ETV Bharat / city

ପିଏମ କୃଷି ସମ୍ମାନ ନିଧିରୁ ବଞ୍ଚିତ ଓଡିଶା ଚାଷୀ, ଜବାବ ମାଗିଲେ ବସନ୍ତ ପଣ୍ଡା

author img

By

Published : Mar 17, 2020, 4:54 PM IST

MP Basanta Panda
MP Basanta Panda

ରାଜ୍ୟର କେତେ ଚାଷୀ ପିଏମ କୃଷି ସମ୍ମାନ ନିଧି ପାଇଛନ୍ତି । ପାଇନଥିବା ଚାଷୀ କେବେ ପାଇବେ । ଯଦି ରାଜ୍ୟ ସରକାର ତାଲିକା ଦେଉନାହାଁନ୍ତି କେନ୍ଦ୍ର ସରକାର କଣ ପଦକ୍ଷେପ ନେଉଛନ୍ତି । ମଙ୍ଗଳବାର ଏମିତି ଢଙ୍ଗରେ କେନ୍ଦ୍ର ଠାରୁ ଜବାବ ମାଗିଛନ୍ତି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ନୂଆଦିଲ୍ଲୀ: ମଙ୍ଗଳବାର ଲୋକସଭା ପ୍ରଶ୍ନକାଳରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାକୁ ପ୍ରଶଂସା କରିବା ସହ ରାଜ୍ୟ ସରକାରଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଥିଲେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା। ଦେଶର ଅନ୍ନଦାତାଙ୍କ ପାଇଁ ପ୍ରଧାନମନ୍ତ୍ରୀ ଏକ ଭଲ ଯୋଜନା କରିଛନ୍ତି । ଯୋଜନା ଦ୍ବାରା ଦେଶର ବର୍ତ୍ତମାନ ସୁଦ୍ଧା 8 କୋଟି 69 ହଜାର ଚାଷୀଙ୍କୁ କିଷାନ ସମ୍ମାନ ଲାଭ ମିଳିଛି । କିନ୍ତୁ ଓଡିଶାରେ ଥିବା 53 ଲକ୍ଷ ଚାଷୀଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା 36 ଲକ୍ଷ ଚାଷୀଙ୍କୁ ଏହି ଯୋଜନାର ଲାଭ ମିଳିଛି । ସେହିଭଳି କଳାହାଣ୍ଡି ଲୋକସଭା କ୍ଷେତ୍ରରେ ଅଢେଇ ଲକ୍ଷ ଚାଷୀ ଅଛନ୍ତି । ସେମାନଙ୍କୁ ମଧ୍ୟ ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ କୃଷି ନିଧି ସମ୍ମାନ ମିଳିନାହିଁ ।

ଓଡିଶାର କେତେ ଚାଷୀ ପିଏମ କୃଷି ସମ୍ମାନ ନିଧି ପାଇଛନ୍ତି: ବସନ୍ତ ପଣ୍ଡା

ତେଣୁ କେବେ ମିଳିବ । ଏହାବାଦ ସାରା ରାଜ୍ୟରେ ପାଇନଥିବା ଚାଷୀଙ୍କୁ କେବେ ମିଳିବ ବୋଲି ବସନ୍ତ ପ୍ରଶ୍ନ କରିଥିଲେ ? ଯାହାର ଉତ୍ତରରେ ବିଭାଗୀୟ ରାଜ୍ୟମନ୍ତ୍ରୀ କହିଥିଲେ କିଷାନ ସମ୍ମାନ ପାଇଁ ରାଜ୍ୟ ସରକାର ଯେଉଁ ତଥ୍ୟ ଦେଉଛନ୍ତି ସେହି ତଥ୍ୟ ଆଧାରରେ କେନ୍ଦ୍ର ସରକାର ତୁରନ୍ତ ଅର୍ଥ ପ୍ରଦାନ କରୁଛନ୍ତି । ଏହାସହ ବିଭାଗୀୟ ଅଧିକାରୀ ମାନେ ନିରନ୍ତର ରାଜ୍ୟ ସରକାରଙ୍କ ସହ ସମ୍ପର୍କରେ ଅଛନ୍ତି ।

ଅନ୍ୟପଟେ ବସନ୍ତ ପଣ୍ଡା ଅତିରିକ୍ତ ପ୍ରଶ୍ନ କରି ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ଟାର୍ଗେଟ କରିବା ସହ ରାଜ୍ୟ ବିଧାନସଭାରେ 53 ଲକ୍ଷ ଚାଷୀଙ୍କୁ ଅର୍ଥ ଦେଇଥିବା କହୁଛନ୍ତି । କେନ୍ଦ୍ରକୁ କାହିଁକି ସମସ୍ତ ଚାଷୀଙ୍କ ତାଲିକା ଦେଇନାହାଁନ୍ତି । ଏନେଇ କେନ୍ଦ୍ର ସରକାର କଣ ପଦକ୍ଷେପ ନେଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସୌଜନ୍ୟ-ଲୋକସଭା ଟିଭି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.