ETV Bharat / city

Odisha Assembly: ବିଜେପିର ମୁଲତବୀ ନୋଟିସ; ଉତ୍ତର ରଖିଲେ କୃଷି ମନ୍ତ୍ରୀ, ବର୍ଷିଲା ବିଜେପି

author img

By

Published : Sep 1, 2021, 2:27 PM IST

ମରୁଡି କିମ୍ବା ସାମ୍ଭାବ୍ୟ ମରୁଡି ଏକ ପ୍ରାକୃତିକ ଦୁର୍ବିପାକ । ଗତ ୨୦ ବର୍ଷରେ ରାଜ୍ୟରେ ପ୍ରାୟ ୮ ଥର ମରୁଡି ହେଲାଣି । ମରୁଡି କିମ୍ବା ସାମ୍ଭାବ୍ୟ ମରୁଡି ମନୁଷ୍ୟକୃତ ନୁହେଁ । ମନ୍ତ୍ରୀଙ୍କ ଉତ୍ତର ପରେ ବର୍ଷିଲା ବିଜେପି । ଅଧିକ ପଢନ୍ତୁ

Mohan Majhi mla
Mohan Majhi mla

ଭୁବନେଶ୍ବର: ଆରମ୍ଭ ହେଲା ରାଜ୍ୟ ବିଧାନସଭା। ଷୋଡଶ ବିଧାନସଭାର ସପ୍ତମ ଅଧିବେଶନ ଆଜି ଠାରୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଏହି ସ୍ବଳ୍ପ ଅଧିବେଶନରେ ମଧ୍ୟ ପ୍ରାରମ୍ଭରୁ ହଙ୍ଗାମା ରହିଛି । ଆଜି ଶୋକ ପ୍ରସ୍ତାବ ଆଗତ ପରେ ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି କଂଗ୍ରେସ ବିଧାୟକ ମାନେ ହଟ୍ଟଗୋଳ ଆରମ୍ଭ କରିଥିଲେ । ବାଚସ୍ପତିଙ୍କ ଅନୁରୋଧ ସତ୍ବେ କଂଗ୍ରେସ ବିଧାୟକ ହଟ୍ଟଗୋଳ କରିବାରୁ ବାଚସ୍ପତି ମଧ୍ୟାହ୍ନ ୧୨.୩୪ ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଥିଲେ ।

Odisha Assembly; ବିଜେପିର ମୁଲତବୀ ନୋଟିସ; ଉତ୍ତର ରଖିଲେ କୃଷି ମନ୍ତ୍ରୀ, ବର୍ଷିଲା ବିଜେପି

ପରେ ମଧ୍ୟାହ୍ନ ୧୨. ୩୪ରେ ପୁଣି ଥରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ ଦେଇଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହେଉଛି । ଯାହା ୨ ଟା ୪ ପର୍ଯ୍ୟନ୍ତ ଚାଲିବ । ପ୍ରସ୍ତାବ ଉପରେ ଗୃହରେ ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ । ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ମରୁଡି କିମ୍ବା ସାମ୍ଭାବ୍ୟ ମରୁଡି ଏକ ପ୍ରାକୃତିକ ଦୁର୍ବିପାକ । ଗତ ୨୦ ବର୍ଷରେ ରାଜ୍ୟରେ ପ୍ରାୟ ୮ ଥର ମରୁଡି ହେଲାଣି । ମରୁଡି କିମ୍ବା ସାମ୍ଭାବ୍ୟ ମରୁଡି ମନୁଷ୍ୟକୃତ ନୁହେଁ । ଏହା ଜଳବାୟୁ ପରିବର୍ତ୍ତନ ପାଇଁ ହୋଇଛି । ବର୍ଷାର ପରିମାଣ ଓ ସ୍ଥିତି ବଦଳୁଥିବାରୁ ଫସଲର ପରିବର୍ତ୍ତନ ହେଉଛି ।

