ETV Bharat / city

Lingaraj Rukunarath Yatra: ଗଡିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ, ମହାଆନନ୍ଦରେ ରଥକୁ ଟାଣୁଛନ୍ତି ଭକ୍ତଗଣ

author img

By

Published : Apr 9, 2022, 3:25 PM IST

Updated : Apr 9, 2022, 5:13 PM IST

ନୀତି ନିର୍ଘଣ୍ଟ ଅନୁସାରେ ପ୍ରଭୁ ଲିଙ୍ଗରାଜଙ୍କ ପହଣ୍ଡି ସରିଲା । ରଥାରୂଢ ହେଲେ ପ୍ରଭୁ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ଶେଖର ଗୋବିନ୍ଦ ଓ ରୁକ୍ମୁଣୀ । ଅଧିକ ପଢନ୍ତୁ

ସରିଲା ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ପହଣ୍ଡି
ସରିଲା ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ପହଣ୍ଡି

ଭୁବନେଶ୍ବର: ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା ବା ଅଶୋକାଷ୍ଟମୀ । ଦିର୍ଘ ୨ ବର୍ଷ ପରେ ଭକ୍ତ-ଭଗବାନଙ୍କ ମିଳନ ହେବ । ସମସ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ । ଦାଣ୍ଡରେ ଗଡିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ, ଆଉ ବିନା ବାଧକରେ ପଥରେ ରଥ ଦଉଡିକୁ ଟାଣି ନେବ ଭକ୍ତ । ନିର୍ଦ୍ଧାରିତ ସମୟର ଘଣ୍ଟାଏ ବିଳମ୍ବରେ ଆରମ୍ଭ ହେଲା ରଥଟଣା ।

Lingaraj Rukunarath Yatra: ସରିଲା ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ପହଣ୍ଡି

ନୀତି ନିର୍ଘଣ୍ଟ ଅନୁସାରେ ରଥରେ ରଥାରୁଢ ହୋଇସାରିଛନ୍ତି ପ୍ରଭୁ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ଶେଖର ଗୋବିନ୍ଦ ଓ ରୁକ୍ମୁଣୀ । ପହଣ୍ଡି ଶେଷ ହୋଇ ଥିବାବେଳେ କରି ଶଙ୍ଖ ଘଣ୍ଟ ଘଣ୍ଟା, ହରିବୋଲ ଓ ହୁଳହୁଳି ଧ୍ବନିରେ ଆସି ରଥରେ ବିରାଜ କରିଛନ୍ତି । ଗଡିବ ପ୍ରଭୁ ଲିଙ୍ଗରାଜଙ୍କ ଅଣଲେଉଟା ରୁକୁଣା ରଥ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । ସାଧାରଣ ଦର୍ଶନ ପରେ ଲିଙ୍ଗରାଜଙ୍କ ରଥର ନିତୀକାନ୍ତି ସରିବା ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହେବ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated :Apr 9, 2022, 5:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.