ETV Bharat / city

ଏବେ ବି ବିପଦ ଅଛି, ସତର୍କ ରହିବାକୁ ପରାମର୍ଶ ଦେଲେ ସ୍ବାସ୍ଥ୍ୟ ବିଶେଷଜ୍ଞ

author img

By

Published : Sep 16, 2021, 4:25 PM IST

କୋରୋନା ସଂକ୍ରମଣକୁ ନେଇ ସତର୍କ କରାଇଲେ ସ୍ବାସ୍ଥ୍ୟ ବିଶେଷଜ୍ଞ । ଏବେ ବି ବିପଦ ଅଛି, ତେଣୁ ନିଜ ଦାୟିତ୍ବ ନିଜେ ନେବାକୁ ପରାମର୍ଶ ଦେଲେ । ଅଧିକ ପଢନ୍ତୁ...

bijaya-mahapatra
ଏବେ ବି ବିପଦ ଅଛି, ସତର୍କ ରହିବାକୁ ପରାମର୍ଶ ଦେଲେ ସ୍ବାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ବର: ବିପଦ ଟଳିନାହିଁ । ରାଜ୍ୟରେ କେବେ ବି ସଂକ୍ରମଣ ବଢିପାରେ । ଏପରି କହି ସତର୍କ କରାଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । WHO ୧୦ ଦିନ ଆଗରୁ ରିପୋର୍ଟ ଦେଇଛି, ଭାରତରେ ମହାମାରୀ ଏଣ୍ଡେମିକ୍ ଆଡକୁ ଯାଉଛି । ତେବେ ନିଜ ଦାୟିତ୍ବ ନିଜେ ନିଅନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଏବେ ବି ବିପଦ ଅଛି, ସତର୍କ ରହିବାକୁ ପରାମର୍ଶ ଦେଲେ ସ୍ବାସ୍ଥ୍ୟ ବିଶେଷଜ୍ଞ



ବିଜୟ କହିଛନ୍ତି, 'WHO ର ରିପୋର୍ଟକୁ ଗ୍ରହଣ କରିବାକୁ ହେବ । କିନ୍ତୁ ଆମେ ୧୦୦ ପ୍ରତିଶତ ନିଶ୍ଚୟ ନୁହେଁ । ପ୍ରତି ମଡେଲର ଅପ୍ ଡାଉନ୍ ଅଛି । ଏହି କ୍ଷେତ୍ରରେ ବି ହୋଇପାରେ । ଆମେ ଆଶ୍ବସ୍ତ ହେବା ନାହିଁ । ଲକ୍ଷଣ ଆସିଲେ ଡାକ୍ତରଖାନା ଆସିବା । କେରଳରେ ବଢି ବଢି ଚାଲିଥିଲା, ଏବେ କମୁଛି । ସେହିପରି ବର୍ତ୍ତମାନ ମହାରାଷ୍ଟ୍ରରେ ବଢୁଛି, ପରେ କମିବ । ତେଣୁ ସେହି ମଡେଲ ଦେଖିଲେ ଆମେ ଢିଲା ହେବା ନାହିଁ ।'

ଯଦିଓ ଆମେ ଭଲ ସ୍ଥିତିରେ ଅଛୁ । ଆମର ପଜିଟିଭିଟି ରେଟ୍ କମ୍ ଅଛି । ହସପିଟାଲାଇଜେସନ ହାର କମ୍ ଅଛି । ହେଲେ ବିପଦ ନିଶ୍ଚୟ ଅଛି । ଆମ ରାଜ୍ୟରେ କେବେ ବି ବଢି ପାରେ । ତେଣୁ କଟକଣା ଆମ ରାଜ୍ୟରେ ଚାଲୁ ରହିବ । ନିଜ ଦାୟିତ୍ବ ନିଜେ ନିଅନ୍ତୁ ବୋଲି କହିଛନ୍ତି ସ୍ୱସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.