ରାଜ୍ୟରେ ଅଗଷ୍ଟ ୨୮ ସୁଦ୍ଧା ୨୩ ଟି ଜିଲ୍ଲାରେ ନିଅଣ୍ଟିଆ ବୃଷ୍ଟିପାତ ହୋଇଛି । ଜୁନରୁ ଅଗଷ୍ଟ ମାସ ମଧ୍ୟରେ ହୋଇଥିବା ସାଧାରଣ ବର୍ଷା ପରିମାଣ ୮୭୭.୯ ମିମି ଥିବା ବେଳେ ୬୧୬.୪ ମିମି ବର୍ଷା ହୋଇଛି । ଯାହା ସ୍ବାଭାବିକ ଠାରୁ ୨୯.୮୦ ପ୍ରତିଶତ କମ । ୨୮ ଅଗଷ୍ଟ ସୁଦ୍ଧା ୧୧ଟି ଜିଲ୍ଲାର ୧୫ ଟି ବ୍ଲକର ୪୭ ଟି କମ ବର୍ଷା, ଓ ୧୪ ଜିଲ୍ଲା ୪୭ ବ୍ଲକରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଫସଲର ଅବସ୍ଥା ସ୍ବାଭାବିକ ଠାରୁ ଖରାପ ରହିଛି ।

ବର୍ତ୍ତମାନ ସୁଦ୍ଧା ମୋଟ ୫୩.୬୭ ଲକ୍ଷ ହେକ୍ଟର ଜମିରେ ବିଭିନ୍ନ ଫସଲ ଚାଷ ହୋଇଛି । ଯାହା ଧାର୍ଯ୍ୟ ଲକ୍ଷ୍ୟର ୬୧.୯୬ ଲକ୍ଷ ହେକ୍ଟର । ସେହିପରି କୃଷି ମନ୍ତ୍ରୀ କହିଛନ୍ତି ରାଜ୍ୟର ୬୦ ପ୍ରତିଶତ ଜମି ଧାନ ରୁଆ ହୋଇଥାଏ । ମାତ୍ର ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ସ୍ଥଳ ବିଶେଷରେ ଧାନ ରୁଆ କାର୍ଯ୍ୟ ବିଳମ୍ବିତ ହୋଇଥିଲା । ଗତ ୩ ରୁ ୪ ଦିନ ମଧ୍ୟରେ ହୋଇଥିବା ବର୍ଷା ଯୋଗୁଁ ଗଜପତି, ଗଞ୍ଜାମ, ରାୟଗଡା, କେନ୍ଦୁଝର, ଢେଙ୍କାନାଳ ଓ ନବରଙ୍ଗପୁରରେ ଧାନ ରୁଆରେ ଉନ୍ନତି ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ବିଜେପି ବିଧାୟକ ସରକାରଙ୍କ ଉପରେ ବର୍ଷିଛନ୍ତି । ବିଧାୟକ ମୋହନ ମାଝୀ କହିଛନ୍ତି ମନ୍ତ୍ରୀଙ୍କ ଉତ୍ତର ଦୁର୍ଭାଗ୍ୟ ଜନକ। ଚିରାଚରିତ ଢଙ୍ଗରେ ଭଗବାନଙ୍କ ଉପରେ ସବୁକିଛି ଛାଡିଦେଲେ ମନ୍ତ୍ରୀ। ବାୟୁ ମଣ୍ତଳ ପରିବର୍ତ୍ତନ ପାଇଁ କଣ ଭଗବାନ ଦାୟୀ ବୋଲି ପ୍ରଶ୍ନ କଲେ ମୋହନ? । ସରକାର ଭିଡିଓ କନଫରେନସିଙ୍ଗରେ ଆଲୋଚନା କରୁଛନ୍ତି। ମରୁଡି ଅଞ୍ଚଳକୁ ଯାଉନାହାନ୍ତି। ରାଜ୍ୟର ୨୧୩ ବ୍ଲକରେ ମରୁଡି ପରିସ୍ଥିତି। ସ୍ବାଭାବିକ ଠାରୁ ୪୭ ପ୍ରତିଶତ କମ ବୃଷ୍ଟି ପାତ ହୋଇଛି। ବିଜେପି ଟିମ ମରୁଡି ଅଞ୍ଚଳକୁ ଯାଇ ଅନୁଧ୍ୟାନ କରୁଛନ୍ତି। ସରକାର ମରୁଡି ଅଞ୍ଚଳକୁ ଯାଇ ଅନୁଧ୍ୟାନ କରନ୍ତୁ। ପ୍ରତି ବ୍ଲକ ପାଇଁ ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା ଗଲା କୁଆଡେ? ସରକାର ମରୁଡି ପାଇଁ ପ୍ୟାକେଜ ଘୋଷଣା କରନ୍ତୁ। କୃଷି, ଖାଦ୍ୟ ଓ ଯୋଗାଣ, ପଞ୍ଚାୟତ ଓ ପାନୀୟ ଜଳ ବିଭାଗ ମିଳିତ ଭାବେ ପରିସ୍ଥିତିର ସମୀକ୍ଷା କରନ୍ତୁ। ନଦୀ ଜଳ ସଂରକ୍ଷଣ ପାଇଁ ଯୋଜନା କରନ୍ତୁ। ମୁଖ୍ୟମନ୍ତ୍ରୀ ଏକ ସ୍ଵତନ୍ତ୍ର ଟାସ୍କ ଫୋର୍ସ ଗଠନ କରନ୍ତୁ।

