ETV Bharat / city

State Food Security Scheme: ନବୀନଙ୍କ ଘୋଷଣା, ଆଉ ୪ ମାସ ମିଳିବ ମାଗଣା ଚାଉଳ

author img

By

Published : Dec 11, 2021, 11:31 AM IST

Updated : Dec 11, 2021, 2:25 PM IST

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା । ହିତାଧିକାରୀଙ୍କୁ ଆଉ ୪ ମାସ ମିଳିବ ଅତିରିକ୍ତ ଚାଉଳ । ଅଧିକ ପଢନ୍ତୁ

Odisha CM Announcement: ଆଉ ୪ ମାସ ମାଗଣା ଚାଉଳ ପାଇବେ ହିତାଧିକାରୀ
Odisha CM Announcement: ଆଉ ୪ ମାସ ମାଗଣା ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ବର: ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ଡିସେମ୍ବରରୁ ଆସନ୍ତା ମାର୍ଚ୍ଚ ଯାଏଁ ମିଳିବ ମାଗଣା ଚାଉଳ । ହିତାଧିକାରୀଙ୍କୁ ଆଉ ୪ ମାସ ଅତିରିକ୍ତ ଚାଉଳ ମିଳିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ହିତାଧିକାରୀ ପିଛା ୫ କେଜି ଅତିରିକ୍ତ ଚାଉଳ ମିଳିବ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ପ୍ରତ୍ୟେକ ହିତାଧିକାରୀ ଡିସେମ୍ବର 2021 ରୁ ମାର୍ଚ୍ଚ 2022 ପର୍ଯ୍ୟନ୍ତ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ପାଇବେ । ଏଥିରେ ୯ ଲକ୍ଷ ୧୫ ହଜାର ହିତାଧିକାରୀ ତଥା ୨, ୮୮, ୫୨୮ ପରିବାର ଉପକୃତ ହେବେ । ମାସକୁ ୪,୫୭୮ ଟନ ଚାଉଳ ଯୋଗାଇ ଦିଆଯିବ । ଏଥିପାଇଁ ରାଜ୍ୟ ଖର୍ଚ୍ଚ କରିବ ମୋଟ ୬୮ କୋଟି ୧୩ ଲକ୍ଷ ଟଙ୍କା ।

ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ଏହା ହିତାଧିକାରୀଙ୍କ ସହିତ ସମାନ ରହିବା ପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ନାମ ଲେଖାଇଥିବା ହିତାଧିକାରୀଙ୍କୁ ସୁବିଧା ପ୍ରଦାନ କରିବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Dec 11, 2021, 2:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.