ETV Bharat / city

ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ 565 ଆକ୍ରାନ୍ତ ସୁସ୍ଥ

author img

By

Published : Jul 10, 2020, 7:34 PM IST

ଶୁକ୍ରବାର 25ଟି ଜିଲ୍ଲାରେ 565 ଜଣ ସୁସ୍ଥ ହୋଇଛନ୍ତି । ଗଞ୍ଜାମରେ ସର୍ବାଧିକ 185 ଜଣ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ 565 ଆକ୍ରାନ୍ତ ସୁସ୍ଥ
ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ 565 ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଶୁକ୍ରବାର 565 ପଜିଟିଭ ଚିକିତ୍ସା ପରେ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଯାହା ରାଜ୍ୟ ପାଇଁ ଏକ ଶୁଭ ଖବର ଅଟେ । ପୂର୍ବରୁ ଗୁରୁବାର ସର୍ବାଧିକ 401 ଜଣ ସୁସ୍ଥ ହୋଇଥିଲେ ।

ଏବେ ସୁଦ୍ଧା ମୋଟ୍ 7972 ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଶୁକ୍ରବାର 25ଟି ଜିଲ୍ଲାରେ 565 ଜଣ ସୁସ୍ଥ ହୋଇଛନ୍ତି । ଗଞ୍ଜାମରେ ସର୍ବାଧିକ 185 ଜଣ ସୁସ୍ଥ ହୋଇଛନ୍ତି । ରାୟଗଡାରେ 85, ବଲାଙ୍ଗୀରରେ 45, କଟକରେ 32, ମାଲକାନଗିରିରେ 30, ବରଗଡରେ 24, ସୁନ୍ଦରଗଡରେ 24, ଅନୁଗୁଳରେ 23 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବାଲେଶ୍ବରରେ 17, ଜଗତସିଂହପୁରରେ 17, ଖୋର୍ଦ୍ଧାରେ 15, ଯାଜପୁରରେ 13, କେନ୍ଦ୍ରାପଡାରେ 10, ଗଜପତି ଝାରସୁଗୁଡା ଓ ନବରଙ୍ଗପୁରରେ 8, ମୟୁରଭଞ୍ଜରେ 7, ଭଦ୍ରକରେ 4, ପୁରୀରେ 3, ଢେଙ୍କାନାଳ ଓ କେନ୍ଦୁଝରରେ 2 ଏବଂ ବୌଦ୍ଧ, କନ୍ଧମାଳ ଓ ସମ୍ବଲପୁରରେ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ପ୍ରକାଶ ଥାଉ କି ରାଜ୍ୟରେ କୋରୋନା କାୟା ବିସ୍ତାର କରିଚାଲିଛି । କିଛି ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଯାହା ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । କ୍ବାରେଣ୍ଟାଇନ ସେଣ୍ଟର ବାହାରେ ଅଧିକ ସ୍ଥାନୀୟ ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.