ETV Bharat / city

ଆସନ୍ତା ୧୨ ତାରିଖରୁ ସକ୍ରିୟ ହେବ କାଳବୈଶାଖୀ

author img

By

Published : Jun 10, 2022, 9:34 PM IST

ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ମୌସୁମୀ ପାଇଁ ସେଭଳି କିଛି ଅନୁକୂଳ ସ୍ଥିତି ଦେଖାଯାଉନାହିଁ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ । ଅଧିକ ପଢନ୍ତୁ

ଆସନ୍ତା ୧୨ ତାରିଖରୁ ସକ୍ରିୟ ହେବ କାଳବୈଶାଖୀ
ଆସନ୍ତା ୧୨ ତାରିଖରୁ ସକ୍ରିୟ ହେବ କାଳବୈଶାଖୀ

ଭୁବନେଶ୍ବର: ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ମୌସୁମୀ ପାଇଁ ସେଭଳି କିଛି ଅନୁକୂଳ ସ୍ଥିତି ଦେଖାଯାଉନାହିଁ । ପ୍ରତିବର୍ଷ ଜୁନ ୧୧ ତାରିଖରେ ମୌସୁମୀ ଓଡ଼ିଶାରେ ଅଗ୍ରସର ହୋଇଥାଏ । ମାତ୍ର ଚଳିତ ବର୍ଷ ମୌସୁମୀ ବିଳମ୍ବରେ ଆସିପାରେ ବୋଲି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

ଆସନ୍ତା ୧୨ ତାରିଖରୁ ସକ୍ରିୟ ହେବ କାଳବୈଶାଖୀ

ଗତ ୨୪ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ୪୫ ରୁ ଅଧିକ ତାପମାତ୍ରା ରହିଥିବା ବେଳେ ଆଜି ଉପକୂଳ ଓଡିଶାରେ ମେଘୁଆ ପାଗ ରହିଛି । କାରଣ ଉପକୂଳ ଓଡିଶାରେ ମେଘଖଣ୍ଡର ପ୍ରଭାବରେ ଏଭଳି ପାଗ ଅନୁଭୂତ ହେଉଛି । ତେବେ ଝାଡ଼ଖଣ୍ଡ ଓ ପଶ୍ଚିମ ଓଡ଼ିଶାରେ କାଳବୈଶାଖୀ ସକ୍ରିୟ ଥିବାରୁ ସେଠାରୁ ଯେଉଁ ବିସ୍ଥାପିତ ମେଘଖଣ୍ଡ ଆସୁଛି ତା ପ୍ରଭାବରେ ଉପକୂଳ ଓଡ଼ିଶାର କେତୋଟି ସ୍ଥାନରେ ମେଘୁଆ ପାଗ ସହ ହାଲକା ଓ ମଧ୍ୟମ ଧରଣର ବର୍ଷ ହେବାର ସମ୍ଭାବନା ରହିଛି ।

କାଳବୈଶାଖୀ ସକ୍ରିୟା ହେବାକୁ ନେଇ ଯଦିଓ କାଲିଠୁ ଅଳ୍ପ ତାପମାତ୍ରା କମିବ। ପୁଣି ରାଜ୍ୟରେ ପ୍ରାକ ମୌସୁମୀର ଆଗମନ ପର୍ଯ୍ୟନ୍ତ ଗରମ ଅନୁଭୂତ ହେବ । ଅନେକ ସହରରେ ୪୨ ଡିଗ୍ରୀରୁ ଊର୍ଦ୍ଧ୍ବ ତାପମାତ୍ରା ରହିବ । ଏହାସହ ଆଦ୍ରତାର ପରିଵାର ହେତୁ ଅଧିକା ଗୁଳୁଗୁଳି ହେଉଥିବା କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.