ETV Bharat / city

Odisha Corona: ରାଜ୍ୟରେ ଦିନକରେ 8 ପଜିଟିଭ ଚିହ୍ନଟ

author img

By

Published : May 9, 2022, 10:58 AM IST

ରାଜ୍ୟରେ ଗତ ୨୪ ଘଣ୍ଟାରେ ୮କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୮ ହଜାର ୨୧୦ରେ ପହଞ୍ଚିଛି । ଅଧିକ ପଢନ୍ତୁ

Odisha Corona Report: ଦିନକରେ 8 ପଜିଟିଭ ଚିହ୍ନଟ
Odisha Corona Report: ଦିନକରେ 8 ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ପୁଣି ହ୍ରାସ ହେଲା କୋରୋନାର ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୮କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୫ ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୩ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥି ମଧ୍ୟରୁ ୨ଜଣ ଶିଶୁ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବଲାଙ୍ଗୀରରୁ ୧, କନ୍ଧମାଳରୁ ୧, ଖୋର୍ଦ୍ଧାରୁ ୩, ମୟୂରଭଞ୍ଜରୁ ୧, ନୂଆପଡାରୁ ୧ ଓ ଷ୍ଟେଟପୁଲରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୮ ହଜାର ୨୧୦ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ ୧୬୧ ସକ୍ରିୟ ମାମଲା ରହିଛି । ନୂଆ ୭ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ ୧୨ ଲକ୍ଷ ୭୮ ହଜାର ୮୭୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.