ETV Bharat / city

Odisha Corona: ରାଜ୍ୟରେ 1000 ଟପିଲା ଦୈନିକ ସଂକ୍ରମଣ

author img

By

Published : Jul 15, 2022, 10:10 AM IST

ରାଜ୍ୟରେ ପୁଣି ବଢିଲା କୋରୋନା ସଂକ୍ରମଣ । 24 ଘଣ୍ଟାରେ 1043 ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ

Odisha Corona: 1000 ଡେଇଁଲା ଦୈନିକ ସଂକ୍ରମଣ
Odisha Corona: 1000 ଡେଇଁଲା ଦୈନିକ ସଂକ୍ରମଣ

ଭୁବନେଶ୍ବର: ରାଜ୍ୟରେ ପୁଣି ଲମ୍ବା ଡିଆଁ ମାରିଲା କୋରୋନା ମହାମାରୀ । 1ହଜାର ପାର କଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 1043 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 609 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 434 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 100ଜଣେ କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 335 ସଂକ୍ରମିତ ରହିଛନ୍ତି । ସେହିପରି ବାଲେଶ୍ବର 20, ବରଗଡ 2, ଭଦ୍ରକ 7, ବଲାଙ୍ଗୀରରୁ 7, ବୌଦ୍ଧ 13, କଟକରୁ 205, ଦେଓଗଡରୁ 4, ଢେଙ୍କାନାଳ 3, ଗଜପତିରୁ 10, ଗଞ୍ଜାମରୁ 6, ଜଗତସିଂହପୁର 22, ଯାଜପୁରରୁ 18, ଝାରସୁଗୁଡାରୁ 12, କଳାହାଣ୍ଡିରୁ 10, କନ୍ଧମାଳରୁ 2, କେନ୍ଦ୍ରାପଡାରୁ 15, କେନ୍ଦୁଝରରୁ 6, କୋରାପୁଟରୁ 4, ମୟୂରଭଞ୍ଜରୁ 28, ନବରଙ୍ଗପୁରରୁ 9, ନୟାଗଡରୁ19, ନୂଆପଡାରୁ 9, ପୁରୀରୁ 28, ରାୟଗଡାରୁ1, ସମ୍ବଲପୁରରୁ 31, ସୋନପୁରରୁ 32, ସୁନ୍ଦରଗଡରୁ 106 ଓ ଷ୍ଟେଟପୁଲରୁ 79 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12,97,175ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 4825 ସକ୍ରିୟ ମାମଲା ରହିଛି । ନୂଆ 479ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 12,83,169 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.