ETV Bharat / city

ଘୋଷଯାତ୍ରା ଅବସରରେ ବାହାରିନ ଓଡ଼ିଆ ସମାଜ ପକ୍ଷରୁ ଭଜନ ସନ୍ଧ୍ୟା

author img

By

Published : Jul 13, 2021, 9:11 PM IST

ଘୋଷଯାତ୍ରା ଅବସରରେ ବାହାରିନ ଓଡ଼ିଆ ସମାଜ ଓ ଇସ୍କନ ମିଳିତ ଭାବେ ରଥଯାତ୍ରା ଭଜନ ସନ୍ଧ୍ୟା ୱେବ ଜରିଆରେ ଆୟୋଜିତ କରିଛନ୍ତି । ଅଧିକ ପଢନ୍ତୁ...

ଘୋଷଯାତ୍ରା ଅବସରରେ ବାହରିନ ଓଡ଼ିଆ ସମାଜ ପକ୍ଷରୁ ଭଜନ ସନ୍ଧ୍ୟା
ଘୋଷଯାତ୍ରା ଅବସରରେ ବାହରିନ ଓଡ଼ିଆ ସମାଜ ପକ୍ଷରୁ ଭଜନ ସନ୍ଧ୍ୟା

ଭୁବନେଶ୍ବର: ବାହାରିନ ଓଡ଼ିଆ ସମାଜ ଓ ଇସ୍କନ ମିଳିତ ଭାବେ ଘୋଷଯାତ୍ରା ଅବସରରେ ୱେବ ଜରିଆରେ ରଥଯାତ୍ରା ଭଜନ ସନ୍ଧ୍ୟା ଆୟୋଜିତ କରିଛନ୍ତି । ଏହି ଭଜନ ସନ୍ଧ୍ୟା ପାଇଁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଚଳଛବି ମାଧ୍ୟମରେ ତାଙ୍କର ଆର୍ଶୀବଚନ ପ୍ରଦାନ କରିଥିବାବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶା ବିଧାନସଭା ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର, ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଛନ୍ତି ।

ଘୋଷଯାତ୍ରା ଅବସରରେ ବାହରିନ ଓଡ଼ିଆ ସମାଜ ପକ୍ଷରୁ ଭଜନ ସନ୍ଧ୍ୟା
ଘୋଷଯାତ୍ରା ଅବସରରେ ବାହରିନ ଓଡ଼ିଆ ସମାଜ ପକ୍ଷରୁ ଭଜନ ସନ୍ଧ୍ୟା
ଘୋଷଯାତ୍ରା ଅବସରରେ ବାହରିନ ଓଡ଼ିଆ ସମାଜ ପକ୍ଷରୁ ଭଜନ ସନ୍ଧ୍ୟା

ବାହାରିନରେ ଅବସ୍ଥାପିତ ଭାରତ ରାଷ୍ଟ୍ରଦୂତ ପୀୟୂଷ ଶ୍ରୀବାସ୍ତବଙ୍କ ପ୍ରତିନିଧି ଇଜହାସ ଇସଲାମ, ଭିଏତନାମରେ ଅବସ୍ଥାପିତ ବାଣିଜ୍ୟ ରାଜଦୂତ ମଦନ ମୋହନ ସେଠୀ, ଲଳିତ କଳା ଏକାଡେମୀ ଅଧ୍ୟକ୍ଷ ତଥା ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ବିଶିଷ୍ଟ କଣ୍ଠଶିଳ୍ପୀ ସୁସ୍ମିତା ଦାସ, ଲଳିତ କୃଷ୍ଣ ମହାପାତ୍ର, ଓଡିଶୀ ନୃତ୍ୟାଙ୍ଗନା ସୋନାଲିକା ଓ ଶ୍ରୀନିକା, ଶାଶ୍ୱତ ଯୋଶୀ ପ୍ରମୁଖ ଯୋଗଦେଇ ବାହରିନ ଓଡ଼ିଆ ସମାଜର ଏହି ବିଶ୍ୱଭ୍ରାତୃତ୍ୱ ବାର୍ତ୍ତାବହନ କରୁଥିବା ଉଦ୍ୟମ ପ୍ରତି ଶୁଭେଛା ଜଣାଇଛନ୍ତି ।

ପ୍ରାରମ୍ଭରେ ବାହରିନ ଓଡ଼ିଆ ସମାଜ ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜ ସ୍ୱାଗତ ସମ୍ଭାଷଣ ପ୍ରଦାନ କରି କହିଥିଲେ ଯେ ବିଗତ ୨୨ ବର୍ଷ ଧରି ବିଦେଶରେ ନିରବଛିନ୍ନ ଭାବେ ମହାପ୍ରଭୁଙ୍କ ରଥଯାତ୍ରା ପାଳନ କରି ଆସୁଛୁ । ଏଥିସହିତ ଜଗନ୍ନାଥ ଚେତନା ଓ ଦର୍ଶନ, ଓଡ଼ିଆ ଲୋକକଳା, ସଂସ୍କୃତି, ପରମ୍ପରାକୁ ବିଶ୍ଵବ୍ୟାପୀ ପ୍ରଚାର ପ୍ରସାର ଓ ସୁରକ୍ଷା କରିବାରେ ଗୁଣ୍ଡୁଚିମୂଷା ସଦୃଶ କାର୍ଯ୍ୟ କରିଆସୁଛୁ ।

ଏହି ଭଜନ ସନ୍ଧ୍ୟାରେ ଓଡ଼ିଶା ସମେତ ଆମେରିକା, ୟୁକେ, ଆୟରଲାଣ୍ଡ, ଜାପାନ, ଇଣ୍ଡୋନେସିଆ, ଥାଇଲାଣ୍ଡ, ମାଲେସିଆ, ମାଲଦୀପ, ଦୁବାଇ, କତାର, ଓମାନ, କୁଏତ, ଭିଏତନାମ, ଇଟାଲୀ ଆଦି ୨୦ଟି ଦେଶର ଜଗନ୍ନାଥ ପ୍ରେମୀ ଯୋଗ ଦେଇ ଭାବପୂର୍ଣ୍ଣ ଭଜନ ପରିବେଷଣ କରିଥିଲେ । ଏଥିସହିତ ଓଡ଼ିଶୀ, ରଣପା ଆଦି ଲୋକନୃତ୍ୟ ମଧ୍ୟ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମକୁ ଅରୁଣିତା ପ୍ରହରାଜ ଓ ମନୋଜ ମନ୍ମୟ ଉପସ୍ଥାପନ କରିଥିବାବେଳେ ରମେଶ ପାଣିଗ୍ରାହୀ, ଅମୀୟ ସ୍ୱାଇଁ, ସ୍ନେହାଞ୍ଜଳି ପାଣିଗ୍ରାହୀ, ସୁଦ୍ଦେଷ୍ନା ଦାସ, ତୃପ୍ତି ବଡ଼ପଣ୍ଡା, ସୋନାଲିକା ରାଉତ, ପ୍ରିୟା ଦାସ, ସୁବାସ କୁମାର ସାହୁ, ତନିମା ସ୍ୱାଇଁ, ତାପସ ରାଜ, ଧୀରେନ୍ଦ୍ର ଦାସ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ 'ବିଶ୍ବ ଓଡ଼ିଶା' ଭୁବନେଶ୍ୱର ସହଯୋଗ କରିଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.