ETV Bharat / city

ସହାୟତା କଲା ବାହାରିନ ଓଡ଼ିଆ ସମାଜ, 9 ମାସ ପରେ ଜନ୍ମମାଟିକୁ ଫେରିଲେ 2 ପ୍ରବାସୀ

author img

By

Published : Aug 15, 2022, 10:26 AM IST

Updated : Aug 15, 2022, 10:45 AM IST

ସାଉଦି ଆରବରେ ଅଟକ ଥିବା 2 ପ୍ରବାସୀ ଓଡ଼ିଆ ଶ୍ରମିକ ଓଡିଶାକୁ ଫେରିଛନ୍ତି । ବାହାରିନ ଓଡ଼ିଆ ସମାଜ ସହାୟତାରେ 9 ମାସ ପରେ ଜନ୍ମମାଟିକୁ ଫେରିଛନ୍ତି ଏହି 2 ପ୍ରବାସୀ ଓଡ଼ିଆ । କମ୍ପାନୀ କର୍ତ୍ତୃପକ୍ଷ ଦୀର୍ଘଦିନ ଧରି କୌଣସି ପାରିଶ୍ରମିକ ନ ଦେଇ ସେମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ଅଧିକ ପଢନ୍ତୁ

ବାହାରିନ ଓଡ଼ିଆ ସମାଜ ସହାୟତାରେ 9 ମାସ ପରେ ଜନ୍ମମାଟିକୁ ଫେରିଲେ 2 ପ୍ରବାସୀ
ବାହାରିନ ଓଡ଼ିଆ ସମାଜ ସହାୟତାରେ 9 ମାସ ପରେ ଜନ୍ମମାଟିକୁ ଫେରିଲେ 2 ପ୍ରବାସୀ

ଭୁବନେଶ୍ବର: ଜନ୍ମ ମାଟିକୁ ଫେରିଲେ ସାଉଦି ଆରବରେ ଅଟକ ରହିଥିବା 2 ପ୍ରବାସୀ ଓଡ଼ିଆ ଶ୍ରମିକ । ବାହାରିନ ଓଡ଼ିଆ ସମାଜ ସହାୟତାରେ 9 ମାସ ପରେ ଜନ୍ମମାଟିକୁ ଫେରିଛନ୍ତି ଏହି 2 ପ୍ରବାସୀ ଓଡ଼ିଆ । ସାଉଦି ଆରବରୁ ଫେରିଥିବା 2 ଶ୍ରମିକ ହେଲେ ମହମ୍ମଦ ଜାଲାଲୁଦ୍ଦିନ ଏବଂ ଶେଖ ଇମ୍ରାନ । ସେମାନେ ସାଉଦିଆରବରୁ ଭାୟା ଦିଲ୍ଲୀ ଦେଇ କୋଲକାତା ଆସିଛନ୍ତି । ସେଠାରୁ ଯାଜପୁର ଫେରିଛନ୍ତି । ସୁରକ୍ଷିତ ଉଦ୍ଧାର ଉଭୟଙ୍କୁ ଉଦ୍ଧାର କରିଥିବା ଗ୍ଲୋବାଲ ଓଡ଼ିଆ ଡାଏସ୍ପୋରାର ନିର୍ଦ୍ଦେଶକ ତଥା ବିଶ୍ବ ଓଡ଼ିଶା ସଦ୍ଭାବନା ରାଷ୍ଟ୍ରଦୂତ ଡ. ଅରୁଣ କୁମାର ପ୍ରହରାଜଙ୍କୁ ଧନ୍ୟବାଦ ଜଣାଇଛନ୍ତି ଉଭୟେ ।

ଅଧିକ ରୋଜଗାର, ବିଦେଶ ନିଯୁକ୍ତି ଆଦି ସ୍ବପ୍ନ ନେଇ 5 ଓଡ଼ିଆ ଯୁବକ ସାଉଦି ଯାଇଥିଲେ । ଓଡ଼ିଆ ଶ୍ରମିକମାନେ ସାଉଦିରେ ଏକ ଘରୋଇ କମ୍ପାନୀରେ ନିଯୁକ୍ତ ହୋଇଥିଲେ । କମ୍ପାନୀ କର୍ତ୍ତୃପକ୍ଷ ଦୀର୍ଘଦିନ ଧରି କୌଣସି ପାରିଶ୍ରମିକ ନ ଦେଇ ସେମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ଏହାର ପ୍ରତିବାଦ କରିବାରୁ ସେମାନଙ୍କୁ ମିଥ୍ୟା ମାମଲାରେ ଛନ୍ଦି ଅଟକ ରଖାଯାଇଥିଲା । ସେମାନଙ୍କ ମଧ୍ୟରୁ 3 ଜଣଙ୍କୁ ନିଯୁକ୍ତିଦାତା କମ୍ପାନୀ ଦ୍ବାରା ପଳାୟନ ଘୋଷିତ କରାଯାଇଥିଲା ।

