ETV Bharat / city

ସୋମ୍ୟଙ୍କ ସୁଇସାଇଡ ନୋଟ ନେଇ ସନ୍ଦେହ, ଷ୍ଟେଟ ହ୍ୟାଣ୍ଡ ରାଇଟ ବ୍ୟୁରୋକୁ ପଠାଇଲା ପୋଲିସ

author img

By

Published : Feb 7, 2022, 7:18 AM IST

ରାଜଧାନୀରେ ମଡେଲ ସୋମ୍ୟଙ୍କ ସୁଇସାଇଡ ଘଟଣା । ତାଙ୍କ ହାତ ଲେଖା ସୁଇସାଇଡ ନୋଟକୁ ନେଇ ଏବେ ବଢ଼ିଛି ସନ୍ଦେହ । ତେଣୁ ପୋଲିସ ସୁଇସାଇଡ ନୋଟକୁ ଷ୍ଟେଟ ହ୍ୟାଣ୍ଡ ରାଇଟ ବ୍ୟୁରୋକୁ ପଠାଇଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

model soumya panigrahi commit suicide case in bhubaneswar
ସୌମ୍ୟଙ୍କ ସୁଇସାଇଡ ନୋଟକୁ ଷ୍ଟେଟ ହ୍ୟାଣ୍ଡ ରାଇଟ ବ୍ୟୁରୋକୁ ପଠାଗଲା

ଭୁବନେଶ୍ବର: ରାଜଧାନୀରେ ମଡେଲ ସୋମ୍ୟଙ୍କ ସୁଇସାଇଡ ଘଟଣା । ତାଙ୍କ ହାତ ଲେଖା ସୁଇସାଇଡ ନୋଟକୁ ନେଇ ଏବେ ବଢ଼ିଛି ସନ୍ଦେହ । ତେଣୁ ପୋଲିସ ସୁଇସାଇଡ ନୋଟକୁ ଷ୍ଟେଟ ହ୍ୟାଣ୍ଡ ରାଇଟ ବ୍ୟୁରୋକୁ ପଠାଇଥିବା ଜଣାପଡ଼ିଛି ।

ଭୁବନେଶ୍ବରରେ ପ୍ରେମିକା ପାଇଁ ପ୍ରେମିକ ମଡେଲର‌ ଆତ୍ମହତ୍ୟା ଘଟଣା । ସୌମ୍ୟ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ପୂର୍ବରୁ ଲେଖିଯାଇଥିବା ସୁଇସାଇଡ ନୋଟ ନେଇ ଏବେ ବଢୁଛି ସନ୍ଦେହ । ମିଳିଥିବା ସୁଇସାଇଡ ନୋଟଟି ତାଙ୍କର‌ ନା ଆଉ କାହାର ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହାର ତଦନ୍ତ ପୋଲିସ ସୁଇସାଇଡ ନୋଟଟିକୁ ଷ୍ଟେଟ ହ୍ୟାଣ୍ଡ ରାଇଟ ବ୍ୟୁରୋକୁ ପଠାଇଛି ।

ସୁଇସାଇଡ ନୋଟରେ ଉଲ୍ଲେଖ ଥିବା ଯୁବତୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପରିବାର ଲୋକେ ଦାବି କରିଛନ୍ତି । ଉକ୍ତ ଯୁବତୀଙ୍କୁ ତଦନ୍ତ ପରିସରକୁ ଆଣିଲେ ପୁରା ଘଟଣା ସାମ୍ନାକୁ ଆସିବ ବୋଲି ସେମାନେ କହିଛନ୍ତି । ହେଲେ ଏହି ଘଟଣାରେ ସୌମ୍ୟଙ୍କ ପ୍ରେମିକାଙ୍କୁ ପଚରାଉଚରା ନକରିବା ପୋଲିସ ତଦନ୍ତକୁ ନେଇ ପରିବାର ଲୋକେ ଆପତ୍ତି ଉଠାଇଛନ୍ତି । ଯାହା ଫଳରେ ମଡେଲ ତଥା ବ୍ୟବସାୟୀ ସୌମ୍ୟ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ସସପେନ୍ସ ଏବେ ରହସ୍ୟ ଘେରରେ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.