ETV Bharat / city

ଆସୁଛି ଆଉ ଏକ ଲଘୁଚାପ, ଜିଲ୍ଲାପାଳଙ୍କୁ ଏସଆରସିଙ୍କ ସତର୍କ ଚିଠି

author img

By

Published : Oct 16, 2020, 6:51 PM IST

Updated : Oct 16, 2020, 9:01 PM IST

ଆସନ୍ତା 19ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ । ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ଆଗୁଆ ସତର୍କ କରାଇଲେ ଏସଆରସି । ଅଧିକ ପଢନ୍ତୁ...

ଆସୁଛି ଲଘୁଚାପ ଆଉ ଏକ ଲଘୁଚାପ
ଆସୁଛି ଲଘୁଚାପ ଆଉ ଏକ ଲଘୁଚାପ

ଭୁବନେଶ୍ବର: ଆସନ୍ତା 19ରେ ଆଉ ଏକ ଲଘୁଚାପ ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ବିପଦ ଥିବା ଜିଲ୍ଲାଗୁଡିକୁ ଚିଠି ଲେଖିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ଲଘୁଚାପ ପ୍ରଭାବରେ ରାଜ୍ୟରେ 19 ରୁ 21 ପ୍ରବଳ ବର୍ଷା ହେବ ।

ଆସୁଛି ଆଉ ଏକ ଲଘୁଚାପ, ଜିଲ୍ଲାପାଳଙ୍କୁ ଏସଆରସିଙ୍କ ସତର୍କ ଚିଠି

ତେବେ ଦକ୍ଷିଣ ଓଡିଶାରେ ଲଘୁଚାପର ପ୍ରଭାବ ଅଧିକ ଥିବାରୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଚିଠି ଲେଖିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଉକ୍ତ ଜିଲ୍ଲାଗୁଡିକୁ ଆଗୁଆ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । ତେବେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି ।

ଆସୁଛି ଲଘୁଚାପ ଆଉ ଏକ ଲଘୁଚାପ
ଆସୁଛି ଲଘୁଚାପ ଆଉ ଏକ ଲଘୁଚାପ

ତେଣୁ ନଦୀରେ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା ରହିଛି । ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହେବା ନେଇ ମଧ୍ୟ ଆଶଙ୍କା କରାଯାଉଛି । ତେଣୁ ଏସଆରସି ଆଗୁଆ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନିଷେଧ କରାଯାଇଛି । ଅନ୍ୟପଟେ ଗଞ୍ଜାମ ଓ ଗଜପତିକୁ ରେଡ୍ ଆଲର୍ଟ ଜାରି ହୋଇ ଥିବାବେଳେ ପାଖ ଜିଲ୍ଲାଗୁଡିକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଆସୁଛି ଲଘୁଚାପ ଆଉ ଏକ ଲଘୁଚାପ
ଆସୁଛି ଲଘୁଚାପ ଆଉ ଏକ ଲଘୁଚାପ

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Oct 16, 2020, 9:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.