ETV Bharat / city

ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା, ଘଣ୍ଟା ପ୍ରତି ୬ କିମି ବେଗରେ ଗତି କରୁଛି ଅସାନି

author img

By

Published : May 11, 2022, 2:15 PM IST

ଧିରେ ଧିରେ ଦୁର୍ବଳ ହେଉଛି ବାତ୍ୟା ଅସାନି। ଆଜି(ବୁଧବାର) ସକାଳୁ ଭୀଷଣ ବାତ୍ଯାରୁ ବାତ୍ଯାରେ ପରିଣତ ହୋଇଛି। ଏହା ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଅଧିକ ପଢନ୍ତୁ

ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା, ଘଣ୍ଟା ପ୍ରତି ୬ କିମି ବେଗରେ ଗତି କରୁଛି ଅସାନି
ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା, ଘଣ୍ଟା ପ୍ରତି ୬ କିମି ବେଗରେ ଗତି କରୁଛି ଅସାନି

ଭୁବନେଶ୍ବର: ଧିରେ ଧିରେ ଦୁର୍ବଳ ହେଉଛି ବାତ୍ୟା ଅସାନି। ଆଜି(ବୁଧବାର) ସକାଳୁ ଭୀଷଣ ବାତ୍ଯାରୁ ବାତ୍ଯାରେ ପରିଣତ ହୋଇଛି। ଏହା ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ।

ଗୋପାଳପୁର ଠାରୁ ୫୩୦ କିଲୋମିଟର ଦୂରରେ ରହିଥିବାବେଳେ ପୁରୀଠାରୁ ୬୪୦ କିଲୋମିଟର ଦୂରରେ ରହିଛି। ଗତକାଲି(ମଙ୍ଗଳବାର) ଉପକୂଳ ଓଡିଶାରେ ଅଧିକ ବର୍ଷା ରେକର୍ଡ କରାଯାଇଛି। ପୁରୀ, ଗଜପତି, ଖୋର୍ଦ୍ଧା କଟକ ପାରଳାଖେମୁଣ୍ଡିରେ ବର୍ଷା ଆରମ୍ଭ ହେଇଛି।ତେବେ ଏହାର ପ୍ରଭାବରେ ଆଜି ପାଇଁ ଉପକୂଳରେ ପ୍ରବଳ ବର୍ଷା ସହ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ଭୁବନେଶ୍ୱରରେ ୩୬.୪, ସର୍ବାଧିକ ଖୋର୍ଦ୍ଧାରେ ୭୧ ମିମି, ବାଲେଶ୍ୱରରେ ୧୩.୪ ମିମି ଓ ଗଜପତି ୩୧.୪ ମିମି ବର୍ଷା ରେକର୍ଡ ହୋଇଛି।

ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା, ଘଣ୍ଟା ପ୍ରତି ୬ କିମି ବେଗରେ ଗତି କରୁଛି ଅସାନି

ସେହିପରି ଆଭ୍ଯନ୍ତରୀଣ ଓଡିଶା କନ୍ଧମାଳ, ମାଲକାନଗିରି ଓ ରାୟଗଡାରେ ବର୍ଷାର ସମ୍ଭାବନା ରହିଛି। ଏହା ଧିରେ ଧିରେ ଦୁବର୍ଳ ବାତ୍ଯା କିଛି ଘଣ୍ଟା ମଧ୍ୟରେ ତାର ଗତିପଥକୁ ବଦଳାଇ ଆନ୍ଧ୍ରପ୍ରଦେଶର ନସରପୁର, ୟନମ, କାକିନାଡ଼ା, ଟୁନି, ବିଶାଖାପାଟନମ ଦେଇ ଗତିକରିବ । ଆଜି ରାତି ପରଠାରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ସମୁଦ୍ରରେ ଉତ୍ତର ଆନ୍ଧ୍ର ଉପକୂଳ ମଧ୍ୟରେ ପଶିବ । ଆଜି ମଧ୍ୟାହ୍ନ ପରଠାରୁ ସ୍ଥଳଭାଗ ଛୁଇଁବା ଆରମ୍ଭ କରିବ। ଆସନ୍ତାକାଲି ଦୁର୍ବଳ ହୋଇ ଅବପାତ ହେବ । ଓଡିଶା ମୁହାଁ ହେଲାବେଳକୁ ଏହା ଆହୁରି ଦୁର୍ବଳ ହୋଇଯିବ । ସ୍ଥଳଭାଗ ଛୁଇଁବା ପରେ ଜଳୟବାଷ୍ପ କମିବ। ଏଣୁ ବର୍ଷାର ପରିମାଣ କମିବ। ୧୨ ତାରିଖ ରାତି ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।



ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.