ETV Bharat / city

ନୟାଗଡ ନାବାଳିକା ହତ୍ୟା ମାମଲା: ବିଜେଡି କହିଲା ସତ୍ୟର ଜୟ ହୋଇଛି, ଜବାବ ରଖିଲା ବିଜେପି

author img

By

Published : Feb 18, 2021, 8:05 PM IST

ନୟାଗଡ ନାବାଳିକା ଅପହରଣ ଓ ହତ୍ୟା ମାମଲା ନେଇ ବିଜେପି-ବିଜେଡି କଳି । ଅଧିକ ପଢନ୍ତୁ...

ନୟାଗଡ ନାବାଳିକା ହତ୍ୟା ମାମଲା: ବିଜେଡି କହିଲା ସତ୍ୟର ଜୟ
ନୟାଗଡ ନାବାଳିକା ହତ୍ୟା ମାମଲା: ବିଜେଡି କହିଲା ସତ୍ୟର ଜୟ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ନୟାଗଡ ନାବାଳିକା ଅପହରଣ ଓ ହତ୍ୟା ମାମଲାକୁ ନେଇ ମତ ରଖିଛନ୍ତି ବିଜେଡି ବିଧାୟକ ଉମା ସାମନ୍ତରାୟ । ସେ କହିଛନ୍ତି, ଏହି ମାମଲାରେ ସତ୍ୟର ଜୟ ହେଇଛି । ଭାରତୀୟ ଜନତା ପାର୍ଟିର ଉଦ୍ଦେଶ୍ୟ କେବଳ ସରକାରଙ୍କୁ ବଦନାମ କରିବା । ଆଗରୁ କଂଗ୍ରେସ ସମୟରେ ଶୋଷଣ ଚାଲିଥିଲା । ତା ପରେ ବିଜେପି ସମୟରେ ଚାଲିଲା ଭାଷଣ ଆଉ ଏବେ ନବୀନ ସମୟରେ ଚାଲିଛି ନିର୍ମାଣ ।

ନୟାଗଡ ନାବାଳିକା ହତ୍ୟା ମାମଲା: ବିଜେଡି କହିଲା ସତ୍ୟର ଜୟ
ଅନ୍ୟପଟେ ଏହାର ଜବାବରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, ନିଜେ ରାଜ୍ୟ ସରକାର କ୍ଷମା ମାଗନ୍ତୁ, ଏସଆଇଟି ଭୁଲ ତଥ୍ୟ ଦେଇଛନ୍ତି, ମିଥ୍ୟା ଆଫିଡେଭିଟ ପାଇଁ କ୍ଷମା ମାଗନ୍ତୁ । କେବଳ ସରକାର ମନ୍ତ୍ରୀଙ୍କୁ ଘୋଡାଇବା ପାଇଁ ଏଭଳି ନାଟକ କରୁଛନ୍ତି ।

ଭୁବନେଶ୍ୱରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.