ସେହିପରି ପଶ୍ଚିମ ଓଡିଶାରେ ପାର୍ବତୀ ଗିରି ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ଫେଲ । କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଚଳ ହୋଇ ପଡିରହିଛି । ତେଣୁ ସରକାର ଯୋଜନା ପ୍ରସ୍ତୁତ କରନ୍ତୁ। ମହାନଦୀ ଅବସ୍ଥା କହିଲେ ନସରେ। ରାଜ୍ୟ ସରକାର କେନ୍ଦ୍ର ଅବହେଳା ଦ୍ବାହି ଦେଇ ମହାନଦୀ ଆଲୋଚନା ସୀମିତ ରଖିଦେଲେ । 7 ଟି ବ୍ୟାରେଜ ପ୍ରକଳ୍ପ ନିର୍ମାଣ ଚାଲିଛି । 21 ଟି ପ୍ରକଳ୍ପ ନିର୍ମାଣ ସରିଯାଉ ତାହା ପରେ ନଜର ଦେବେ । ମହାନଦୀର ଶାଖା ନଦୀ ଗୁଡିକରେ ସଠିକ ଭାବରେ ଜଳ ପ୍ରବାହିତ ହେଉନାହିଁ। ସରକାରଙ୍କ କୌଣସି ଯୋଜନା ଏପର୍ଯ୍ୟନ୍ତ କଲେ ନାହିଁ।

ବିଜେଡି ପକ୍ଷରୁ ମହାନଦୀ ବଞ୍ଚାଅ ଆନ୍ଦୋଳନ କରି ମାନବ ଶୃଙ୍ଖଳ ଆୟୋଜନ କରାଯାଇଥିଲା । ହେଲେ ତାର ବାସ୍ତବ ଫଳ କଣ ହେଲା? ଯେଉଁଭଳି ଭାବରେ ଜଳବାୟୁ ପରିବର୍ତ୍ତନ ହେଉଛି, ନିର୍ବାଚନ ସର୍ବସ୍ବ ଯୋଜନା ନକରି ବାସ୍ତବବାଦୀ ଯୋଜନା କରନ୍ତୁ ରାଜ୍ୟ ସରକାର। ଚାଷ, ବିଜୁଳି, ପିଇବା ପାଣି ପାଇଁ ଦୀର୍ଘ ମିଆଦୀ ଯୋଜନା କରନ୍ତୁ ରାଜ୍ୟ ସରକାର ବୋଲି ମୋହନ ମାଝୀ ଦାବି କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟଙ୍କ ସହ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.