ସହାୟତା କଲା ବାହାରିନ ଓଡ଼ିଆ ସମାଜ, 9 ମାସ ପରେ ଜନ୍ମମାଟିକୁ ଫେରିଲେ 2 ପ୍ରବାସୀ

ତେବେ ସେହି 3 ଜଣ ଫେବୃଆରୀ ପହିଲାରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇ ଓଡ଼ିଶା ଫେରି ଆସିଥିଲେ । ଅନ୍ୟପଟେ 2 ଜଣ ଶ୍ରମିକ ମହମ୍ମଦ ଜାଲାଲୁଦ୍ଦିନ ଏବଂ ଶେଖ ଇମ୍ରାନ ସାଉଦିରେ ଫସି ରହିଥିଲେ । ଉଭୟଙ୍କୁ ମିଛ ମାମଲାରେ ପୋଲିସ ଅଟକ ରହିଥିଲା । ଏ ସମ୍ପର୍କରେ ସୂଚନା ପାଇବା ପରେ ସେହି 2 ଜଣଙ୍କୁ ଉଦ୍ଧାର କରିବାକୁ ଗ୍ଲୋବାଲ ଓଡ଼ିଆ ଡାଏସ୍ପୋରାର ନିର୍ଦ୍ଦେଶକ ତଥା ବିଶ୍ବ ଓଡ଼ିଶା ସଦ୍ଭାବନା ରାଷ୍ଟ୍ରଦୂତ ଡ. ଅରୁଣ କୁମାର ପ୍ରହରାଜ ପ୍ରୟାସ କରିଥିଲେ । ଡ.ଅରୁଣ ଭାରତୀୟ ଦୂତାବାସ ଓ ଅନ୍ୟାନ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ଯୋଗସୂତ୍ର ରକ୍ଷାକରି ଶ୍ରମିକମାନଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ବାହାରିନରେ ଫସିଛନ୍ତି ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ ଆକୁଳ ନିବେଦନ

ଦୀର୍ଘ ସମୟର ଉଦ୍ୟମ ପରେ ଭାରତ ଏବଂ ସାଉଦି ଆରବର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ, ସାଉଦି ଆରବରେ ଥିବା ଭାରତୀୟ ଦୂତାବାସ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସହ ଆଲୋଚନା କରି ଏହି କୂଟନୈତିକ ସଫଳତା ଲାଭ ହୋଇଥିଲା । ଉଦ୍ଧାର ଶ୍ରମିକଙ୍କୁ ଜେଡ୍ଡାରେ ଥିବା ଭାରତୀୟ ଦୂତାବାସ ଦ୍ବାରା ଏକଜିଟ୍ ପାସ୍ ଯୋଗେଇ ଦିଆଯାଇଥିଲା । ଉଦ୍ଧାର ହେବାରେ ସାହାଯ୍ୟ କରିଥିବା ଅରୁଣ ପ୍ରହାରାଜ, ଭାରତୀୟ ଦୂତାବାସ ଏବଂ ମିଡିଆକୁ ସେମାନେ କୃତଜ୍ଞତା ଜଣାଇଛନ୍ତି ।

ଡକ୍ଟର ଅରୁଣ ପ୍ରହରାଜ କହିଛନ୍ତି ଯେ, ‘‘ଏହା ଅନ୍ୟାୟ ଓ ଅସତ୍ୟ ଉପରେ ଏକ ବଡ଼ ବିଜୟ । ବିଦେଶୀ ନିଯୁକ୍ତି ନେବା ପୂର୍ବରୁ ସମସ୍ତ ପ୍ରବାସୀ ଶ୍ରମିକମାନେ ବିଦେଶୀ ନିଯୁକ୍ତିଦାତାଙ୍କ ବିଷୟରେ ସଠିକ୍ ସୂଚନା ପ୍ରତି ଯତ୍ନବାନ ହେବା ଆବଶ୍ୟକ । ପ୍ରତ୍ୟେକ ନିଯୁକ୍ତି ଚୁକ୍ତି ପାଇଁ ଭାରତ ସରକାର, ଦୂତାବାସ ଏବଂ ନିଯୁକ୍ତିଦାତାଙ୍କ ସହିତ ବାଧ୍ୟତାମୂଳକ ଚୁକ୍ତିନାମା ସ୍ବାକ୍ଷର କରି ସେମାନଙ୍କୁ ସୁରକ୍ଷା ଦେବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନେବା ଆବଶ୍ୟକ’’ । ଏହା ଅସାଧୁ ସଂଗଠନଗୁଡିକ ପାଇଁ ଏକ ପ୍ରତିବନ୍ଧକ ଭାବରେ କାର୍ଯ୍ୟ କରିବ । ବିଦେଶୀ ମାଟିରେ ପ୍ରବାସୀ ଶ୍ରମିକଙ୍କ ସାହାଯ୍ୟ କରିବାକୁ ମାମଲା ଦାୟର କରିବାକୁ ଭାରତୀୟ ଦୂତାବାସକୁ ଆଇନଗତ ଅଧିକାର ଦେବାକୁ ସେ ଦାବି କରିଛନ୍ତି ।

ଇଟିଭି ଭାରତ,ଭୁବନେଶ୍ବର

Last Updated : Aug 15, 2022, 10:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.