ETV Bharat / city

ଫୋକସ୍‌ରେ ଦାଦନ ମୁକ୍ତି: ୪ ଜିଲ୍ଲାରେ ମନରେଗାରେ ଅଧିକ ୨୦୦ କାର୍ଯ୍ୟଦିବସ

author img

By

Published : Jul 20, 2022, 7:16 AM IST

MNAREGA ଜରିଆରେ ଚାରି ଜିଲ୍ଲାରେ ଅଧିକ ୨୦୦ ଦିନ କାର୍ଯ୍ୟ ଯୋଗାଇବେ ରାଜ୍ୟ ସରକାର । ଅଧିକ ପଢନ୍ତୁ

ଫୋକସ୍‌ରେ ଦାଦନ ମୁକ୍ତି: ୪ ଜିଲ୍ଲାରେ MNAREGAରେ ୨୦୦ କାର୍ଯ୍ୟଦିବସ
ଫୋକସ୍‌ରେ ଦାଦନ ମୁକ୍ତି: ୪ ଜିଲ୍ଲାରେ MNAREGAରେ ୨୦୦ କାର୍ଯ୍ୟଦିବସ

ଭୁବନେଶ୍ବର: ଓଡିଶାକୁ ଦାଦନ ମୁକ୍ତ କରିବାକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ସରକାର MNAREGA ଜରିଆରେ ଅତିରିକ୍ତ କାର୍ଯ୍ୟ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ୪ଟି ଜିଲ୍ଲାରେ ୨୦୦ ଦିନ କାର୍ଯ୍ୟ ଯୋଗାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ମାରିଛି । ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ୨୦ଟି ଦାଦନ ପ୍ରବଣ ବ୍ଲକରେ ଦାଦନ ରୋକିବା ନିମନ୍ତେ ଏକ ନୂତନ ରାଜ୍ୟ କ୍ଷେତ୍ର ଯୋଜନା "ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ରାଜ୍ୟ ସହାୟତା"କୁ ଅନୁମୋଦନ କରିଛନ୍ତି ।

ମନରେଗା ଅଧୀନରେ ଥିବା କାର୍ଯ୍ୟ ଆଶାୟୀଙ୍କୁ ରାଜ୍ୟରେ ଅଣକୁଶଳୀ ଶ୍ରମିକଙ୍କ ପାଇଁ ଦୈନିକ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରି ହାର ସହିତ ସମାନ କରି ମନରେଗା ଅଧୀନରେ ପ୍ରଦାନ କରାଯାଉଥିବା ବିଜ୍ଞାପିତ ମଜୁରି ହାର ଉପରେ ଅତିରିକ୍ତ ମଜୁରି ପ୍ରଦାନ କରାଯିବ । ଉକ୍ତ ଅତିରିକ୍ତ ମଜୁରି ବ୍ୟୟ ରାଜ୍ୟ ସରକାର ନୂତନ ରାଜ୍ୟ କ୍ଷେତ୍ର ଯୋଜନା "ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ରାଜ୍ୟ ସହାୟତା" ଅଧୀନରେ ବହନ କରିବେ । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଅଧିନିୟମ ୨୦୦୫ରେ ସୁନିଶ୍ଚିତ କରାଯାଇଥିବା ସର୍ବନିମ୍ନ ୧୦୦ ଦିନର କାର୍ଯ୍ୟ ଯୋଗାଇ ଦେବା ସହ ଅତିରିକ୍ତ ୨୦୦ ଦିନର କାର୍ଯ୍ୟ ଯୋଗାଇ ଦେବେ ।

MNAREGA ଅଧୀନରେ ସୁନିଶ୍ଚିତ କରାଯାଇଥିବା 100 ଦିନର କାର୍ଯ୍ୟ ବାଦ ଅତିରିକ୍ତ ୨୦୦ ଦିନର କାର୍ଯ୍ୟ ଯୋଗାଇ ଦେବା ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ପିଛା ଦୈନିକ ହିସାବରେ ହେଉଥିବା ମଜୁରି ବାବଦକୁ ସଂପୂର୍ଣ୍ଣ ଖର୍ଚ୍ଚ ରାଜ୍ୟ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଅଣକୁଶଳୀ ମଜୁରି ହାରରେ ନୂତନ ରାଜ୍ୟ କ୍ଷେତ୍ର ଯୋଜନା ଅଧୀନରେ ବହନ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.