ETV Bharat / city

Odisha Corona: ଆଜି 200 ପାର୍‌ ସଂକ୍ରମଣ

author img

By

Published : Jul 1, 2022, 10:34 AM IST

ରାଜ୍ୟରେ ପୁଣି ଉପରମୁହାଁ ହୋଇଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ 204 କୋରୋନା ପଜିଟିଭ (COVID-19) ଚିହ୍ନଟ । ଅଧିକ ପଢନ୍ତୁ

Odisha Corona: ପୁଣି ଚିହ୍ନଟ ହେଲେ ୨୦୪ ଆକ୍ରାନ୍ତ
Odisha Corona: ପୁଣି ଚିହ୍ନଟ ହେଲେ ୨୦୪ ଆକ୍ରାନ୍ତ

ଭୁବନେଶ୍ବର: ପୁଣି ମାଡିଲାଣି ମହାମାରୀ । ଦୀର୍ଘ ଦିନ ପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି । ଯାହା ଚିନ୍ତାର କାରଣ ହୋଇଛି । ଗୁରୁବାର ଚିହ୍ନଟ 155 ସଂକ୍ରମିତ ଅପେକ୍ଷା ଆଜି (ବୁଧବାର) ମାମଲା ବଢିଛି । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 204 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 119 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 85 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 18ଜଣ କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ 8, ଭଦ୍ରକରୁ 3, କଟକରୁ 38, ଦେବଗଡରୁ 3, ଢେଙ୍କାନାଳରୁ 1, ଜଗତସିଂହପୁରରୁ 2, ଯାଜପୁରରୁ 1, କନ୍ଧମାଳରୁ 1, କେନ୍ଦ୍ରାପଡାରୁ 2, କେନ୍ଦୁଝରରୁ 1, ଖୋର୍ଦ୍ଧାରୁ 86, ମୟୂରଭଞ୍ଜରୁ 5 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ନୟାଗଡରୁ 1, ନୂଆପଡାରୁ 4, ପୁରୀରୁ 5, ରାୟଗଡାରୁ 5, ସମ୍ବଲପୁରରୁ 3, ସୁନ୍ଦରଗଡରୁ 18 ଓ ଷ୍ଟେଟପୁଲରୁ 22 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 89 ହଜାର 961ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 872 ସକ୍ରିୟ ମାମଲା ରହିଛି । ନୂଆ 61 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 12 ଲକ୍ଷ 79 ହଜାର 910 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ଦେଶରେ 17 ହଜାର ପାର କରିଛି ପଜିଟିଭ ସଂଖ୍ୟା । ପୁଣି ସଂକ୍ରମଣ ମାମଲା ବୃଦ୍ଧି ପାଇବା ଚିନ୍ତାର ବିଷୟ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.