ETV Bharat / city

Covid Scare: 3 ଦିନ ପାଇଁ ଲୋକାୟୁକ୍ତ କାର୍ଯ୍ୟାଳୟ ବନ୍ଦ

author img

By

Published : Jan 18, 2022, 9:31 PM IST

Updated : Jan 18, 2022, 9:39 PM IST

ଲୋକାୟୁକ୍ତ କାର୍ଯ୍ୟାଳୟ ତିନି ଦିନ ସାମୟିକ ଭାବେ ବନ୍ଦ ରହିବ। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଅଧିକ ପଢନ୍ତୁ

ଲୋକୟୁକ୍ତ କାର୍ଯ୍ୟାଳୟ
ଲୋକୟୁକ୍ତ କାର୍ଯ୍ୟାଳୟ

ଭୁବନେଶ୍ବର: ଲୋକାୟୁକ୍ତ କାର୍ଯ୍ୟାଳୟ ତିନି ଦିନ ସାମୟିକ ଭାବେ ବନ୍ଦ ରହିବ। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି (ଜାନୁଆରୀ 19) ରୁ 21 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରସ୍ଥିତ ଓଡିଶା ଲୋକାୟୁକ୍ତ କାର୍ଯ୍ୟାଳୟ ବନ୍ଦ ରହିବ । କୋଭିଡ ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ଲୋକାୟୁକ୍ତଙ୍କ ଖଣ୍ଡପୀଠ ସମେତ ଲୋକାୟୁକ୍ତ କାର୍ଯ୍ୟାଳୟ ଉପରୋକ୍ତ ତିନି ଦିନ ସାମୟିକ ଭାବେ ବନ୍ଦ ରହିବ।

ଆସନ୍ତା ଜାନୁଆରୀ 24 ରୁ ପୂର୍ବଭଳି କାର୍ଯ୍ୟ କରିବ ବୋଲି ଲୋକାୟୁକ୍ତ କାର୍ଯ୍ୟାଳୟ ତରଫରୁ ଜନସାଧାରଣଙ୍କ ନିମନ୍ତେ ସୂଚନା ଦିଆଯାଇଛି । ଏସମ୍ପର୍କରେ ଲୋକାୟୁକ୍ତ କାର୍ଯ୍ୟାଳୟ ୱେବସାଇଟ ଏବଂ କାର୍ଯ୍ୟାଳୟ ନୋଟିସ ବୋର୍ଡରେ ମଧ୍ୟ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated :Jan 18, 2022, 9:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.