ETV Bharat / city

ପ୍ରଶ୍ନ କରିବାକୁ ଦେଲେନି ସୁଯୋଗ, କ୍ଷୁବ୍ଧ ବିଧାୟକ

author img

By

Published : Nov 22, 2019, 1:55 PM IST

ପ୍ରଶ୍ନକାଳରେ ପ୍ରଶ୍ନ ପଚାରିବାକୁ ସୁଯୋଗ ନ ମିଳିବାରୁ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ବାଚସ୍ପତିଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି। ପଢନ୍ତୁ ସମ୍ପୁର୍ଣ୍ଣ ଖବର...

ପ୍ରଶ୍ନ କରିବାକୁ ଦେଲେନି ସୁଯୋଗ, ବିଧାୟକ କ୍ଷୁବ୍ଧ

ଭୁବନେଶ୍ବର: ଆଜି (ଶୁକ୍ରବାର) ବିଧାନସଭା ଶୀତକାଳୀନ ଅଧିବେଶନର 9ମ ଦିନ। ସବୁଦିନ ଭଳି ଆଜି ବି ଗୃହକାର୍ଯ୍ୟ ଆରମ୍ଭ କରାଯାଇଥିଲା । ହେଲେ ପ୍ରଶ୍ନକାଳରେ ପ୍ରଶ୍ନ କରିବାକୁ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ନାମକୁ ବାଚସ୍ପତି ଡାକି ନଥିଲେ। ଫଳରେ ଉଭୟ ଗୃହରେ ତୁମ୍ବିତୋଫାନ କରିଥିଲେ।

ପ୍ରଶ୍ନ କରିବାକୁ ଦେଲେନି ସୁଯୋଗ, ବିଧାୟକ କ୍ଷୁବ୍ଧ

ଅନ୍ୟପଟେ ଗୃହକୁ ଅନ୍ୟଦିନ ଭଳି ମୁଲତବୀ କରାନଯାଇ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରାଯାଇଥିଲା। ଆଜି ପ୍ରଶ୍ନକାଳରେ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ଉପରେ ଆଲୋଚନା ଚାଲିଥିଲା। ଅତିରିକ୍ତ ପ୍ରଶ୍ନ ପଚାରିବାକୁ ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ ବାଚସ୍ପତି ସେମାନଙ୍କୁ ସୁଯୋଗ ଦେଇ ନଥିଲେ। ଯେଉଁଥି ପାଇଁ ଏହି ଦୁଇ ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲେ ।


ଚଳିତ ବିଧାନସଭାର ଶୀତକାଳୀନ ଅଧିବେଶନ 13 ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଏହା ଡିସେମ୍ବର 19 ପର୍ଯ୍ୟନ୍ତ ଚାଲିବ । ଅଧିବେଶନରେ ମୋଟ 30ଟି କାର୍ଯ୍ୟଦିବସ(25ସରକାରୀ ଏବଂ 5ଟି ବେସରକାରୀ) ରହିଥିବା ବେଳେ ପ୍ରଥମ ଦିନରେ ଅତିରିକ୍ତ ବଜେଟ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ । ଗତକାଲି ଥିଲା ବିଧାନସଭାର 8ମ ଦିନ। ଗୃହ ଆରମ୍ଭରୁ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ହୋହାଲ୍ଲା କରିଥିଲେ। ଫଳରେ ଗୃହକୁ ଚଲାଇବା ସମ୍ଭବ ହୋଇନଥିଲା। ସେଥିପାଇଁ ବାଚସ୍ପତି ବାରମ୍ବାର ଗୃହକୁ ମୁଲତବୀ କରିଥିଲେ।

ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ

ପ୍ରଶ୍ନ କରିନପାରି ବିଧାୟକ କ୍ଷୁବ୍ଧ

ଭୁବନେଶ୍ୱର () ବିଧାନସଭାର ପ୍ରଶ୍ନକାଳରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରଶ୍ନ ପଚାରିବାର ସୁଯୋଗ ନପାଇବାରି ବାଚସ୍ପତିଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ । ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ଉପରେ ଥିବା ପ୍ରଶ୍ନ ଆଲୋଚନରେ ଅତିରିକ୍ତ ପ୍ରଶ୍ନ ପଚାରିବାକୁ ଆଗ୍ରହ ପ୍ରକାଶ କରିଥିଲେ । କିନ୍ତୁ ବାଚସ୍ପତି ସେମାନଙ୍କୁ ସେ ସୁଯୋଗ ନଦେବାରୁ ଏହି ଦୁଇ ବିଧାୟକ ଅନସନ୍ତୋଷ ପ୍ରକାଶ କରିଥିଲେ । 

Please get the visual from question hour.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.