ETV Bharat / city

ପେଟ୍ରୋଲ ଡିଜେଲ ଦରବୃଦ୍ଧି ପ୍ରତିବାଦ: ମାଷ୍ଟରକ୍ୟାଣ୍ଚିନରେ ଗର୍ଜିଲା ଛାତ୍ର କଂଗ୍ରେସ

author img

By

Published : Oct 18, 2021, 5:12 PM IST

ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦରବୃଦ୍ଧି ନେଇ ତାତିଲା ଛାତ୍ର କଂଗ୍ରେସ । କଂଗ୍ରେସ ଭବନରୁ ମାଷ୍ଟରକ୍ୟାଣ୍ଚିନ ପର୍ଯ୍ୟନ୍ତ ପ୍ରତିବାଦ ଶୋଭାଯାତ୍ରା ସହ ଜଳାଇଲେ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା । ଅଧିକ ପଢନ୍ତୁ...

ପେଟ୍ରୋଲ ଡିଜେଲ ଦରବୃଦ୍ଧି ନେଇ ଛାତ୍ର କଂଗ୍ରେସର ପ୍ରତିବାଦ ଶୋଭାଯାତ୍ରା
ପେଟ୍ରୋଲ ଡିଜେଲ ଦରବୃଦ୍ଧି ନେଇ ଛାତ୍ର କଂଗ୍ରେସର ପ୍ରତିବାଦ ଶୋଭାଯାତ୍ରା

ଭୁବନେଶ୍ବର: ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ନେଇ ପ୍ରତିବାଦ ଶୋଭାଯାତ୍ରା କରିଛି ଛାତ୍ର କଂଗ୍ରେସ । ଆଜି ଏନେଇ କଂଗ୍ରେସ ଭବନ ଠାରୁ ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଶୋଭାଯାତ୍ରା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ଛାତ୍ର କଂଗ୍ରେସର କର୍ମକର୍ତ୍ତା ।

ପେଟ୍ରୋଲ ଡିଜେଲ ଦରବୃଦ୍ଧି ନେଇ ଛାତ୍ର କଂଗ୍ରେସର ପ୍ରତିବାଦ ଶୋଭାଯାତ୍ରା

ସେହିପରି ପେଟ୍ରୋଲ ପମ୍ପରେ ଲାଗିଥିବା ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ଚିରିବା ସହ ଭତ୍ସନା କରିଛି ଦଳ । କେନ୍ଦ୍ରରେ ମୋଦି ସରକାର ପେଟ୍ରୋଲ,ଡିଜେଲ ଦର ବୃଦ୍ଧି କରୁଥିବାବେଳେ ରାଜ୍ୟରେ ଶାସନରେ ଥିବା ବିଜେଡି ପଦୁଟିଏ ମୁହଁ ଖୋଲୁନଥିବା ଅଭିଯୋଗ ହୋଇଛି । ତେଣୁ ଏମାନେ ଗୋଟିଏ ମୁଦ୍ରାର ଦୁଇପାର୍ଶ୍ବ ବୋଲି ମଧ୍ୟ କହିଛି କଂଗ୍ରେସ । ସେହିପରି କେନ୍ଦ୍ରର ମୋଦିଙ୍କ ନେତୃତ୍ବାଧୀନ ସରକାରର ତ୍ରୁଟିପୂର୍ଣ୍ଣ ନୀତି ସମ୍ପର୍କରେ ମଧ୍ୟ ସାଧରଣ ଲୋକଙ୍କୁ ଦଳ ପକ୍ଷୁରୁ ବୁଝାଯାଇଥିଲା । ଆଜିର ଏହି ପ୍ରତିବାଦ ଶୋଭାଯାତ୍ରାର ନେତୃତ୍ବର ଛାତ୍ର କଂଗ୍ରେସ ସଭାପତି ୟାସୀର ନଓ୍ବାଜ ନେଇଥିବାବେଳେ କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ ସମେତ ଦଳର ପ୍ରମୁଖ ନେତା ଓ ଛାତ୍ରନେତା ମଧ୍ୟ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.