ETV Bharat / city

Mission Indradhanush: 12 ଜିଲ୍ଲାରେ ଆରମ୍ଭ ହେବ ମିଶନ ଇନ୍ଦ୍ରଧନୁଷ 4.0

author img

By

Published : Mar 5, 2022, 9:33 AM IST

ରାଜ୍ୟର 12ଟି ଜିଲ୍ଲାରେ ଆରମ୍ଭ ହେବ ମିଶନ ଇନ୍ଦ୍ରଧନୁଷ 4.0 ଟିକାକରଣ ଅଭିଯାନ 2022। ଏହି ଅଭିଯାନ ମାର୍ଚ୍ଚ ମାସ ଠାରୁ ମଇ ମାସ ପର୍ଯ୍ୟନ୍ତ ତିନୋଟି ପର୍ଯ୍ୟାୟରେ କରାଯିବ। ପ୍ରତ୍ୟେକ ପର୍ଯ୍ୟାୟ 7 ଦିନ ପର୍ଯ୍ୟନ୍ତ ଟିକାକରଣ କରାଯିବ । ଅଧିକ ପଢନ୍ତୁ

ମିଶନ ଇନ୍ଦ୍ରଧନୁଷ 4.0
ମିଶନ ଇନ୍ଦ୍ରଧନୁଷ 4.0

ଭୁବନେଶ୍ବର: ରାଜ୍ୟର 12 ଜିଲ୍ଲାରେ ଆରମ୍ଭ ହେବ ମିଶନ ଇନ୍ଦ୍ରଧନୁଷ 4.0 ଟିକାକରଣ ଅଭିଯାନ 2022। ଏହି ଅଭିଯାନ ମାର୍ଚ୍ଚ ମାସ ଠାରୁ ମଇ ମାସ ପର୍ଯ୍ୟନ୍ତ ତିନୋଟି ପର୍ଯ୍ୟାୟରେ କରାଯିବ। ପ୍ରତ୍ୟେକ ପର୍ଯ୍ୟାୟ 7 ଦିନ ପର୍ଯ୍ୟନ୍ତ ଟିକାକରଣ କରାଯିବ ।

ମିଶନ ଇନ୍ଦ୍ରଧନୁଷ 4.0 ଟିକାକରଣ ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି, ଆଦୌ କିମ୍ବା ଅଧାରୁ ଟିକା ନେଇନଥିବା ପ୍ରତ୍ୟେକ 0 ରୁ 2 ବର୍ଷ ମଧ୍ୟରେ ପିଲା ଓ ଗର୍ଭବତୀ ମହିଳାମାନଙ୍କର ତାଲିକା ପ୍ରସ୍ତୁତ କରାଯିବ। ସେମାନଙ୍କ ଟିକାକରଣ କରିବା, ଯାହା ଦ୍ଵାରା ନିୟମିତ ଟିକାକରଣ କାର୍ଯ୍ୟକ୍ରମ ସଶକ୍ତ ହୋଇପାରିବ । ଏନଏଫଏଚଏସ 5 (2020-2021 ମସିହା) ଅନୁଯାୟୀ ଓଡିଶା ରାଜ୍ୟର ସଂପୂର୍ଣ୍ଣ ଟିକାକରଣ ଆକଳନ ହେଉଛି 90.5 ପ୍ରତିଶତ। ଯାହାକି ଦେଶର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ।

ସୂଚନା ଅନୁଯାୟୀ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଭାରତ ସରକାର ଓଡିଶାର 12 ଟି ଜିଲ୍ଲାକୁ ମିଶନ ଇନ୍ଦ୍ରଧନୁଷ 4.0 ଟିକାକରଣ ଅଭିଯାନ 2022 ପାଇଁ ଚିହ୍ନଟ କରିଛନ୍ତି । ସେହି ଜିଲ୍ଲା ଗୁଡିକ ହେଉଛି କଟକ, ଗଞ୍ଜାମ, ଯାଜପୁର, ଝାରସୁଗୁଡୀ, କେନ୍ଦ୍ରାପଡା, କେନ୍ଦୁଝର, କୋରାପୁଟ, ଖୋର୍ଦ୍ଧା, ମାଲକାନଗିରି, ମୟୂରଭଞ୍ଜ, ସମ୍ବଲପୁର, ସୁନ୍ଦରଗଡ ଏବଂ 5ଟି ମହାନଗର ନିଗମ । ମିଶନ ଇନ୍ଦ୍ରଧନୁଷ 4.0 ଟିକାକରଣ ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ପ୍ରଶିକ୍ଷଣ, ଆଶା ଓ ଅଙ୍ଗନବାଡି କର୍ମୀଙ୍କ ଦ୍ଵାରା ମୁଣ୍ଡଗଣତି, ସ୍ଵାସ୍ଥ୍ୟ ଉପ କେନ୍ଦ୍ରର ଆକଳନ, ଟିକା ଓ ଅନ୍ୟାନ୍ୟ ଜିନିଷପତ୍ରର ସଠିକ ଯୋଗାଣ, ନିରୀକ୍ଷଣ ଓ ରିପୋର୍ଟ ପ୍ରଦାନ ।

ଏଥିପାଇଁ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ଜରିଆରେ ଏବଂ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ ପ୍ରତିଟି କାର୍ଯ୍ୟର ତଦାରଖ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଶ୍ବସ୍ତରୀୟ ସଂଗଠନ ଯଥା ୟୁନିସେଫ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ଜେଏସଆଇ ଓ ୟୁଏନଡିପି ସହଯୋଗର ହାତ ବଢାଇଛନ୍ତି ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ କୁମାର ପାଣିଗ୍ରାହୀ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.