ETV Bharat / city

Panchayat Poll: 23ରେ 45 ବୁଥରେ ହେବ ସାନି ମତଦାନ

author img

By

Published : Feb 19, 2022, 8:40 PM IST

ଏହି ଦିନ ରାଜ୍ୟର 4ଟି ଜିଲ୍ଲା ଯାଜପୁର, ଢେଙ୍କାନାଳ, ପୁରୀ ଓ ଭଦ୍ରକର ୪୫ ଟି ବୁଥରେ ହେବ ସାନି ମତଦାନ । ସକାଳ ୯ ଟାରୁ ଅପରାହ୍ନ ୩ ଟା ଯାଏଁ ମତଦାନ ହେବ । ସାନି ମତଦାନ ହେବାକୁ ଥିବା ଭୋଟଗ୍ରହଣ କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା ସହ ମତଦାନ ହେବ । ଅଧିକ ପଢନ୍ତୁ

Panchayat Poll
Panchayat Poll

ଭୁବନେଶ୍ବର: ରାଜ୍ୟରେ ଚାଲିଥିବା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ହୋଇଥିବା ଗଣ୍ଡଗୋଳ ବୁଥ ଟାମ୍ପରିଂ ଓ ଅନ୍ୟାନ୍ୟ ଅଭିଯୋଗ ପରେ ଆସନ୍ତା 23ରେ ହେବ ସାନି ମତଦାନ ।

ଏହି ଦିନ ରାଜ୍ୟର 4ଟି ଜିଲ୍ଲା ଯାଜପୁର, ଢେଙ୍କାନାଳ, ପୁରୀଓ ଭଦ୍ରକର ୪୫ ଟି ବୁଥରେ ହେବ ସାନି ମତଦାନ । ସକାଳ ୯ ଟାରୁ ଅପରାହ୍ନ ୩ ଟା ଯାଏଁ ମତଦାନ ହେବ । ସାନି ମତଦାନ ହେବାକୁ ଥିବା ଭୋଟଗ୍ରହଣ କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା ସହ ମତଦାନ ହେବ । ଭଦ୍ରକ ଜିଲ୍ଲାର ସଦର ବ୍ଲକର ୪ଟି, ବନ୍ତ ବ୍ଲକର ଗୋଟିଏ, ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଳକର ୪ଟି, ଯାଜପୁର ଜିଲ୍ଲା ସଦର ବ୍ଲକର ୯ ଟି, ଧର୍ମଶାଳା ବ୍ଲକର ୨ ଟି, ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକର ଗୋଟିଏ, କୃଷ୍ଣପ୍ରସାଦ ବ୍ଲକର ଗୋଟିଏ, କଣାସ ବ୍ଲକର ୩ ଟି ମତଦାନ କେନ୍ଦ୍ରରେ ସାନି ମତଦାନ ହେବ ।

ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ ବିଭିନ୍ନ କାରଣରୁ ନିର୍ବାଚନ ବାତିଲ ହୋଇଥିବା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଗୋଟିଏ, ବୌଦ୍ଧ ଜିଲ୍ଲା ସଦର ବ୍ଲକର ଗୋଟିଏ, ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକର ଗୋଟିଏ, ଜଗତସିଂହପୁର ଜିଲ୍ଲା ଜଗତସିଂହପୁର ବ୍ଲକ ୩ ଟି, ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ୧୦ଟି, କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ଗୋଟିଏ ଓ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକର ଗୋଟିଏ, ଶୁଳିଆପଦା ବ୍ଲକର ଦୁଇଟି ସ୍ଥାନରେ ସାନ ମତଦାନ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.