଶ୍ବସ୍ଥି: 21 ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ତାତିରୁ ମିଳିବ ଆଶ୍ବସ୍ତି । ରାଜ୍ୟର ୨୧ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ଥିବା ନେଇ ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ । କାଳବୈଶାଖୀ ସମୟରେ କେତେକ ସ୍ଥାନରେ ଘଡଘଡ଼ି ବର୍ଷା ସହ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବୋହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ତାତିରୁ ମିଳିବ ଆଶ୍ବସ୍ଥି: 21 ଜିଲ୍ଲାରେ ବର୍ଷା ସମ୍ଭାବନା


ଉପକୂଳ ଓଡ଼ିଶାରେ ଖରା ପ୍ରକୋପ କମି ଥିବାବେଳେ ୪ ଘଣ୍ଟା ମଧ୍ୟରେ ତାପମାତ୍ରା ୨ ଡିଗ୍ରୀ କମିପାରେ । ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ରାୟଗଡ଼ା, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ, ଦେବଗଡ଼ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।


ତେବେ ଗତକାଲି କିଛି ଅଞ୍ଚଳର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ମାଲକାନଗିରିରେ ସର୍ବାଧିକ ୪୦.୫ ଡିଗ୍ରୀ, ବଲାଙ୍ଗୀରରେ ୪୦, ସୁନ୍ଦରଗଡ଼ରେ ୪୦ ଡିଗ୍ରୀ ରେକର୍ଡ ହୋଇଥିଲା । ଅନ୍ୟ ସହର ମଧ୍ୟରେ ବାରିପଦା, ଝାରସୁଗୁଡ଼ା, ସମ୍ବଲପୁର ତାତି ୩୯ ଡିଗ୍ରୀ ଅତିକ୍ରମ କରିଥିଲା । ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ରହି ଥିବା ବେଳେ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରୀ ରହିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.